Advertisment

ନୀତୀଶ କୁମାରଙ୍କ ଉପରେ ବର୍ଷିଲେ ମୋଦି: କହିଲେ- ଆଉ କେତେ ତଳକୁ ଖସିବ?

ମଧ୍ୟପ୍ରଦେଶର ଗୁନାରେ ଆୟୋଜିତ ନିର୍ବାଚନ ରାଲିଙ୍କୁ ସମ୍ବୋଧନ କରି ମୋଦି କହିଛନ୍ତି, ମହିଳାଙ୍କ ବିରୋଧରେ ଏପରି ବୟାନ ଦେଶକୁ ଅପମାନ କରିବା ସହ ସମାନ।

PM Modi

PM Modi

Advertisment

ଜନସଂଖ୍ୟା ନିୟନ୍ତ୍ରଣରେ ମହିଳା ଶିକ୍ଷାର ଭୂମିକାକୁ ବୁଝାଇବା ବେଳେ ଅତ୍ୟନ୍ତ ଅଭଦ୍ର ଟିପ୍ପଣୀ କରି କ୍ଷମା ମାଗିଥିବା ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କୁ ଟାର୍ଗେଟ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ନୀତୀଶ କୁମାରଙ୍କ ବୟାନ ଉପରେ ବିରୋଧୀ ଦଳଗୁଡ଼ିକ ଚୁପ ରହିବା ନେଇ ମୋଦି ପ୍ରଶ୍ନ କରିଛନ୍ତି।

Advertisment

ମଧ୍ୟପ୍ରଦେଶର ଗୁନାରେ ଆୟୋଜିତ ନିର୍ବାଚନ ରାଲିଙ୍କୁ ସମ୍ବୋଧନ କରି ମୋଦି କହିଛନ୍ତି, ମହିଳାଙ୍କ ବିରୋଧରେ ଏପରି ବୟାନ ଦେଶକୁ ଅପମାନ କରିବା ସହ ସମାନ। ସେ କହିଛନ୍ତ, “ଇଣ୍ଡି ମେଣ୍ଟ- ଘମଣ୍ଡିୟା ଗଠବନ୍ଧନର ଜଣେ ବଡ଼ ନେତା ମହିଳାଙ୍କ ବିରୋଧରେ ଅତ୍ୟନ୍ତ ଅସଭ୍ୟ ଭାଷା ବିହାର ବିଧାନସଭା ଭିତରେ ପ୍ରୟୋଗ କରିଛନ୍ତି।

ସେମାନେ ଏଥିପାଇଁ ଲଜ୍ଜାବୋଧ କରୁ ନାହାନ୍ତି। ଏହା ବିରୋଧରେ ଇଣ୍ତି ମେଣ୍ଟର ଜଣେ ହେଲେ ବି କେହି ପଦୁଟିଏ କହି ନାହାନ୍ତି। ମହିଳାଙ୍କ ସମ୍ପର୍କରେ ଯେଉଁମାନେ ଏମିତି ଚିନ୍ତାଧାରା ରଖିଛନ୍ତି, ସେମାନେ କେବେ ହେଲେ ଆପଣଙ୍କର ଭଲ ଚିନ୍ତା କରିପାରିବେ କି? ଯେଉଁମାନେ ଆମର ମା’ ଓ ଭଉଣୀଙ୍କ ପ୍ରତି ଏମିତି ଘୃଣ୍ୟ ଚିନ୍ତାଧାରା ରଖିଛନ୍ତି, ସେମାନେ ଆମ ଦେଶକୁ ଅପମାନିତ କରୁଛନ୍ତି। ଆପଣମାନେ ଆଉ କେତେ ତଳକୁ ଖସିବେ?”

Advertisment

ନୀତୀଶ କୁମାର ବିହାରର ଜନ୍ମ ହାର ୪.୨ରୁ ୨.୯%କୁ କେମିତି ଖସିଲା, ତା’ର ଉତ୍ତର ରଖିବା ବେଳେ ଅଭଦ୍ର ଶବ୍ଦର ପ୍ରୟୋଗ କରିଥିଲେ। ଏହାକୁ ବିଜେପି ଓ ଜାତୀୟ ମହିଳା କମିଶନ ଅଧ୍ୟକ୍ଷ ରେଖା ଶର୍ମା ମଧ୍ୟ ବିରୋଧ କରିଥିଲେ। ଜାତୀୟ ମହିଳା କମିଶନ ପକ୍ଷରୁ ମୁଖ୍ୟମନ୍ତ୍ରୀ ନୀତୀଶ କୁମାର କ୍ଷମା ମାଗନ୍ତୁ ବୋଲି ମଧ୍ୟ ଦାବି କରାଯାଇଥିଲା।

ନୀତୀଶ କୁମାର ଜନସଂଖ୍ୟା ନିୟନ୍ତ୍ରଣ ପାଇଁ ଝିଅମାନେ ଶିକ୍ଷିତ ହେବା ଦରକାର ବୋଲି କହିଥିଲେ। ଏହାଦ୍ୱାରା ବିବାହ ପରେ ସେ ତାଙ୍କ ସ୍ୱାମୀଙ୍କୁ ଛୁଆ କରିବା ବେଳେ ବୁଝାଇ ପାରିବେ ବୋଲି ନୀତୀଶ କୁମାର ମତ ରଖିଥିଲେ।

ଏ ବିଷୟରେ କହିବା ବେଳେ ସେ ଛୁଆ କେମିତି ହୁଏ ଓ ଜଣେ ଶିକ୍ଷିତ ଝିଅ କେମିତି ଛୁଆ କରିବା ବେଳେ ସ୍ୱାମୀଙ୍କୁ ବୁଝାଇ ପାରିବେ, ସେ ସମ୍ପର୍କରେ ବିସ୍ତୃତ ଭାବେ କହିଥିଲେ। ଏକଥା ଶୁଣି ତାଙ୍କ ପାଖରେ ବସିଥିବା ଉପ ମୁଖ୍ୟମନ୍ତ୍ରୀ ତେଜସ୍ୱୀ ଯାଦବ ମଧ୍ୟ ସ୍ମିତ ହାସ୍ୟ ଦେଇଥିଲେ। ମହିଳା ସଦସ୍ୟମାନେ ଲାଜରେ ମୁହଁ ତଳକୁ କରି ଦେଇଥିଲେ

PM Modi Nitish Kumar
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe