Advertisment

'ସଂସଦର ସୁରକ୍ଷାରେ ତ୍ରୁଟି ଦୁର୍ଭାଗ୍ୟ ଓ ଚିନ୍ତାଜନକ'

"ସଂସଦରେ ଏପରି ଘଟଣା ଘଟିବା ପଛରେ ପ୍ରକୃତ କାରଣ କ'ଣ ହୋଇପାରେ, କେଉଁ ସବୁ ଯୋଜନା କରାଯାଇଥିଲା ଏବଂ ଏହାର ସମାଧାନ କିପରି କରାଯିବ ତା'ର ବାଟ ବାହାର କରିବା ଉଚିତ୍।"

ଅଦ୍ୟତନ ହୋଇଛି
undefined

PM Narendra Modi

Advertisment

ସଂସଦର ସୁରକ୍ଷା ତ୍ରୁଟି ଘଟଣାର କିଛି ଦିନ ପରେ ପ୍ରତିକ୍ରିୟା ରଖିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏହି ଘଟଣାକୁ ପ୍ରଧାନମନ୍ତ୍ରୀ 'ଦୁର୍ଭାଗ୍ୟଜନକ' ଏବଂ 'ଚିନ୍ତାଜନକ' ବୋଲି କହିଛନ୍ତି। ଏଥିସହ ପ୍ରଧାନମନ୍ତ୍ରୀ କହିଛନ୍ତି, ଲୋକସଭା ବାଚସ୍ପତି ଓମ ବିର୍ଲା ଏହାକୁ ଗମ୍ଭୀରତାର ସହ ନେଇ ଆବଶ୍ୟକୀୟ ପଦକ୍ଷେପ ନେଉଛନ୍ତି।

Advertisment

ପ୍ରଧାନମନ୍ତ୍ରୀ ଆହୁରି କହିଛନ୍ତି, ଏପରି ଘଟଣାକୁ ଅଣଦେଖା କରାଯାଇ ପାରିବନି। ତଦନ୍ତକାରୀ ସଂସ୍ଥା ମଧ୍ୟ ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ କରୁଛନ୍ତି। 

"ସଂସଦରେ ଏପରି ଘଟଣା ଘଟିବା ପଛରେ ପ୍ରକୃତ କାରଣ କ'ଣ ହୋଇପାରେ, କେଉଁ ସବୁ ଯୋଜନା କରାଯାଇଥିଲା ଏବଂ ଏହାର ସମାଧାନ କିପରି କରାଯିବ ତା'ର ବାଟ ବାହାର କରିବା ଉଚିତ୍।" ସମାଧାନାର ବାଟ ଖୋଲା ମନରେ ଖୋଜାଯାଉ ଏବଂ ଏହି ପ୍ରସଙ୍ଗରେ ସମସ୍ତେ ବିବାଦରୁ ଦୂରେଇ ରହିବା ଉଚିତ୍ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।

Advertisment

ଡିସେମ୍ବର 13 ଲୋକସଭାରେ ଶୀତ ଅଧିବେଶନ ଚାଲିଥିବା ସମୟରେ ସଂସଦ ସୁରକ୍ଷାରେ ଏକ ବ୍ୟାପକ ତ୍ରୁଟି ସାମ୍ନାକୁ ଆସିଥିଲା। କିଛି ଯୁବକ ହଠାତ୍ ଦର୍ଶକ ଗ୍ୟାଲେରୀରୁ ଗୃହକୁ ପଶି ହଙ୍ଗାମା କରିଥିଲେ। ଏଥିସହ କିଛି ଗ୍ୟାସ୍ ମଧ୍ୟ ସ୍ପ୍ରେ କରିଥିଲେ। ଏହି ଘଟଣାକୁ ନେଇ ସଂସଦ ସୁରକ୍ଷା ବ୍ୟବସ୍ଥା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିଲା। କଡା ସୁରକ୍ଷା ସତ୍ତ୍ୱେ କିପରି ସେମାନେ ବିବାଦୀୟ ଗ୍ୟାସ୍ ନେଇ ଗୃହକୁ ପ୍ରବେଶ କଲେ ପ୍ରଶ୍ନ କରିଥିଲେ ବିରୋଧୀ।

ସୂଚନା ଅନୁସାରେ, ବିଜେପି ସାଂସଦ ପ୍ରତାପ ସିହ୍ମାଙ୍କ ଭିଜିଟର୍ସ ପାସ୍ ବ୍ୟବହାର କରି ଅଭିଯୁକ୍ତମାନେ ଦର୍ଶକ ଗ୍ୟାଲେରୀକୁ ଯାଇଥିଲେ। ଏହାକୁ ନେଇ ଗୃହରେ ପ୍ରବଳ ହଟ୍ଟଗୋଳ ହୋଇଥିଲା। ପ୍ରତାପ ସିହ୍ମାଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ସହ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହଙ୍କ ଇସ୍ତଫା ଦାବି କରିଥିଲେ ବିରୋଧୀ। ଦିଲ୍ଲୀର ସ୍ପେଶାଲ୍ ସେଲ୍ ପୁଲିସ ଏହି ମାମଲାରେ ଛଅ ଜଣ ଅଭିଯୁକ୍ତଙ୍କୁ ଗିରଫ କରି ତଦନ୍ତ ଚଳାଇଛି। ବିରୋଧୀ ଦଳ ସାଂସଦମାନେ ମଧ୍ୟ ଘଟଣାରେ ପ୍ରଧାନମନ୍ତ୍ରୀ ବିବୃତ୍ତି ରଖନ୍ତୁ ବୋଲି ଦାବି କରୁଥିଲେ। ଶେଷରେ ପ୍ରଧାନମନ୍ତ୍ରୀ ଏ ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି।  

Gas Spray In Parliament Parliament PM Modi On Parliament Security Breach Parliament Security Breach
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe