Advertisment

ଖୁବ୍ ଶୀଘ୍ର ବିଜେପିର ଦ୍ୱିତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା

୮ ରାଜ୍ୟର ୯୯ଟି ଆସନ ଉପରେ ସରିଲା ଆଲୋଚନା

BJP Meeting

BJP Meeting

Advertisment

ଲୋକସଭା ନିର୍ବାଚନ ନେଇ ପ୍ରସ୍ତୁତି ଆରମ୍ଭ କରିଦେଲେଣି ପ୍ରମୁଖ ରାଜନୈତିକ ଦଳ। ବିଜେପି ଓ କଂଗ୍ରେସ ପ୍ରଥମ ପ୍ରାର୍ଥୀ ତାଲିକା ଘୋଷଣା କରିଥିବା ବେଳେ ଖୁବଶୀଘ୍ର ବିଜେପିର ଦ୍ୱିତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ପ୍ରକାଶ ପାଇପାରେ। ଗତକାଲି ବିଳମ୍ବିତ ରାତି ଯାଏ ବସିଥିବା ବିଜେପି କେନ୍ଦ୍ରୀୟ ନିର୍ବାଚନ କମିଟିର ବୈଠକରେ ଏନେଇ ଆଲୋଚନା ହୋଇଥିବା ଚର୍ଚ୍ଚା ହେଉଛି। 

Advertisment

ସୂଚନା ଅନୁସାରେ, ଗତକାଲି ପ୍ରାୟ ୪ଘଣ୍ଟା ଧରି ବିଜେପିର ଉଚ୍ଚସ୍ତରୀୟ ବୈଠକ ବସିଥିଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି. ନଡ୍ଡା, କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ପ୍ରମୁଖ ବୈଠକରେ ଉପସ୍ଥିତ ଥିଲେ। ରାତି ପ୍ରାୟ ୧୧ଟା ୧୫ରେ ବୈଠକ ସରିଥିଲା। 

ବୈଠକରେ ଗୁଜରାଟ, ମହାରାଷ୍ଟ୍ର, ବିହାର, ମଧ୍ୟପ୍ରଦେଶ, ହିମାଚଳ ପ୍ରଦେଶ, ତେଲାଙ୍ଗାନା, କର୍ଣ୍ଣାଟକ ଏବଂ ଚଣ୍ଡିଗଡ଼ର ୯୯ଟି ଲୋକସଭା ଆସନ ପାଇଁ ପ୍ରାର୍ଥୀଙ୍କ ନାମ ଉପରେ ଆଲୋଚନା ହୋଇଥିବା ସୂତ୍ରରୁ ପ୍ରକାଶ ପାଇଛି। ରିପୋର୍ଟ ଅନୁସାରେ, ଦ୍ୱିତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକାରେ କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ବସଭରାଜ ବମ୍ମାଇଙ୍କ ନାମ ରହିପାରେ। ତାଙ୍କୁ ହାଭେରୀ-ଗଡାଗ ଆସନରୁ ପ୍ରାର୍ଥୀ କରିପାରେ ଦଳ। 

Advertisment

ନିକଟରେ ଦଳ ପ୍ରଥମ ତାଲିକା ଘୋଷଣା କରିସାରିଛି। ପ୍ରଥମ ତାଲିକାରେ ୧୬ଟି ରାଜ୍ୟର ୧୯୫ଟି ଲୋକସଭା ଆସନ ପାଇଁ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛି ବିଜେପି। କିନ୍ତୁ ପ୍ରଥମ ତାଲିକାରେ ଦଳ ଓଡିଶାରୁ ପ୍ରାର୍ଥା ଦେଇନଥିବା ବେଳେ ଦ୍ୱିତୀୟ ତାଲିକାରେ ନାମ ଚୂଡ଼ାନ୍ତ ହୋଇଥିବା ନେଇ ଚର୍ଚ୍ଚା ହେଉଛି।  

Bjp PM Modi Lok Sabha Polls BJP Candidates List
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe