Advertisment

ପ୍ରଥମଥର ଲୋକସଭା ନିର୍ବାଚନ ଲଢ଼ିବେ ପୀୟୂଷ ଗୋଏଲ

ଗୋଏଲ ମୁମ୍ବାଇ ନର୍ଥରୁ ନିର୍ବାଚନ ଲଢ଼ିବେ। ୨୦୧୯ରେ ଏଠାରେ ବିଜେପି ଟିକେଟରୁଚ ପ୍ରମୋଦ ମହାଜନଙ୍କ ଝିଅ ପୂନମ ଜିତିଥିଲେ। କିନ୍ତୁ ଦଳ ତାଙ୍କୁ ଏଥର ଟିକେଟ ଦେଇ ନାହିଁ।

Piyush Goyal

Piyush Goyal

Advertisment

କେନ୍ଦ୍ରମନ୍ତ୍ରୀ ପୀୟୂଷ ଗୋଏଲ ପ୍ରଥମଥର ପାଇଁ ଲୋକସଭା ନିର୍ବାଚନ ଚଳିତ ବର୍ଷ ଲଢ଼ିବାକୁ ଯାଉଛନ୍ତି। ଆଜି ବିଜେପି ଜାରି କରିଥିବା ଦ୍ୱିତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକାରେ ତାଙ୍କ ନାଁ ରହିଛି।

Advertisment

ଗୋଏଲ ମୁମ୍ବାଇ ନର୍ଥରୁ ନିର୍ବାଚନ ଲଢ଼ିବେ। ୨୦୧୯ରେ ଏଠାରେ ବିଜେପି ଟିକେଟରୁଚ ପ୍ରମୋଦ ମହାଜନଙ୍କ ଝିଅ ପୂନମ ଜିତିଥିଲେ। କିନ୍ତୁ ଦଳ ତାଙ୍କୁ ଏଥର ଟିକେଟ ଦେଇ ନାହିଁ। ତାଙ୍କ ସ୍ଥାନରେ ପୀୟୂଷ ଗୋଏଲ ଏଠାରୁ ଲଢ଼ିବେ।

ଦୀର୍ଘ ୩୫ ବର୍ଷ ଧରି ସକ୍ରିୟ ରାଜନୀତିରେ ପୀୟୁଷ ଗୋଏଲ ରହିଥିଲେ ମଧ୍ୟ କେବେ ହେଲେ ଲୋକସଭା ନିର୍ବାଚନ ଲଢ଼ି ନଥିଲେ। ତଥାପି ସେ ବିଜେପିର ଅନେକ ଗୁରୁତ୍ୱପୂର୍ଣ୍ଣ ପଦପଦବୀରେ କାମ କରିଛନ୍ତି। ସେ ବିଜେପିର ଜାତୀୟ କାର୍ଯ୍ୟକାରିଣୀର ସଦସ୍ୟ ଓ ଜାତୀୟ କୋଷାଧ୍ୟକ୍ଷ ଭାବେ କାମ କରୁଛନ୍ତି।

Advertisment

ରାଜ୍ୟସଭା ସାଂସଦ ଭାବେ ନିର୍ବାଚିତ ହୋଇ ସେ କେନ୍ଦ୍ରମନ୍ତ୍ରୀ ହୋଇଛନ୍ତି। କର୍ମସ, ଶିଳ୍ପ, ଖାଉଟି ବ୍ୟାପାର, ଖାଦ୍ୟ ଓ ସାଧାରଣ ବଣ୍ଟ, ଟେକ୍ସଟାଇଲ୍ସ ମନ୍ତ୍ରଣାଳୟର ଦାୟିତ୍ୱ ସେ ତୁଲାଉଛନ୍ତି। ରାଜ୍ୟସଭାରେ ସେ ଗୃହର ନେତା ମଧ୍ୟ ରହିଛନ୍ତି। ଏହାପୂର୍ବରୁ ଶ୍ରୀ ଗୋଏଲ ରେଳବାଇ, ଅର୍ଥ, କର୍ପୋରେଟ ବ୍ୟାପାର, କୋଇଲା, ବିଜୁଳି ଭଳି ମନ୍ତ୍ରଣାଳୟ ଦାୟିତ୍ୱରେ ରହିଥିଲେ।

ତାଙ୍କ ମନ୍ତ୍ରିତ୍ୱ କାଳରେ ବିଶ୍ୱର ସବୁଠାରୁ ବଡ଼ ଖାଦ୍ୟ ସୁରକ୍ଷା କାର୍ଯ୍ୟକ୍ରମ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା ଦେଶରେ ଲାଗୁ ହୋଇଥିଲା। ମେକ ଇନ ଇଣ୍ଡିଆନକୁ ବଳ ଯୋଗାଇ ଦେବା ପାଇଁ ପ୍ରଡକ୍ସନ ଲିଙ୍କ ଅଭିଯାନ ପୀୟୂଷ ଗୋଏଲ ଆରମ୍ଭ କରିଥିଲେ।

ପୀୟୂଷଙ୍କ ବାପା ବେଦପ୍ରକାଶ ଗୋଏଲ ଏକଦା ଜାହାଜ ଚଳାଚଳ ମନ୍ତ୍ରୀ ଥିଲେ। ସେ ଦୀର୍ଘ ଦୁଇ ଦଶନ୍ଧି ଧରି ବିଜେପିର ଜାତୀୟ କୋଷାଧ୍ୟକ୍ଷ ଭାବେ କାମ କରିଥିଲେ। ତାଙ୍କ ମା’ ଚନ୍ଦ୍ରକାନ୍ତ ଗୋଏଲ ମୁମ୍ବାଇରୁ ୩ ଥର ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ।

Lok Sabha Elections Lok Sabha Election Piyush Goyal
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe