ବିରୋଧୀ ମେଣ୍ଟ ଇଣ୍ଡିଆକୁ ମୋଦୀଙ୍କ କଟାକ୍ଷ: ସେମାନେ ଉପା ନାଁ କାହିଁକି ବଦଳାଇଲେ?

ରାଜସ୍ଥାନ ଗସ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ଉଦଘାଟନ ପରେ ବିରୋଧୀଙ୍କୁ କଲେ ନିଶାନା।

PM Modi In Rajasthan

ରାଜସ୍ଥାନରେ ପ୍ରଧାନମନ୍ତ୍ରୀ

Debibandita Barick
  • Published: Thursday, 27 July 2023
  • Updated: 27 July 2023, 02:43 PM IST

Sports

Latest News

ରାଜସ୍ଥାନ ଗସ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଆଜି(ଜୁଲାଇ ୨୭) ରାଜସ୍ଥାନର ସିକରରେ ପ୍ରଧାନମନ୍ତ୍ରୀ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଉଦଘାଟନ କରିବା ସହ ପିଏମ୍ କିସାନ୍ ଯୋଜନାର ଅର୍ଥରାଶୀ ବଣ୍ଟନ କରିଛନ୍ତି। ଏହି ଅବସରରେ ମଧ୍ୟ ପ୍ରଧାନମନ୍ତ୍ରୀ ବିରୋଧୀଙ୍କ ମିଳିତ ମଞ୍ଚ I.N.D.I.A ନାମକୁ କଟାକ୍ଷ କରିବା ସହ ରାଜ୍ୟର ଅଶୋକ ଗେହଲଟ ସରକାରଙ୍କୁ ନିଶାନା କରିଛନ୍ତି। 

ବିରୋଧୀ ଲୁଟ୍ କରି ଇଣ୍ଡିଆ ନାମରେ ଲୁଚିବାକୁ ଚାହୁଁଛନ୍ତି। SIMI (Students' Islamic Movement of India) ରେ ମଧ୍ୟ ଇଣ୍ଡିଆ ଥିଲା, ପରବର୍ତ୍ତୀ ସମୟରେ ଏହାର ନାମ PFI (Popular Front of India)କୁ ବଦଳାଗଲା। କିନ୍ତୁ ଏସବୁ ନାମଧାରୀ କେବଳ ଭାରତକୁ ଲୁଟିବା ପାଇଁ ଆସିଛନ୍ତି, ଯେପରି ଇଷ୍ଟ୍ ଇଣ୍ଡିଆ କମ୍ପାନୀ ଇଣ୍ଡିଆ ନାମ ନେଇ ଆସିଥିଲା ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ପ୍ରଧାନମନ୍ତ୍ରୀ ଆହୁରି କହିଛନ୍ତି, "ବିରୋଧୀମାନେ ମିଳିତ ମଞ୍ଚର ନାମ ଏଥିପାଇଁ ବଦଳାଇଛନ୍ତି, ଯେମିତି ସେମାନେ ସେମାନଙ୍କର କାରନାମାକୁ ଲୁଚାଇ ପାରିବେ। ଗଣତନ୍ତ୍ରରେ ପ୍ରତ୍ୟେକ ସରକାରକୁ ନିଜ କାର୍ଯ୍ୟର ହିସାବ ଦେବାକୁ ପଡିବ, କଣ ରାଜସ୍ଥାନରେ କଂଗ୍ରେସ ଏହାର କାର୍ଯ୍ୟର ହିସାବ ଦେଉଛି? କେବଳ ପାରସ୍ପରିକ କଳହରେ ସେମାନେ ମୂଲ୍ୟବାନ ସମୟ ନଷ୍ଟ କରୁଛନ୍ତି।"

ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି, ରାଜସ୍ଥାନରେ ଦଳିତଙ୍କ ଉପରେ ଅତ୍ୟାଚାର ଚରମ ସୀମାରେ ପହଞ୍ଚିଛି। ନିଶା କାରବାର ବୃଦ୍ଧି ପାଉଛି। ରାଜସ୍ଥାନବାସୀ ନିଜ ଭଉଣୀ ଏବଂ ଝିଅଙ୍କ ପ୍ରତି ହେଉଥିବା ଅତ୍ୟାଚାରକୁ ସହ୍ୟ କରିପାରିବେ ନାହିଁ। ଜଣେ ଦଳିତ ଭଉଣୀ ତାଙ୍କ ସ୍ୱାମୀଙ୍କ ସାମ୍ମୁଖରେ ଗଣଦୁଷ୍କର୍ମର ଶିକାର ହେଲେ। ଅଭିଯୁକ୍ତମାନେ ଏହାର ଭିଡିଓ ସୁଟ୍ କଲେ, କିନ୍ତୁ ପୁଲିସ FIR ରଖିଲା ନାହିଁ। ବିଦ୍ୟାଳୟରେ ଶିକ୍ଷାଦାନ କରୁଥିବା ଛୋଟ ଝିଅ ଏବଂ ଶିକ୍ଷକମାନେ ମଧ୍ୟ ସୁରକ୍ଷିତ ନାହାଁନ୍ତି। କଂଗ୍ରେସ ନେତାମାନେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପରିବର୍ତ୍ତେ ପୀଡିତା ମହିଳା ମିଥ୍ୟା ଅଭିଯୋଗ କରିଥିବା କହୁଛନ୍ତି।

Also Read

କଂଗ୍ରେସ ଏବଂ ଏହାର ସହଯୋଗୀମାନେ ସେମାନଙ୍କର ପୂର୍ବ ମେଣ୍ଟ ନାମ ଉପାକୁ ବଦଳାଇ ଏକ ନୂଆ ନାଁ ଦେଇଛନ୍ତି। ପୂର୍ବରୁ କୌଣସି ଠକ କମ୍ପାନୀ ନୂତନ ବୋର୍ଡ ଲଗାଇ ଲୋକଙ୍କୁ ବୋକା ବନାଉଥିଲେ। କଂଗ୍ରେସ ଏବଂ ଏହାର ସହଯୋଗୀ ସମାନ କମ୍ପାନୀଗୁଡିକୁ କପି କରୁଛନ୍ତି। ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି, ସେମାନଙ୍କର ପଦ୍ଧତି ସମାନ, ଯାହା ଦେଶର ଶତ୍ରୁମାନଙ୍କ ଦ୍ୱାରା ଗ୍ରହଣ କରାଯାଇଛି। ଅତୀତରେ ମଧ୍ୟ ଇଣ୍ଡିଆ ନାମ ବ୍ୟବହାର କରି ନିଜ କଳା କାରନାମା ଲୁଚାଇବାକୁ ଚେଷ୍ଟା କରାଯାଇଛି। ଇଷ୍ଟ ଇଣ୍ଡିଆ କମ୍ପାନୀ ନାମରେ ମଧ୍ୟ ଇଣ୍ଡିଆ ଥିଲା। ସିମି ଅର୍ଥାତ୍ ଷ୍ଟୁଡେଣ୍ଟ୍ସ ଇସଲାମିକ୍ ମୁଭମେଣ୍ଟ ଅଫ୍ ଇଣ୍ଡିଆ କଂଗ୍ରେସ ଶାସନ ସମୟରେ ଗଠିତ ହୋଇଥିଲା। ଏଥିରେ ନାମ ଥିଲା ଇଣ୍ଡିଆ, କିନ୍ତୁ ମିଶନ ଥିଲା ଭାରତକୁ ଧ୍ୱଂସ କରିବା। ଏହାକୁ ବିରୋଧ କରାଯିବାରୁ ନାମ ବଦଳାଯାଇ ପପୁଲାର୍ ଫ୍ରଣ୍ଟ ଅଫ୍ ଇଣ୍ଡିଆ ରଖାଗଲା। କିନ୍ତୁ ନୂଆ ନାମରେ ସେହି ପୁରୁଣା କାମ କରାଗଲା ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।

ଏହାପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦୀ ସିକରରେ ଦେଶର ୯ କୋଟି ଚାଷୀଙ୍କୁ କୃଷକ ସମ୍ମାନ ନିଧି ଯୋଜନାରେ ଟଙ୍କା ପଠାଇଛନ୍ତି। ଏହି ଅବସରରେ ପ୍ରଧାନମନ୍ତ୍ରୀ କହିଛନ୍ତି, ଚାଷୀଙ୍କ ଖାତାକୁ ସିଧାସଳଖ ୧୮,୦୦୦ କୋଟି ଜମା ହୋଇଛି। ଆଜି ଦେଶରେ ୧.୨୫ ଲକ୍ଷ ପ୍ରଧାନମନ୍ତ୍ରୀ କିସାନ ସମ୍ମାନ ନିଧୀ କେନ୍ଦ୍ର ଆରମ୍ଭ ହୋଇଛି। ଗ୍ରାମ ତଥା ବ୍ଲକ ସ୍ତରରେ ସ୍ଥାପିତ ଏହି କେନ୍ଦ୍ରଗୁଡ଼ିକରୁ କୋଟି କୋଟି କୃଷକ ସିଧାସଳଖ ଲାଭ ପାଇବେ। ଆମ ସରକାର ଦେଶର କୃଷକଙ୍କ ସହ କାନ୍ଧ କାନ୍ଧ ମିଶାଇ ଠିଆ ହୋଇଛନ୍ତି। କୃଷକର ଶକ୍ତି, କୃଷକର ପରିଶ୍ରମ, ମାଟିରୁ ସୁନା ଫଳାଇଥାଏ। ସେଥିପାଇଁ ସରକାର ଦେଶର ଚାଷୀଙ୍କ ସହ କାନ୍ଧ କାନ୍ଧରେ ଠିଆ ହୋଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story