Advertisment

୩ ରାଜ୍ୟର ବିଧାନସଭା ନିର୍ବାଚନକୁ ନେଇ ପୂର୍ବାନୁମାନ କଲେ ପୀୟୂଷ ଗୋଏଲ

ବିଭିନ୍ନ ଓପନିଅନ ପୋଲ ଓ ବିଶେଷଜ୍ଞଙ୍କ କହିବା କଥା ଯେ ବିଜେପି ରାଜସ୍ଥାନରେ ଜିତିପାରେ। କିନ୍ତୁ ମଧ୍ୟପ୍ରଦେଶ ଓ ଛତିଶଗଡ଼ରେ ଦଳକୁ ହାରିବାକୁ ପଡ଼ିବ।

author-image
Hemant Lenka
Piyush Goyal

Piyush Goyal

କେନ୍ଦ୍ରମନ୍ତ୍ରୀ ପୀୟୂଷ ଗୋଏଲ ଏବେ ଏସିଆ-ପ୍ୟାସିଫି ଇକୋନୋମିକ କର୍ପୋରେସନ(ଏପିଇସି)ରେ ଯୋଗଦେବାକୁ ଆମେରିକାରେ ରହିଛନ୍ତି। ହେଲେ ଭାରତରେ ଚାଲିଥିବା ବିଧାନସଭା ନିର୍ବାଚନ ଉପରେ ତାଙ୍କର ନଜର ରହିଛି।

Advertisment

ସେଠାରେ ରହି ସେ ୫ ରାଜ୍ୟର ବିଧାନସଭା ନିର୍ବାଚନରୁ ୩ଟିର ରେଜଲ୍ଟ ସମ୍ପର୍କରେ ପୂର୍ବାନୁମାନ କରିଛନ୍ତି। ଦଳର ପ୍ରଦର୍ଶନ କେଉଁ ରାଜ୍ୟରେ କେମିତ ରହିବ, ତା’କୁ ନେଇ କେନ୍ଦ୍ରମନ୍ତ୍ରୀ ଗୋଏଲ ବଡ଼ କଥା କହିଛନ୍ତି।

ଗୋଏଲଙ୍କ କହିବା କଥା ଯେ କଂଗ୍ରେସ ଶାସିତ ରାଜସ୍ଥାନରେ ବିଜେପି ଏକତରଫା ବିଜୟ ହାସଲ କରିବ। ସେହିପରି ଛତିଶଗଡ଼ ଓ ମଧ୍ୟପ୍ରଦେଶରେ ମଧ୍ୟ ତାଙ୍କ ଦଳ ଅନ୍ୟମାନଙ୍କ ଠାରୁ ଯଥେଷ୍ଟ ଆଗରେ ରହିଛି।

Advertisment

ବିଭିନ୍ନ ଓପନିଅନ ପୋଲ ଓ ବିଶେଷଜ୍ଞଙ୍କ କହିବା କଥା ଯେ ବିଜେପି ରାଜସ୍ଥାନରେ ଜିତିପାରେ। କିନ୍ତୁ ମଧ୍ୟପ୍ରଦେଶ ଓ ଛତିଶଗଡ଼ରେ ଦଳକୁ ହାରିବାକୁ ପଡ଼ିବ। ମିଜୋରାମରେ ଆଞ୍ଚଳିକ ଦଳର ଦବଦବା ରହିଛି। ସେହିପରି ତେଲେଙ୍ଗାନାରେ କେସିଆରଙ୍କ ବିଆରଏସ ଓ କଂଗ୍ରେସ ମଧ୍ୟରେ ଜୋରଦାର ଟକ୍କର ହେବ।

ତେବେ ଶ୍ରୀ ଗୋଏଲ ଏପରି ଆକଳନକୁ ଭୁଲ ବୋଲି କହିଛନ୍ତି। ସେ କହିଛନ୍ତି, “ତୃଣମୂଳସ୍ତରର ସ୍ଥିତି, ଟିଭି ଓ ଏକ୍ସରେ ଆମେ ଦେଖୁଥିବା ଘଟଣାରୁ ପୂରା ସ୍ପଷ୍ଟ ହୋଇଛି ଯେ ଛତିଶଗଡ଼ରେ ସବୁ କିଛି ବଦଳିଛି। ଆମେ କଂଗ୍ରେସ ଠାରୁ ଯଥେଷ୍ଟ ଆଗରେ ରହିଛୁ।

ମଧ୍ୟପ୍ରଦେଶ ମଧ୍ୟ ପୁଣି ବିଜେପି ହାତକୁ ଆସିବ। ମୁଁ ଭାରତ ଛାଡ଼ି ଏଠାକୁ ଆସିବା ବେଳକୁ ଏହା ସ୍ପଷ୍ଟ ହୋଇଯାଇଥିଲା। ମୁଁ ରାଜସ୍ଥାନ ଓ ମଧ୍ୟପ୍ରଦେଶକୁ ଗସ୍ତ କରିଛି। ରାଜସ୍ଥାନରେ ନିର୍ବାଚନ ଏକତରଫା ହେବ। ଆମେ ରାଜସ୍ଥାନରେ ଅତ୍ୟନ୍ତ ଭଲ କରିବୁ। ମଧ୍ୟପ୍ରଦେଶ ଓ ଛତିଶଗଡ଼ରେ ମଧ୍ୟ ବିଜେପିକୁ ବିଜୟ ମିଳିବ।”

ତେବେ ତେଲେଙ୍ଗାନା ସ୍ଥିତି ସମ୍ପର୍କରେ ଭାରତ ଆସିବା ପରେ କହିପାରିବେ ବୋଲି ଗୋଏଲ କହିଛନ୍ତି। ସେ କହିଛନ୍ତି, “ତେଲେଙ୍ଗାନା ନଭେମ୍ବର ୩୦ରେ ଭୋଟ ଦେବ। ଆମେରିକା ଆସିବା ପୂର୍ବରୁ ମୁଁ ମାତ୍ର ୨ ଥର ତେଲେଙ୍ଗାନା ଯାଇଛି। ମୁଁ ଥରେ ଏଠାରୁ ଯିବା ପରେ ତୃଣମୂଳର ସ୍ଥିତି ପରଖିବି ଓ ଏହାପରେ ସେଠାରେ କ’ଣ ହେଉଛି, ସେକଥା କହିବି। କିନ୍ତୁ ବିଜେପି ରାଜସ୍ଥାନ, ମଧ୍ୟପ୍ରଦେଶ ଓ ଛତିଶଗଡ଼ରେ ଜିତିବ।”

Bjp Election Piyush Goyal