Advertisment

ସରିଲା ପ୍ରଚାର: ଧ୍ୟାନରେ ବସିଲେ ମୋଦି, କେବଳ ତରଳ ଖାଦ୍ୟ ଖାଇବେ

ଆସନ୍ତା ୪ ତାରିଖରେ ଭୋଟ ଗଣତି ସହ ଫଳାଫଳ ପ୍ରକାଶ ପାଇବ।

ଅଦ୍ୟତନ ହୋଇଛି
PM Modi

PM Modi

Advertisment

ଦେଶରେ ଚାଲିଥିବା ଲୋକସଭା ନିର୍ବାଚନ ପାଇଁ ଆଜି ସନ୍ଧ୍ୟାରୁ ପ୍ରଚାର ଶେଷ ହୋଇଛି। ଆସନ୍ତା ୧ ତାରିଖରେ ଓଡ଼ିଶା ସମେତ ଦେଶରେ ଶେଷ ପର୍ଯ୍ୟାୟ ମତଦାନ ହେବ। ଭୋଟ ଗ୍ରହଣ ପରେ ସବୁ ପ୍ରାର୍ଥୀଙ୍କ ଭାଗ୍ୟ ଇଭିଏମରେ ସିଲ ହୋଇଯିବ।

Advertisment

ଏହାପରେ ଆସନ୍ତା ୪ ତାରିଖରେ ଭୋଟ ଗଣତି ସହ ଫଳାଫଳ ପ୍ରକାଶ ପାଇବ। ଦେଶର ଏଥର ୭ଟି ପର୍ଯ୍ୟାୟରେ ୫୪୩ଟି ଲୋକସଭା ଓ ଓଡ଼ିଶା ସମେତ କିଛି ରାଜ୍ୟର ବିଧାନସଭା ନିର୍ବାଚନ ଅନୁଷ୍ଠିତ ହୋଇଛି। ଓଡ଼ିଶାରେ ୪ଟି ପର୍ଯ୍ୟାୟରେ ୨୧ଟି ଲୋକସଭା ଓ ୧୪୭ ବିଧାନସଭା ଆସନ ପାଇଁ ମତଦାନ ହେବ।

ଆଜି ପ୍ରଚାର ଶେଷ ହେବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଧ୍ୟାନମୁଦ୍ରାକୁ ଚାଲି ଯାଇଛନ୍ତି। ପ୍ରାୟ ୪୫ ଘଣ୍ଟା ଧରି ସେ ବିବେକାନନ୍ଦ ରକ ମେମୋରିଆଲରେ ଧ୍ୟାନରେ ବସିବେ। ଆଜି ବିଳିମ୍ବିତ ସନ୍ଧ୍ୟାରୁ ସେ ଧ୍ୟାନର ବସିଥିବା ବେଳେ ଶନିବାର ପ୍ରାୟ ଦିନ ୩ଟାରେ ଏହା ଶେଷ ହେବ। ଧ୍ୟାନରେ ବସିବା ସମୟରେ ମୋଦି କେବଳ ତରଳ ଖାଦ୍ୟ ଖାଇବେ। 

Advertisment

ପୂର୍ବ ନିଷ୍ପତ୍ତି ଅନୁସାରେ ସେ ପ୍ରଚାର ଶେଷ ହେବାର କିଛି ଘଣ୍ଟା ପୂର୍ବରୁ ଥିରୁଅନନ୍ତପୁରମରେ ଠାରେ ପହଞ୍ଚିଥିଲେ। ସେ ପ୍ରଥମେ ଭଗବତୀ ଅମ୍ମାନ ମନ୍ଦିରରେ ବେଶ କିଛି ସମୟ ଧରି ପୂଜାର୍ଚ୍ଚନା କରିଥିଲେ।

ଧଳା ରଙ୍ଗର ଧୋତି ଓ ଶାୱଲ ପରିଧାନ କରିଥିବା ମୋଦି ମନ୍ଦିରର ଗର୍ଭଗୃହରେ ପୂଜାର୍ଚ୍ଚନା କରିଛନ୍ତି। ମନ୍ଦିରର ପୂଜକ ତାଙ୍କ ପାଇଁ ସ୍ୱତନ୍ତ୍ର ଆରତୀ କରିଥିଲେ ଓ ପ୍ରସାଦ ଦେଇଥିଲେ। ଏଥିସହ ମୋଦିଙ୍କୁ ମନ୍ଦିର ପକ୍ଷରୁ ଗୋଟିଏ ଶାୱଲ ଓ ମା’ଙ୍କର ଗୋଟିଏ ଫଟୋ ଉପହାର ଆକରରେ ଦିଆଯାଇଛି। 

ମନ୍ଦିରରୁ ସିଧା ସେ ଏହାପରେ କନ୍ୟାକୁମାରୀ ଠାରେ ଥିବା ବିବେକାନ୍ଦ ରକ ମେମୋରିଆଲ ଠାରେ ପହଞ୍ଚିଥିଲେ। ସେଠାରେ ସେ ରାମକୃଷ୍ଣ ପରମହଂସଙ୍କ ଠାରୁ ଆରମ୍ଭ କରି ସ୍ୱାମୀ ବିବେକାନନ୍ଦଙ୍କୁ ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ। ମେମୋରିଆଲର ବିଭିନ୍ନ ଦୃଶ୍ୟ ସେ ବୁଲି ଦେଖିଥିଲେ। 

ଏହାପରେ ସମୁଦ୍ର ଉପକୂଳରୁ ୫୦୦ ମିଟର ଦୂରରେ ଥିବା ଏହି ମେମୋରିଆଲରେ ମୋଦି ଧ୍ୟାନ ଆରମ୍ଭ କରିଛନ୍ତି। ଏଠାରେ ଥିବା ଧ୍ୟାନ ମଣ୍ଡପରେ ସେ ଦୁଇ ଦିନ (ପ୍ରାୟ ୪୫ ଘଣ୍ଟା) ଧ୍ୟାନରେ ବସିବେ। ଉକ୍ତ ସ୍ଥାନରେ ସ୍ୱାମୀ ବିବେକାନନ୍ଦ ମଧ୍ୟ ୩ ଦିନ ଧ୍ୟାନରେ ବସିଥିଲେ। ତାଙ୍କ ସ୍ମୃତିରେ ହିଁ ବିବେକାନନ୍ଦ ରକ ମେମୋରିଆଲ ନିର୍ମାଣ କରାଯାଇଛି।

ମୋଦି ଧ୍ୟାନସ୍ଥ ଥିବା ବେଳେ ତାଙ୍କୁ ୨୦୦୦ରୁ ଅଧିକ ସୁରକ୍ଷାକର୍ମୀ ଜଗି ରହିଛନ୍ତି। ସେହିପରି ପ୍ରଧାନମନ୍ତ୍ରୀ ଧ୍ୟାନ କରୁଥିବା ବେଳେ ବିଭିନ୍ନ ସୁରକ୍ଷା ଏଜେନ୍ସି ଏହାପରେ କଡ଼ା ନଜର ରଖିଛନ୍ତି। ସୁରକ୍ଷା ଦୃଷ୍ଟିରୁ ଗୁରୁବାର ଠାରୁ ଶନିବାର ପର୍ଯ୍ୟନ୍ତ ପର୍ଯ୍ୟଟକଙ୍କ ପାଇଁ ସମୁଦ୍ରକୂଳ ବନ୍ଦ ରହିଛି। ଏହା ସହିତ ଡଙ୍ଗାଗୁଡ଼ିକୁ ମଧ୍ୟ ସମୁଦ୍ର ଭିତରକୁ ଯିବା ପାଇଁ ବାରଣ କରାଯାଇଛି।

ମୋଦି ଆଜି ସନ୍ଧ୍ୟାରୁ ଧ୍ୟାନରେ ବସିଥିବା ବେଳେ ଏହା ଜୁନ ୧ ତାରିଖ ଅପାରାହ୍ନ ପ୍ରାୟ ୩ଟାରେ ଶେଷ ହେବ। ଦେଶର ଭୋଟ ପ୍ରକ୍ରିୟା ମଧ୍ୟ ୧ ତାରିଖ ସନ୍ଧ୍ୟାରେ ସରିବା ସହ ଏକଜିଟ ପୋଲ ରେଜଲ୍ଟ ପ୍ରକାଶ ପାଇବ। ଧ୍ୟାନରୁ ଉଠିବା ପରେ ମୋଦି ସିଧା ଦିଲ୍ଲୀ ଆସିବେ।

କନ୍ୟାକୁମାରୀର ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥାନ ହେଉଛି ବିବେକାନନ୍ଦ ରକ ମେମୋରିଆଲ। ଏହା ୧୯ଶ ଶତାବ୍ବୀର ଦର୍ଶନିକ ଓ ଲେଖକ ସ୍ୱାମୀ ବିବେକାନନ୍ଦଙ୍କ ସ୍ମୃତିରେ ନିର୍ମାଣ ହୋଇଛି। ଏହି ସ୍ମାରକୀ ନିକଟରେ ତାମିଲ ସନ୍ଥ ତିରୁଭାଲ୍ଲୁବାର ପ୍ରତିମୂର୍ତ୍ତି ନିକଟରେ ରହିଛି।

୨୦୧୯ ଲୋକସଭା ନିର୍ବାଚନର ଠିକ ଶେଷ ପର୍ଯ୍ୟାୟରେ ମୋଦି କେଦାରନାଥ ଗସ୍ତ କରିଥିଲେ। ସେଠାରେ ଥିବା ଗୋଟିଏ ଗୁମ୍ଫାରେ ସେ ଧ୍ୟାନରେ ବସିଥିଲେ। ୨୦୧୯ ମେ’ ୧୮ ତାରିଖରେ ମୋଦି ଉତ୍ତରାଖଣ୍ଡର ରୁଦ୍ର ଗୁମ୍ଫାରେ ୧୭ ଘଣ୍ଟା ଧରି ଧ୍ୟାନ କରିଥିଲେ।

୧୯ ତାରିଖରେ ଶେଷ ପର୍ଯ୍ୟାୟ ନିର୍ବାଚନ ହୋଇଥିଲା ଓ ମେ’ ୨୩ରେ ରେଜଲ୍ଟ ପ୍ରକାଶ ପାଇଥିଲା। ସେହିପରି ୨୦୧୪ରେ ସେ ଶିବାଜୀଙ୍କ ପ୍ରତାଗଡ଼ ଗସ୍ତ କରିଥିଲେ।

PM Modi Lok Sabha Election 2024 Vivekananda Rock Memorial
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe