Advertisment

ଜି-୨୦ ବୈଠକ ପାଇଁ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ବିଜେପିର ଭବ୍ୟ ସମ୍ବର୍ଦ୍ଧନା

ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ସମେତ ବରିଷ୍ଠ ନେତାମାନେ ମୋଦିଙ୍କୁ ଦଳୀୟ କାର୍ଯ୍ୟାଳୟକୁ ପାଛୋଟି ନେଇଥିଲେ। ପ୍ରତ୍ୟେକ ନେତା ପ୍ରଧାନମନ୍ତ୍ରୀଙ୍କୁ ଗୋଲାପ ଫୁଲ ମଧ୍ୟ ଦେଇଥିଲେ।

BJP

BJP

Advertisment

ଭାରତ ବେଶ ସଫଳତାର ସହ ଜି-୨୦ ବୈଠକ ଆୟୋଜନ କରିଥିବାରୁ ଆଜି ବିଜେପି ପକ୍ଷରୁ ସବୁ ଶ୍ରେୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଦିଆଯାଇଛି। ଆଜି ମୋଦିଙ୍କୁ ଭବ୍ୟ ସମ୍ବର୍ଦ୍ଧନା ଦେବା ପାଇଁ ବିଜେପି ମୁଖ୍ୟାଳୟରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ପ୍ରଧାନମନ୍ତ୍ରୀ ମୋଦି ଦଳର କେନ୍ଦ୍ରୀୟ ନିର୍ବାଚନ କମିଟି ବୈଠକ ପାଇଁ ମୁଖ୍ୟାଳୟରେ ପହଞ୍ଚିବା କ୍ଷଣି ତାଙ୍କୁ ସ୍ୱାଗତ କରାଯାଇଛି।

Advertisment

ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ସମେତ ବରିଷ୍ଠ ନେତାମାନେ ମୋଦିଙ୍କୁ ଦଳୀୟ କାର୍ଯ୍ୟାଳୟକୁ ପାଛୋଟି ନେଇଥିଲେ। ପ୍ରତ୍ୟେକ ନେତା ପ୍ରଧାନମନ୍ତ୍ରୀଙ୍କୁ ଗୋଲାପ ଫୁଲ ମଧ୍ୟ ଦେଇଥିଲେ।

ବିଶ୍ୱସ୍ତରୀୟ କାର୍ଯ୍ୟକ୍ରମ ଶେଷ ହେବା ପରେ ବିଜେପି ପରବର୍ତ୍ତୀ ବିଧାନସଭା ନିର୍ବାଚନଗୁଡ଼ିକ ପାଇଁ ପ୍ରାର୍ଥୀ ଚୟନ କରିବାକୁ ପ୍ରକ୍ରିୟା ଆରମ୍ଭ କରିଛି। ଏଥିପାଇଁ ଆଜି ଦଳର ସିଇସି ବୈଠକ ବସିଛି।

Advertisment

ସିଇସିରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା, ପ୍ରଧାନମନ୍ତ୍ରୀ ମୋଦି, ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ଓ ରାଜନାଥ ସିଂହ ପ୍ରମୁଖ ସଦସ୍ୟ ରହିଛନ୍ତି। ଆଜିର ମିଟିଂରେ ଛତିଶଗଡ଼ ଓ ମଧ୍ୟପ୍ରଦେଶ ପ୍ରାର୍ଥୀ ଚୟନ ଉପରେ ମାନସମନ୍ଥନ ହେବ ବୋଲି ଜଣାପଡ଼ିଛି। ଆଜିର ବୈଠକରେ ହିଁ କେଉଁମାନେ ସବୁ ବିଜେପି ଟିକେଟରୁ ବିଧାନସଭା ନିର୍ବାଚନ ଲଢ଼ିବେ, ତା’ ଉପରେ ନିଷ୍ପତ୍ତି ହେବ।

ପୂର୍ବରୁ ଅଗଷ୍ଟ ମାସରେ ସିଇସି ବୈଠକ ବସିଥିଲା। ଏହି ସମୟରେ ଛତିଶଗଡ଼ର ୨୧ଟି ଆସନ ଓ ମଧ୍ୟପ୍ରଦେଶର ୩୯ଟି ଆସନ ପାଇଁ ପ୍ରାର୍ଥୀ ଚୟନ କରାଯାଇଥିଲା। ବାକି ଆସନଗୁଡ଼ିକ ପାଇଁ ଆଜି ବୈଠକ ବସିଛି।

ସୂଚନାଯୋଗ୍ୟ, ଚଳିତ ବର୍ଷ ଶେଷ ଭାଗରେ ମଧ୍ୟପ୍ରଦେଶ, ଛତିଶଗଡ଼, ରାଜସ୍ଥାନ, ତେଲେଙ୍ଗାନା ଓ ମିଜୋରାମ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ। ଏହାପରେ ୨୦୨୪ ସାଧାରଣ ନିର୍ବାଚନ ପାଇଁ ବିଜେପି ପ୍ରସ୍ତୁତି ଆରମ୍ଭ କରିବ।

Bjp PM Modi
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe