Advertisment

କେରଳରେ ରାହୁଲ ଗାନ୍ଧିଙ୍କୁ ବାଣ ମାରିଲେ ମୋଦି

କେରଳର ସମସ୍ତ ୨୦ ଲୋକସଭା ଆସନ ପାଇଁ ଏପ୍ରିଲ ୨୬ରେ ଭୋଟ ହେବ।

author-image
Hemant Lenka
ଅଦ୍ୟତନ ହୋଇଛି
PM Modi

PM Modi

କେରଳରେ ଆଜି ନିଜ ଦଳ ପାଇଁ ଜୋରଦାର ପ୍ରଚାର କରିଛନ୍ତି ନରେନ୍ଦ୍ର ମୋଦି। ସେ କେରଳର କ୍ଷମତାସୀନ ଏଲଡିଏଫ ଓ ବିରୋଧୀ କଂଗ୍ରେସ ନେତୃତ୍ୱାଧୀନ ୟୁଡିଏଫ ଉପରେ ବର୍ଷିଛନ୍ତି। ଏଲଡିଏଫ ଓ ୟୁଡିଏଫ ରାଜ୍ୟର ସ୍ଥିତିକୁ ଆହୁରି ଖରାପ କରି ଦେଇଛନ୍ତି।

Advertisment

କେରଳ କିମ୍ବା ବେଙ୍ଗଲ, ଯେଉଁଠି ବି ବାମପନ୍ଥୀ ସରକାର ରହିଛି, ସେଠାରେ ସେମାନଙ୍କର ସମାନ ଚରିତ୍ର କେବଳ ନଥିଂ ଲେଫ୍ଟ ଓ ନଥିଂ ରାଇଟ୍‌ ବୋଲି ସେ କହିଛନ୍ତି। ଏଥିସହ ସେ ୱାୟନାଡ ସାଂସଦ ରାହୁଲ ଗାନ୍ଧିଙ୍କୁ ମଧ୍ୟ ଟାର୍ଗେଟ କରିଛନ୍ତି।

କେରଳର ପାଲାକ୍କଡରେ ଆୟୋଜିତ ସାଧାରଣ ସଭାରେ ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି, “କଂଗ୍ରେସର ଯୁବରାଜ କେରଳ ଲୋକଙ୍କ ଠାରୁ ଭୋଟ ମାଗିବେ। କିନ୍ତୁ ସେ କେବେ ହେଲେ ଆପଣମାନଙ୍କର ସମସ୍ୟା ଓ ସ୍ୱାର୍ଥ ସମ୍ପର୍କରେ ପଦଟିଏ ବି କହିବେ ନାହିଁ।

Advertisment

କେନ୍ଦ୍ର ସରକାରଙ୍କ ବିକାଶମୂଳକ କାର୍ଯ୍ୟରେ ବିରୋଧରେ ବାଧା ସୃଷ୍ଟି କରୁଛନ୍ତି। ବିରୋଧୀ ଦଳ ଗୁଡ଼ିକ ଜାତୀୟ ରାଜପଥ ପ୍ରକଳ୍ପକୁ ରୋକିବାକୁ ଚେଷ୍ଟା କରୁଛନ୍ତି। ସେହିପରି ରାଜ୍ୟ ପାଇଁ କେନ୍ଦ୍ର ସରକାର ପଠାଇଥିବା ପାଣ୍ଠିର ଅପବ୍ୟବହାର କରାଯାଉଛି।

ପଶ୍ଚିମବଙ୍ଗ ଠାରୁ କେରଳ ଯାଏ, ସମସ୍ତ ବାମପନ୍ଥୀ ସରକାରଙ୍କ ସମାନ ଚରିତ୍ର-ନଥିଂ ଲେଫ୍ଟ ଓ ନଥିଂ ରାଇଟ୍‌। ଏହାର ଅର୍ଥ ଯେଉଁଠି ବି ବାମପନ୍ଥୀ ସରକାର ରହିଛନ୍ତି, ସେଠାରେ କିଛି ଭଲ କାମ କରି ନାହାନ୍ତି। ଉକ୍ତ ସ୍ଥାନକୁ ବର୍ବାଦ କରିବାକୁ କୌଣସି ଉଦ୍ୟମ ଛାଡ଼ି ନାହାନ୍ତି।

କେରଳ ଲୋକମାନେ ଏଲଡିଏଫ ଓ ୟୁଡିଏଫର କବଳରୁ ମୁକୁଳିବାକୁ ଚାହୁଁଛନ୍ତି। କେରଳରେ କଂଗ୍ରେସ ବାମପନ୍ଥୀ ଲୋକଙ୍କୁ ଆତଙ୍କବାଦୀ କହୁଛି। କିନ୍ତୁ ଦିଲ୍ଲୀରେ କଂଗ୍ରେସ ଓ ସେହି ଆତଙ୍କବାଦୀ ଏକାଠି ବସୁଛନ୍ତି, ଏକାଠି ଖାଉଛନ୍ତି ଓ ନିର୍ବାଚନ ପାଇଁ ରଣନୀତି କରୁଛନ୍ତି।”

ରାହୁଲ ଗାନ୍ଧିଙ୍କ ନାଁ ନନେଇ ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି, “କଂଗ୍ରେସ ଯୁବରାଜ ତାଙ୍କ ପରିବାରର ଗଡ଼ ଉତ୍ତର ପ୍ରଦେଶରେ ବଞ୍ଚାଇ ପାରିଲେ ନାହିଁ। ଏବେ ସେ କେରଳରେ ନିଜର ନୂଆ ବେସ୍‌ ତିଆରି କରିଛନ୍ତି।”

ଏସଡିପିଆଇ ସହ କଂଗ୍ରେସ ପଛ ଦ୍ୱାରରେ ଡିଲ୍‌ କରିଥିବା ମଧ୍ୟ ମୋଦି ଅଭିଯୋଗ କରିଛନ୍ତି। ଏସଡିପିଆଇ ହେଉଛି ଦେଶରେ ବ୍ୟାନ ହୋଇଥିବା ଗୋଟିଏ ସଂଗଠନର ରାଜନୀତିକ ପାର୍ଟି।

କେରଳର ସମସ୍ତ ୨୦ ଲୋକସଭା ଆସନ ପାଇଁ ଏପ୍ରିଲ ୨୬ରେ ଭୋଟ ହେବ।

PM Modi Rahul Gandhi Kerala Lok Sabha Election 2024