Advertisment

ପୀତାମ୍ବର ଆଚାର୍ଯ୍ୟ ହେଲେ ଆଡଭୋକେଟ ଜେନେରାଲ

ପୀତାମ୍ବରଙ୍କ ନିଯୁକ୍ତି ନେଇ ଆଇନ ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି ହୋଇଛି। ଓଡ଼ିଶା ହାଇକୋର୍ଟର ବରିଷ୍ଠ ଆଇନଜୀବୀ ହେଉଛନ୍ତି ପୀତାମ୍ବର ଆଚାର୍ଯ୍ୟ।

author-image
Biswajit Samal
ଅଦ୍ୟତନ ହୋଇଛି
Pitambar Acharya

Pitambar Acharya

ବରିଷ୍ଠ ଆଇନଜୀବୀ ପୀତାମ୍ବର ଆଚାର୍ଯ୍ୟଙ୍କୁ ବଡ଼ ଦାୟିତ୍ୱ। ଆଡଭୋକେଟ ଜେନେରାଲ ଭାବେ ପୀତାମ୍ବରଙ୍କୁ ନିଯୁକ୍ତି ମିଳିଛି। ପୀତାମ୍ବରଙ୍କୁ ଏଜି ଭାବେ ନିଯୁକ୍ତି ଦେଇଛନ୍ତି ରାଜ୍ୟ ସରକାର। ପୀତାମ୍ବରଙ୍କ ନିଯୁକ୍ତି ନେଇ ଆଇନ ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି ହୋଇଛି। ଓଡ଼ିଶା ହାଇକୋର୍ଟର ବରିଷ୍ଠ ଆଇନଜୀବୀ ହେଉଛନ୍ତି ପୀତାମ୍ବର ଆଚାର୍ଯ୍ୟ। ଆଇନ୍ କ୍ଷେତ୍ରରେ ତାଙ୍କ ଦୀର୍ଘଦିନର ଅଭିଜ୍ଞତା ରହିଛି।

Advertisment

ପୀତାମ୍ବର ଆଚାର୍ଯ୍ୟ ଜଗତସିଂହପୁର ଜିଲ୍ଲା ଗଜରାଜପୁର ଗାଁରେ ଜନ୍ମଗ୍ରହଣ କରିଥିଲେ। ସେ ଉତ୍କଳ ବିଶ୍ୱବିଦ୍ୟାଳୟରୁ ରାଜନୀତି ବିଜ୍ଞାନରେ ସ୍ନାତକୋତ୍ତର ଶିକ୍ଷା ଲାଭ କରିବା ପରେ, ବିଶ୍ୱବିଦ୍ୟାଳୟ ଆଇନ ମହାବିଦ୍ୟାଳୟରୁ ଆଇନ ଡିଗ୍ରୀ ହାସଲ କରିଥିଲେ। କିଛି ବର୍ଷ ସାମ୍ବାଦିକତା ପରେ ୧୯୯୧ରେ ଆଇନ ପେସାରେ ଯୋଗ ଦେଇ ସେ ହାଇକୋର୍ଟରେ ପାଦ ଥାପିଥିଲେ। ସାମ୍ବିଧାନିକ, ଫୌଜଦାରୀ, ଦେୱାନୀ, ସମବାୟ, ଶିକ୍ଷା, ଜନପ୍ରତିନିଧି ଆଇନ ଭଳି ବିଭିନ୍ନ କ୍ଷେତ୍ରରେ ଅତ୍ୟନ୍ତ ଦକ୍ଷତାର ସହ ହାଇକୋର୍ଟ ଓ ସୁପ୍ରିମକୋର୍ଟରେ ବହୁ ଜଟିଳ ମୋକଦ୍ଦମା ପରିଚାଳନା କରିଛନ୍ତି ପୀତାମ୍ବର ଆଚାର୍ଯ୍ୟ।

୨୦୧୧ରେ ସେ ହାଇକୋର୍ଟର ବରିଷ୍ଠ ଆଇନଜୀବୀ ମାନ୍ୟତା ହାସଲ କରିଥିଲେ। ରତ୍ନଭଣ୍ଡାର ଖୋଲିବା ଓ ଚାବି ହଜିବା ମାମଲା, ପୁରୀର ବଗଲା ଧର୍ମଶାଳାର ବେଆଇନ ଆଲଟମେଣ୍ଟ, ଭଦ୍ରକରେ ରାମ ନବମୀ ପାଳନ ଉପରେ ଜିଲ୍ଲା ପ୍ରଶାସନର କଟକଣା, ଆମ ଓଡ଼ିଶା ନବୀନ ଓଡ଼ିଶା ସ୍କିମର ବୈଧତା ଆଦି ଗୁରୁତ୍ୱପୂର୍ଣ୍ଣ ମାମଲା ଓ PIL ଆଦି ପାଇଁ ବିଜେପି ପକ୍ଷରୁ ଲଢ଼ିଥିଲେ। ୨୦୧୭ରେ ସେ ବିଜେପିରେ ଯୋଗ ଦେଇ ସକ୍ରିୟ ରାଜନୀତିରେ ପାଦ ଥାପିଥିଲେ।

Advertisment
Pitambar Acharya