Advertisment

ପିପିଲି ନିର୍ବାଚନୀ ମଇଦାନରେ ୧୦ ପ୍ରାର୍ଥୀ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ୧୫ ଜଣ ଦାଖଲ କରିଥିଲେ ପ୍ରାର୍ଥିପତ୍ର। ୩ ଜଣଙ୍କର ଖାରଜ ହୋଇଗଲା। ଦୁଇ ଜଣ ପ୍ରାର୍ଥିପତ୍ର ପ୍ରତ୍ୟାହାର କରି ନେଲେ। ତେଣୁ ଏବେ ପିପିଲି ଉପନିର୍ବାଚନ ମଇଦାନରେ ରହିଲେ ୧୦ ପ୍ରାର୍ଥୀ। ଏବେ ଲୋକଙ୍କ ଭୋଟ୍‌ ପାଇବାକୁ ଏମାନଙ୍କ ମଧ୍ୟରେ ହେବ ଲଢ଼େଇ। ଆଜି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ (ସିଇଓ) ସୁଶୀଲ ଲୋହାନୀ ଦେଇଥିବା ସୂଚନା ଅନୁଯାୟୀ, ଏହି ୧୦ ପ୍ରାର୍ଥୀ ହେଲେ- ଅଜିତ ମଙ୍ଗରାଜ (କଂଗ୍ରେସ), ଆଶ୍ରିତ ପଟ୍ଟନାୟକ (ବିଜେପି), […]

ଅଦ୍ୟତନ ହୋଇଛି
ଜାରି ହେଲା ଚୂଡ଼ାନ୍ତ ଜିଲ୍ଲା ପରିଷଦ ଅଧ୍ୟକ୍ଷ ସଂରକ୍ଷଣ ତାଲିକା, ୬ଟି ଆସନକୁ ନେଇ ସସପେନ୍ସ

Election

Advertisment

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ୧୫ ଜଣ ଦାଖଲ କରିଥିଲେ ପ୍ରାର୍ଥିପତ୍ର। ୩ ଜଣଙ୍କର ଖାରଜ ହୋଇଗଲା। ଦୁଇ ଜଣ ପ୍ରାର୍ଥିପତ୍ର ପ୍ରତ୍ୟାହାର କରି ନେଲେ। ତେଣୁ ଏବେ ପିପିଲି ଉପନିର୍ବାଚନ ମଇଦାନରେ ରହିଲେ ୧୦ ପ୍ରାର୍ଥୀ। ଏବେ ଲୋକଙ୍କ ଭୋଟ୍‌ ପାଇବାକୁ ଏମାନଙ୍କ ମଧ୍ୟରେ ହେବ ଲଢ଼େଇ।

Advertisment

ଆଜି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ (ସିଇଓ) ସୁଶୀଲ ଲୋହାନୀ ଦେଇଥିବା ସୂଚନା ଅନୁଯାୟୀ, ଏହି ୧୦ ପ୍ରାର୍ଥୀ ହେଲେ- ଅଜିତ ମଙ୍ଗରାଜ (କଂଗ୍ରେସ), ଆଶ୍ରିତ ପଟ୍ଟନାୟକ (ବିଜେପି), ରୁଦ୍ର ପ୍ରତାପ ମହାରଥୀ (ବିଜେଡି), ଅଶୋକ ପ୍ରଧାନ (ସିପିଆଇଏମ୍‌ଏଲ୍‌ ଲିବରେସନ), ଜୟ ପ୍ରକାଶ ସେଠୀ (ଅଖିଳ ଭାରତ ହିନ୍ଦୁ ମହାସଭା), ଫିଙ୍କଲିନ୍‌ ମହାନ୍ତି (କଳିଙ୍ଗ ସେନା), ମହମ୍ମଦ ଇମାମୁଦ୍ଦିନ (ରିପବ୍ଲିକାନ୍ ପାର୍ଟି ଅଫ୍ ଇଣ୍ଡିଆ- ଆଠାୱାଲେ), ନଗେନ୍ଦ୍ରନାଥ ମିଶ୍ର (ସ୍ୱାଧୀନ), ସୁଲୋଚନା ସାହୁ (ସ୍ୱାଧୀନ) ଓ ସ୍ୱପ୍ନେଶ୍ୱର ନାୟକ (ସ୍ୱାଧୀନ)।

ସିଇଓଙ୍କ ସୂଚନା ଅନୁଯାୟୀ, ପିପିଲି ବିଧାନସଭା ନିର୍ବାଚନ ମଣ୍ଡଳୀରେ ଏଥର ମୋଟ ୨,୨୯,୯୯୮ ଜଣ ଭୋଟର ଅଛନ୍ତି। ସେମାନଙ୍କ ମଧ୍ୟରୁ ୧୦୭୭ ଜଣ ପୋଷ୍ଟାଲ୍ ବାଲାଟ୍‌ ମାଧ୍ୟମରେ ସେମାନଙ୍କ ମତ ସାବ୍ୟସ୍ତ କରିବେ। ଏହି ୧୦୭୭ ଜଣଙ୍କ ମଧ୍ୟରୁ ୯୦୯ ଜଣଙ୍କ ବୟସ ୮୦ ବର୍ଷରୁ ଅଧିକ। ବାକି ୧୬୮ ଜଣ ହେଉଛନ୍ତି ଦିବ୍ୟାଙ୍ଗ ଭୋଟର। ସେହିପରି ଯେଉଁ ଦିବ୍ୟାଙ୍କ ଭୋଟରମାନେ ପୋଷ୍ଟାଲ୍ ବାଲାଟ୍‌ରେ ସେମାନଙ୍କ ମତ ସାବ୍ୟସ୍ତ କରିବେ ନାହିଁ, ସେମାନଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି। ସେମାନଙ୍କ ସଂଖ୍ୟା ୩୦୦୯ ହୋଇଥିବା ବେଳେ ସେମାନଙ୍କୁ ଭୋଟ୍ କେନ୍ଦ୍ର ପର୍ଯ୍ୟନ୍ତ ଆଣିବା ପାଇଁ ୧୦୨ଟି ଅଟୋ ରିକ୍ସାର ବ୍ୟବସ୍ଥା କରାଯାଇଥିବା ମୁଖ୍ୟ ନିର୍ବାଚନ ଅଧିକାରୀ କହିଛନ୍ତି।

Advertisment

ପିପିଲି ଉପନିର୍ବାଚନ ପାଇଁ ୩୪୮ଟି ବୁଥ୍ କରାଯାଇଛି। ଏଥିମଧ୍ୟରୁ ୧୦୨ଟି ବୁଥ୍ କ୍ରିଟିକାଲ୍‌ ରହିଛି। ସେହିପରି ମୋଟ ୧୭୪୦ ଜଣ କର୍ମଚାରୀଙ୍କୁ ନିର୍ବାଚନ କାର୍ଯ୍ୟରେ ନିୟୋଜିତ କରାଯିବ। ସେମାନଙ୍କୁ ପ୍ରଥମ ପର୍ଯ୍ୟାୟ କରୋନା ଟିକା ମଧ୍ୟ ଦିଆଯାଇଥିବା କହିଛନ୍ତି ସିଇଓ ଶ୍ରୀ ଲୋହାନୀ।

ସୂଚନାଯୋଗ୍ୟ, ଗତବର୍ଷ ଅକ୍ଟୋବର ମାସରେ ପ୍ରଦୀପ ମହାରଥୀଙ୍କ ପରଲୋକ ପରେ ପିପିଲି ବିଧାନସଭା ଆସନଟି ଖାଲି ପଡ଼ିଥିଲା। ସେଥିପାଇଁ ଉପନିର୍ବାଚନ ଅନୁଷ୍ଠିତ ହେଉଛି। ଏହି ଆସନ ପାଇଁ ଏପ୍ରିଲ୍‌ ୧୭ ତାରିଖରେ ଭୋଟ୍ ଗ୍ରହଣ ହେବ। ମେ’ ୨ରେ ଫଳାଫଳ ପ୍ରକାଶ ପାଇବ।

Pipili By-election
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe