Advertisment

ଲାଲ ବାହାଦୂର ଶାସ୍ତ୍ରୀଙ୍କ ରେକର୍ଡ ଭାଙ୍ଗିଲେ ମୋଦି

ମୋଦି ଆଜି ଦୀର୍ଘ ୨ ଘଣ୍ଟା ୧୩ ମିନିଟ ଲୋକସଭାରେ ନିଜର ପକ୍ଷ ରଖିଛନ୍ତି। ଏତେ ସମୟ ଅନାସ୍ଥା ପ୍ରସ୍ତାବ ଉପରେ ଭାଷଣ ଦେବା ଘଟଣାରେ ସେ ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ହୋଇଛନ୍ତି।

ଅଦ୍ୟତନ ହୋଇଛି
Pm modi

Pm modi

Advertisment

କେନ୍ଦ୍ର ସରକାର ବିରୋଧରେ ଆସିଥିବା ଅନାସ୍ଥା ପ୍ରସ୍ତାବ କାଟ ଖାଇ ଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଭାଷଣ ବେଳେ ବିରୋଧୀ କକ୍ଷତ୍ୟାଗ କରିଥିଲେ। ବିରୋଧୀଙ୍କ ଅନୁପସ୍ଥିତରେ ହୋଇଥିବା ଭୋଟିଂରେ ମୋଦି ସରକାର ଅନାସ୍ଥା ବିରୋଧରେ ବିଜୟ ହାସଲ କରିଛନ୍ତି।

Advertisment

ଅନାସ୍ଥା ବିତର୍କର ଶେଷ ଦିନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦୀର୍ଘ ୨ ଘଣ୍ଟାରୁ ଅଧିକ ସମୟ ଭାଷଣ ଦେଇ ବିରୋଧୀଙ୍କ ଉପରେ ମନଇଚ୍ଛା ବର୍ଷିଛନ୍ତି। ଏଥିସହ ତାଙ୍କ ୨୦୨୪ରେ ମଧ୍ୟ ତାଙ୍କ ଦଳ ରେକର୍ଡ ସଂଖ୍ୟକ ସିଟ ଜିତି ପୁଣି ସରକାର ଗଠନ କରିବ ବୋଲି ଦମ୍ଭୋକ୍ତି କରିଛନ୍ତି।

ମୋଦି ଆଜି ଦୀର୍ଘ ୨ ଘଣ୍ଟା ୧୩ ମିନିଟ ଲୋକସଭାରେ ନିଜର ପକ୍ଷ ରଖିଛନ୍ତି। ଏତେ ସମୟ ଅନାସ୍ଥା ପ୍ରସ୍ତାବ ଉପରେ ଭାଷଣ ଦେବା ଘଟଣାରେ ସେ ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ହୋଇଛନ୍ତି।

Advertisment

ସେ ମାତ୍ର ଗୋଟିଏ ମିନିଟ ସମୟ ବ୍ୟବଧାନରେ ପୂର୍ବତନ ପ୍ରଧାନମନ୍ତ୍ରୀ ଲାଲା ବାହାଦୂର ଶାସ୍ତ୍ରୀଙ୍କୁ ହରାଇଛନ୍ତି। ମୋଦି ୨ ଘଣ୍ଟାର ୧୩ ମିନିଟ ଭାଷଣ ଦେଇଥିବା ବେଳେ ଶାସ୍ତ୍ରୀ ୨ ଘଣ୍ଟା ୧୨ ମିନିଟ ଅନାସ୍ଥା ଉପରେ ମତ ରଖିଥିଲେ।ଲାଲ ବାହାଦୂରଙ୍କ ବିରୋଧରେ ଆସିଥିବା ଅନାସ୍ଥା ଉପରେ ୧୯୬୫ ମସିହା ମାର୍ଚ୍ଚ ୧୬ରେ ବିତର୍କ ହୋଇଥିଲା। ଏହା ସପକ୍ଷରେ ୪୪ ଖଣ୍ଡ ଭୋଟ ପଡ଼ିଥିବା ବେଳେ ବିରୋଧରେ ୩୧୫ ଜଣ ସାଂସଦ ମତ ରଖିଥିଲା। ଲାଲ ବାହାଦୂର ବେଶ ସହଜରେ ବିଜୟୀ ହୋଇଥିଲେ। 

ଆଜି ଅନାସ୍ଥା ପ୍ରସ୍ତାବ ଉପରେ ଭୋଟ ହେବା ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଜର ପକ୍ଷ ରଖିଥିଲେ। ସେ ମଣିପୁର ଉପରେ କମ ଓ ବିରୋଧୀଙ୍କୁ ବେଶର ଟାର୍ଗେଟ କରିଥିଲେ। ସେ ନିଜ ଭାଷଣର ପ୍ରଥମ ଦେଢ଼ ଘଣ୍ଟାରୁ ଅଧିକ ସମୟ କେବଳ ବିରୋଧୀଙ୍କୁ ସମାଲୋଚନା କରିଥିଲେ।

ଏହାକୁ ବିରୋଧ କରି ବିରୋଧୀ ମେଣ୍ଟ ଇଣ୍ଡିଆର ସାଂସଦମାନେ କକ୍ଷ ତ୍ୟାଗ କରିଥିଲେ। ଏହାପରେ ମୋଦି ମଣିପୁର ଉପରେ ମାତ୍ର କିଛି ମିନିଟ ପାଇଁ ମତ ରଖିଥିଲେ। ମଣିପୁରରେ ନୂଆ ସୂର୍ଯ୍ୟ ଉଦୟ ହେବ ବୋଲି ସେ ଦମ୍ଭୋକ୍ତି କରିଛନ୍ତି। ଏଥିସହ ମଣିପୁରରେ ଖୁବଶୀଘ୍ର ଶାନ୍ତି ପ୍ରତିଷ୍ଠା ହେବ ବୋଲି ମଧ୍ୟ ସେ କହିଛନ୍ତି। 

ବୁଧବାର ଗୃହମନ୍ତ୍ରୀ ଅମିତ ଶାହ ଲୋକସଭାରେ ଦୀର୍ଘ ୨ ଘଣ୍ଟା କାଳ ଭାଷଣ ଦେଇଥିଲେ। ସେ ବିରୋଧୀଙ୍କୁ ତୀବ୍ର ସମାଲୋଚନା କରିବା ସହ ମଣିପୁର ହିଂସା ପାଇଁ ହାଇକୋର୍ଟଙ୍କୁ ଦାୟୀ କରିଥିଲେ।

Parliament No Confidence Motion PM Modi Congress Manipur Incident
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe