Advertisment

ଆପ୍ ନେତାଙ୍କୁ ଜେଲ୍ ପଠାଇବାକୁ ପ୍ରଧାନମନ୍ତ୍ରୀ ଲଞ୍ଚ କରିଛନ୍ତି 'ଅପରେସନ ଝାଡ଼ୁ': କେଜ୍ରିୱାଲ

ପ୍ରଧାନମନ୍ତ୍ରୀଙ୍କ 'ଅପରେସନ ଝାଡ଼ୁ'ରେ ତିନୋଟି ଯୋଜନା ରହିଛି ବୋଲି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ କହିଛନ୍ତି।

Arvind Kejriwal

Arvind Kejriwal

Advertisment

ଅନ୍ତରୀଣ ଜାମିନରେ ଆସିବା ପରେ ବିଜେପି ଉପରେ ବର୍ଷି ଚାଲିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ। ଲୋକସଭା ନିର୍ବାଚନ ପ୍ରଚାର ସମୟରେ ବିଜେପିକୁ ଟାର୍ଗେଟ କରୁଥିବା ବେଳେ ଆପ୍ ନେତାଙ୍କ ଗିରଫଦାରୀକୁ ନେଇ ପ୍ରଧାନମନ୍ତ୍ରୀଙ୍କୁ ସିଧା ନିଶାନା କରିଛନ୍ତି। ଆପ୍ ନେତାଙ୍କୁ ଜେଲ ପଠାଇବା ପାଇଁ ପ୍ରଧାନମନ୍ତ୍ରୀ 'ଅପରେସନ ଝାଡ଼ୁ' ଲଞ୍ଚ କରିଥିବା କହିଛନ୍ତି କେଜ୍ରିୱାଲ। 

Advertisment

ପାର୍ଟି କାର୍ଯ୍ୟାଳୟରେ AAP କର୍ମୀ ଏବଂ ନେତାମାନଙ୍କୁ ସମ୍ବୋଧିତ କରି କେଜ୍ରିୱାଲ କହିଛନ୍ତି, "ବିଜେପି ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି 'ଅପରେସନ୍ ଝାଡୁ' ଆରମ୍ଭ କରିଛନ୍ତି, ଯାହା ଫଳରେ ଆମେ ଆଗକୁ ଯାଇପାରିବା ନାହିଁ କି ସେମାନଙ୍କ ପାଇଁ ଚ୍ୟାଲେଞ୍ଜ ହୋଇପାରିବା ନାହିଁ।"

'ଅପରେସନ୍ ଝାଡୁ' ମାଧ୍ୟମରେ ଆପର ବଡ଼ ବଡ଼ ନେତାମାନେ ଗିରଫ ହେବେ, ଆପର ବ୍ୟାଙ୍କ ଆକାଉଣ୍ଟ ଅଚଳ କରିବେ। ଇଡି ଓକିଲ ବି କୋର୍ଟରେ ବିବୃତ୍ତି ଦେଇ କହିଛନ୍ତି, ନିର୍ବାଚନ ପରେ ଆପର ବ୍ୟାଙ୍କ ଆକାଉଣ୍ଟ ଅଚଳ ହେବ। ବର୍ତ୍ତମାନ ସେ ଆମକୁ ଦୟା ଦେଖାଉଛନ୍ତି। ଆଗକୁ ଆମ ଅଫିସକୁ ହଟାଇବେ, ଆମେ ରାସ୍ତାକୁ ଚାଲିଆସିବା। ବିଜେପି ଏହି ତିନି ଯୋଜନାରେ ଅଛି ବୋଲି ଦିଲ୍ଲୀ ମୁଖ୍ୟମନ୍ତ୍ରୀ କେଜ୍ରିୱାଲ ଅଭିଯୋଗ କରିଛନ୍ତି। 

Advertisment

ସେପଟେ ଆଜି ଆପ୍ ବିଜେପି କାର୍ଯ୍ୟାଳୟ ସମ୍ମୁଖରେ ବ୍ୟାପକ ବିକ୍ଷୋଭ ପ୍ରଦର୍ଶନ କରିଛି। ଏହି ସମୟରେ ଦଳର ଅନେକ କର୍ମୀଙ୍କୁ ଉଠାଇ ନେଇଛି ପୁଲିସ। ଆପ୍ ଏବଂ ରାଜ୍ୟସଭା ସାଂସଦ ସ୍ୱାତୀ ମାଲିୱାଲଙ୍କ ମଧ୍ୟରେ ଚାଲିଥିବା ବିବାଦ ମଧ୍ୟରେ ଦଳ ବିଜେପି କାର୍ଯ୍ୟାଳୟ ଘେରାଉ ନେଇ ଘୋଷଣା କରିବା ପରେ ସୁରକ୍ଷାକୁ କଡ଼ାକଡ଼ି କରାଯାଇଥିଲା।

ପୁଲିସ ଡିଡିୟୁ ମାର୍ଗରେ ଧାରା ୧୪୪ ଲଗାଇଥିଲା, ଯେଉଁଠାରେ ବିଜେପି ପାର୍ଟି ଅଫିସ୍ ଅବସ୍ଥିତ। ପୁଲିସର କହିଛି ଯେ, ଆପ୍ ଶୋଭାଯାତ୍ରା ପାଇଁ ଅନୁମତି ମାଗିନଥିଲା। ଉକ୍ତ ଅଞ୍ଚଳରେ କର୍ଫ୍ୟୁ ଲାଗିଥିବାରୁ ଆପ୍ କର୍ମୀଙ୍କୁ ଅଟକ ରଖାଯାଇଛି।

ପ୍ରକାଶ ଥାଉକି, ଦିଲ୍ଲୀ ମଦ ନୀତି ଦୁର୍ନୀତି ମାମଲାରେ ଗିରଫ ହୋଇଥିଲେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ। ବର୍ତ୍ତମାନ ସେ ଅନ୍ତରୀଣ ଜାମିନରେ ଆସିଛନ୍ତି। ସେପଟେ ଏହି ମାମଲାରେ ମଧ୍ୟ ପୂର୍ବତନ ଉପମୁଖ୍ୟମନ୍ତ୍ରୀ ତଥା କେଜ୍ରିୱାଲଙ୍କ ଘନିଷ୍ଠ ସହଯୋଗୀ ମନୀଷ ସିସୋଦିଆ ଗିରଫ ହୋଇ ଜେଲରେ ଅଛନ୍ତି।

ଅନ୍ୟପଟେ ଆପର ଆଭ୍ୟନ୍ତରୀଣ ମାମଲା ମଧ୍ୟ ଦଳକୁ ସମସ୍ୟାରେ ପକାଇଛି। ଆପ୍ ରାଜ୍ୟସଭା ସାଂସଦ ସ୍ୱାତୀ ମାଲିୱାଲ କେଜ୍ରିୱାଲଙ୍କ ବ୍ୟକ୍ତିଗତ ସଚିବ ବୈଭବ କୁମାରଙ୍କ ବିରୁଦ୍ଧରେ ଅସାଦାଚରଣ ଓ ମାଡ଼ ମାରିବାର ଅଭିଯୋଗ ଆଣିବା ପରେ ପୁଲିସ ତାଙ୍କୁ ଗିରଫ କରିଛି। 

Bjp Arvind Kejriwal AAP Operation Jhaadu
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe