Advertisment

ନୂଆ-ଓ ଛାତ୍ରବୃତ୍ତି: ଛାତ୍ରଙ୍କୁ ୯, ଛାତ୍ରୀଙ୍କୁ ମିଳିବ ୧୦ ହଜାର

ଛାତ୍ରଛାତ୍ରୀ ପାଇଁ ଛାତ୍ରବୃତ୍ତି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ।

ଅଦ୍ୟତନ ହୋଇଛି
student

student

Advertisment

ସାଧାରଣ ନିର୍ବାଚନ ପୂର୍ବରୁ ବୃଦ୍ଧବୃଦ୍ଧାଠାରୁ ଆରମ୍ଭ କରି ଯୁବବର୍ଗ ପର୍ଯ୍ୟନ୍ତ ସମସ୍ତଙ୍କୁ ଆକୃଷ୍ଟ କରିବାରେ ଲାଗି ପଡ଼ିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏଥରୁ ଛାତ୍ରଛାତ୍ରୀ ବାଦ ପଡ଼ି ନାହାନ୍ତି। ଛାତ୍ରଛାତ୍ରୀଙ୍କ ପାଇଁ ଛାତ୍ରବୃତ୍ତି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ।

Advertisment

ନୂଆ- ଓ ଯୋଜନାରେ ଯୁକ୍ତ ୩ ଓ ପିଜି ଛାତ୍ରଛାତ୍ରୀଙ୍କୁ ଛାତ୍ରବୃତ୍ତି ମିଳିବ ବୋଲି ମୁଖ୍ୟମନ୍ତ୍ରୀ ନିଷ୍ପତ୍ତି ନେଇଥିବା ଆଜି ସୂଚନା ଦେଇଛନ୍ତି ବିଜେଡି ନେତା ତଥା 5T ଅଧ୍ୟକ୍ଷ ଭି.କେ ପାଣ୍ଡିଆନ। ଯାଜପୁରର ଏନସି କଲେଜ ପଡ଼ିଆରେ ନୂଆ- ଓ କାର୍ଯ୍ୟକ୍ରମରେ ସେ ଏହି ସୂଚନା ଦେଇଛନ୍ତି।

ସେ କହିଛନ୍ତି ଯେ, ପ୍ରତ୍ୟେକ ବର୍ଷ ଛାତ୍ରଛାତ୍ରୀଙ୍କୁ ଏହି ବୃତ୍ତି ମିଳିବ। ଛାତ୍ରଙ୍କୁ ୯ ହଜାର ଓ ଛାତ୍ରୀଙ୍କୁ ୧୦ ହଜାର ଟଙ୍କା ମିଳିବ। ଛାତ୍ରଛାତ୍ରୀମାନଙ୍କ ନାଁରେ ବ୍ୟାଙ୍କରେ ଆକାଉଣ୍ଟ ଖୋଲାଯିବ। ଆସନ୍ତା ୨୦ରୁ ୨୫ ତାରିଖ ମଧ୍ୟରେ ଚଳିତ ବର୍ଷର ଛାତ୍ର ବୃତ୍ତି ଟଙ୍କା ପିଲାମାନଙ୍କ ଆକାଉଣ୍ଟକୁ ଯିବ।

Advertisment

ସୂଚନାଯୋଗ୍ୟ, ଗତକାଲି ଯୁବ ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ରାଜ୍ୟ ସରକାର ନୂଆ ସ୍କିମ ‘ସ୍ୱୟମ୍‌’ ଘୋଷଣା କରିଥିଲେ। ଉଭୟ ଗ୍ରାମାଂଚଳ ଓ ସହରାଂଚଳର ୧୮ରୁ ୩୫ବର୍ଷ ବୟସର ଯୁବକଯୁବତୀ(ଅନୁସୂଚିତ ଜାତି,ଜନଜାତି ଓ ଦିବ୍ୟାଙ୍ଗଙ୍କ ପାଇଁ ୪୦ବର୍ଷ)ଙ୍କୁ ବିନା ସୁଧରେ ୧ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ମିଳିବ ବୋଲି କୁହାଯାଇଥିଲା। ଏଥିପାଇଁ ଆବେଦନକାରୀଙ୍କୁ ବନ୍ଧକ କିମ୍ବା ପ୍ରୋସେସିଂ ଫି’ ଦେବାକୁ ପଡ଼ିବ ନାହିଁ ବୋଲି ଘୋଷଣା କରାଯାଇଥିଲା। 

Cmo
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe