Advertisment

ନିଜ ମାଟିର ପୁଅ ହୁଅନ୍ତୁ ଓଡ଼ିଶାର ନେତା: ଏସ୍‌. ଜୟଶଙ୍କର

ଓଡ଼ିଶା ଗସ୍ତରେ ଆସିଛନ୍ତି ବୈଦେଶୀକ ମନ୍ତ୍ରୀ ଏସ୍‌. ଜୟଶଙ୍କର। ଭୁବନେଶ୍ୱରରେ ଆୟୋଜିତ ସମ୍ପାଦକ ସମ୍ମିଳନୀରେ ସେ ଭାଗ ନେଇଥିଲେ। ଅପରାହ୍ନରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗଦେଇ ଶ୍ରୀ ଜୟଶଙ୍କର କହିଛନ୍ତି, ଓଡ଼ିଶା ପ୍ରାକୃତିକ ସମ୍ପଦ ଓ ପ୍ରତିଭାରେ ଭରପୂର ରହିଛି।

ଅଦ୍ୟତନ ହୋଇଛି
S. Jaishankar

S. Jaishankar

Advertisment

କଳା ଓ ସଂସ୍କୃତି କ୍ଷେତ୍ରରେ ସମୃଦ୍ଧ ଓଡ଼ିଶା ନିଜ ନେତା ସୃଷ୍ଟି ପାଇଁ ସକ୍ଷମ। ଓଡ଼ିଶା ଭଳି ରାଜ୍ୟର ନେତା ନିଜ ମାଟିର ପୁଅ ହୁଅନ୍ତୁ। ଏଭଳି ସମୃଦ୍ଧ ରାଜ୍ୟକୁ ତା’ ମାଟିର ନେତା ପରିଚାଳନା କରିବା ଉଚିତ। ଓଡ଼ିଆ ଅସ୍ମିତା ସମ୍ପର୍କିତ ପ୍ରଶ୍ନରେ ବୈଦେଶିକ ମନ୍ତ୍ରୀ ଏସ୍‌. ଜୟଶଙ୍କର ଆଜି ଏପରି ଢ଼ଙ୍ଗରେ ଉତ୍ତର ରଖିଛନ୍ତି।

Advertisment

ଓଡ଼ିଶା ଗସ୍ତରେ ଆସିଛନ୍ତି ବୈଦେଶିକ ମନ୍ତ୍ରୀ ଏସ୍‌. ଜୟଶଙ୍କର। ଭୁବନେଶ୍ୱରରେ ଆୟୋଜିତ ସମ୍ପାଦକ ସମ୍ମିଳନୀରେ ସେ ଭାଗ ନେଇଥିଲେ। ଅପରାହ୍ନରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗଦେଇ ଶ୍ରୀ ଜୟଶଙ୍କର କହିଛନ୍ତି, ଓଡ଼ିଶା ପ୍ରାକୃତିକ ସମ୍ପଦ ଓ ପ୍ରତିଭାରେ ଭରପୂର ରହିଛି। କ’ଣ ନାହିଁ ଓଡ଼ିଶାରେ? କିନ୍ତୁ ଓଡ଼ିଶା ସେ ଅନୁପାତରେ ବିକଶିତ ହୋଇଛି କି? ଆଜିର ଓଡ଼ିଶାକୁ ଦେଖିଲେ ବିକାଶ ହୋଇଥିଲା ଭଳି ଲାଗୁଛି କି? ଓଡ଼ିଶାର କଳା ଓ ସଂସ୍କୃତି କେତେ ସମୃଦ୍ଧ, ତାହା କହିବା ଅନାବଶ୍ୟକ। କୋଣାର୍କ ଚକ୍ରକୁ ଜି-୨୦ରେ ସାମିଲ କରାଯିବା ତା’ର ନିଦର୍ଶନ। ଏତେ ସବୁ ଥାଉ ଥାଉ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କୋଣାର୍କ ଚକ୍ରକୁ କାହିଁକି ବାଛିଲେ? କଳା, ସଂସ୍କୃତି କ୍ଷେତ୍ରରେ ସମୃଦ୍ଧ ଓଡ଼ିଶା ନିଜ ନେତା ସୃଷ୍ଟି ପାଇଁ ସକ୍ଷମ। ଓଡ଼ିଶା ଭଳି ରାଜ୍ୟର ନେତା ନିଜ ମାଟିର ପୁଅ ହୁଅନ୍ତୁ। ଏଭଳି ସମୃଦ୍ଧ ରାଜ୍ୟକୁ ତା’ ମାଟିର ନେତା ପରିଚାଳନା କରିବା ଉଚିତ ବୋଲି ଜୟଶଙ୍କର କହିଛନ୍ତି।

ସୀମା ପାର ଆତଙ୍କବାଦକୁ ନେଇ ଏସ୍. ଜୟଶଙ୍କର କହିଛନ୍ତି, ପାକିସ୍ତାନ ପଟୁ ଆସୁଥିବା ସୀମାପାର ଆତଙ୍କର ସମୁଚିତ ଜବାବ ଦିଆଯାଉଛି। ଚୀନ ସୀମାରେ ଆମ ଯବାନମାନେ ଜାଗତିଆର ରହିଛନ୍ତି। ଦେଶ ସୁରକ୍ଷା ନେଇ ମୋଦି ସରକାର କୌଣସି ସାଲିସ୍‌ କରିବ ନାହିଁ। ମୋଦି ସରକାର ପାଇଁ ଦେଶ ପ୍ରଥମ ଓ ଦେଶର ସୁରକ୍ଷା ପ୍ରଥମ ବୋଲି ଜୟଶଙ୍କର କହିଛନ୍ତି।

Advertisment

ସେ ଆହୁରି କହିଛନ୍ତି, କେହି ଭାରତୀୟ ବାହାର ଦେଶରେ ଫସିଲେ ସେମାନଙ୍କୁ ଉଦ୍ଧାର କରାଯାଉଛି। ୟୁକ୍ରେନ, ସୁଦାନ, ଇସ୍ରାଏଲରୁ ଓଡ଼ିଶା ଲୋକଙ୍କୁ ଉଦ୍ଧାର କରାଯାଇଛି। ପ୍ରଧାନମନ୍ତ୍ରୀଙ୍କ ଦୃଷ୍ଟିରେ ଓଡ଼ିଶାର ସ୍ୱତନ୍ତ୍ର ମର୍ଯ୍ୟାଦା ରହିଛି। ଗତ ୧୦ ବର୍ଷ ମଧ୍ୟରେ କେନ୍ଦ୍ରରୁ ଓଡ଼ିଶାକୁ ଅନେକ ସହଯୋଗ ମିଳିଛି। ୧୦ ବର୍ଷ ମଧ୍ୟରେ ୧୮ ଲକ୍ଷ କୋଟିର କେନ୍ଦ୍ରୀୟ ଅନୁଦାନ ମିଳିଛି। ସାଗରମାଳା ପ୍ରକଳ୍ପରେ ୫୪ ହଜାର କୋଟିର ଅନୁଦାନ ମିଳିଛି। ମୋଦିଙ୍କ କାର୍ଯ୍ୟକାଳରେ ୨୦ ପାସ୍‌ପୋର୍ଟ ସପୋର୍ଟ କେନ୍ଦ୍ର ଖୋଲିଛି। ୨.୭ ଲକ୍ଷ ଲୋକଙ୍କୁ ଆବାସ ଯୋଜନାରେ ଘର ମିଳିଛି। ୫୩ ଲକ୍ଷ ମହିଳାଙ୍କୁ ଉଜ୍ଜ୍ୱଳା ଯୋଜନାରେ ଗ୍ୟାସ୍‌ ମିଳିଛି। ସ୍ୱନିଧି ଯୋଜନାରେ ୫୪ ହଜାର ଉପଭୋକ୍ତା ଓଡ଼ିଶାର ଅଛନ୍ତି। ମୋଦିଙ୍କ ବିକାଶକୁ ଆଗେଇ ନେଲା ଭଳି ସରକାର ଏଠି ହେବା ଉଚିତ। ଓଡ଼ିଶା ସହଯୋଗରେ ସଂସଦରେ ୪ ଶହ ପାର୍‌ ହେବା ବିଶ୍ୱାସ ରହିଛି। ଓଡ଼ିଶାରେ ଥିବା ସଂପଦ ତୁଳନାରେ ରାଜ୍ୟର ବିକାଶ ହୋଇନି। ଚଳିତ ନିର୍ବାଚନରେ ଓଡ଼ିଶା ଲୋକ ମୋଦିଙ୍କୁ ସଶକ୍ତ କରିବେ ବୋଲି ଜୟଶଙ୍କର କହିଛନ୍ତି।

2024 General Election Bjp
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe