Rahul Gandhi
ନିର୍ବାଚନ ବଣ୍ଡ ‘ସ୍କାମ’ର ମାଷ୍ଟରମାଇଣ୍ଡ ହେଉଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଦୁର୍ନୀତି ଧରା ପଡ଼ିଯିବା ପରେ ସେ ସାକ୍ଷାତକାର ଦେଉଥିବା କଂଗ୍ରେସ ସାଂସଦ ରାହୁଲ ଗାନ୍ଧି ଅଭିଯୋଗ କରିଛନ୍ତି।
ଆଜି ମୋଦି ଏଏନ୍ଆଇକୁ ସାକ୍ଷାତକାର ଦେବା ସହ ନିର୍ବାଚନୀ ବଣ୍ଡ ଉପରେ ମତ ରଖିଥିଲେ। କଳା ଟଙ୍କାର ବ୍ୟବହାରକୁ ରୋକିବା ପାଇଁ ନିର୍ବାଚନୀ ବଣ୍ତ ଲାଗୁ କରାଯାଇଥିବା ସେ ଦାବି କରିଥିଲେ।
ଏହା ଉପରେ ପ୍ରତିକ୍ରିୟା ଦେଇ ରାହୁଲ ଗାନ୍ଧି କହିଛନ୍ତି, “ଏହା ଟଙ୍କା ଲୁଟ କରିବା ପାଇଁ ବିଶ୍ୱର ସବୁଠାରୁ ବଡ଼ ଯୋଜନା ଓ ପ୍ରଧାନମନ୍ତ୍ରୀ ମୋଦି ଏହାର ମାଷ୍ଟରମାଇଣ୍ଡ। ଗୋଟିଏ ଦିନ ସିବିଆଇ ତଦନ୍ତ ଆରମ୍ଭ ହେଉଛି ଓ ଏହା ପରେ ସେମାନେ(ବିଜେପି) ଟଙ୍କା ପାଉଛନ୍ତି।
ଟଙ୍କା ମିଳିବା ପରେ ସିବିଆଇ ତଦନ୍ତ ବନ୍ଦ ହୋଇଯାଉଛି। ଏକଥା ଦୟା କରି ପ୍ରଧାନମନ୍ତ୍ରୀଙ୍କୁ ପଚାରନ୍ତୁ। ବଡ଼ ଠିକା, ଭିତ୍ତିଭୂମି କାମ ପାଇଁ କମ୍ପାନୀ ଟଙ୍କା ଦେଉଛନ୍ତି ଓ ତୁରନ୍ତ ସେମାନଙ୍କୁ କଣ୍ଟ୍ରାକ୍ଟ ମିଳି ଯାଉଛି।
ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ନିର୍ବାଚନୀ ବଣ୍ଡରେ ନାଁ ଓ ତାରିଖ ରହିଛି। ଯଦି ଆପଣ ନାଁ ଓ ତାରିଖକୁ ଦେଖିବେ, ତା’ହେଲେ ଆପଣ ଜାଣିପାରିବେ ଯେ ଚାନ୍ଦାଦାତାମାନେ କେବେ ନିର୍ବାଚନୀ ବଣ୍ଡ ଦେଇଛନ୍ତି।
ଠିକ କଣ୍ଟ୍ରାକ୍ଟ ପାଇବା ପରେ କିମ୍ବା ସିବିଆଇ ତଦନ୍ତ ପ୍ରତ୍ୟାହାର ପରେ ଟଙ୍କା ମିଳିଛି। ପ୍ରଧାନମନ୍ତ୍ରୀ ଧରା ପଡ଼ିବା ପରେ ଏଏନଆଇକୁ ଇଣ୍ଟରଭ୍ୟୁ ଦେଉଛନ୍ତି।”
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploadimage/library/16_9/16_9_0/IMAGE_1713193352.jpg)