Advertisment

ଓଡ଼ିଶା ବରବାଦୀର କାରଣ ବିଜେଡି ସରକାର: ପ୍ରଧାନମନ୍ତ୍ରୀ ମୋଦି

'ବିଜେଡି ସରକାର ପୂରା ଭ୍ରଷ୍ଟାଚାରୀଙ୍କ ଦ୍ୱାରା ଘେରି ରହିଛି। କିଛି ନିର୍ଦ୍ଦିଷ୍ଟ ଭ୍ରଷ୍ଟାଚାରୀ ମୁଖ୍ୟମନ୍ତ୍ରୀଙ୍କ ନିବାସ ଓ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ପୂରା ଘେରି ରହିଛନ୍ତି। ବିଜେଡିର ଛୋଟ ଛୋଟ ନେତା କୋଟି କୋଟି ଟଙ୍କାର ମାଲିକ।'

author-image
Manoj Swain

ଅନୁଗୋଳ ସଭାରେ ଆଜି ପୁଣି ଥରେ ବିଜେଡି ସରକାରକୁ ସିଧାସଖଳ ହମଲା କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି। ସେ କହିଛନ୍ତି, ଓଡ଼ିଶାର ଗରିବୀ ଦେଖି ମୋ ହୃଦୟକୁ ବହୁତ କଷ୍ଟ ହେଉଛି। ପ୍ରାକୃତିକ ସଂପଦରେ ଭରପୁର ଓଡ଼ିଶା କିନ୍ତୁ ଲୋକ ଗରିବ କାହିଁକି ? ମୋ ଓଡ଼ିଶାକୁ କିଏ ଏମିତି ବରବାଦ କରିଦେଲା ? ସବୁ ବରବାଦୀର କାରଣ ହେଉଛି ବିଜେଡି ସରକାର। ବିଜେଡି ସରକାର ପୂରା ଭ୍ରଷ୍ଟାଚାରୀଙ୍କ ଦ୍ୱାରା ଘେରି ରହିଛି। କିଛି ନିର୍ଦ୍ଦିଷ୍ଟ ଭ୍ରଷ୍ଟାଚାରୀ ମୁଖ୍ୟମନ୍ତ୍ରୀଙ୍କ ନିବାସ ଓ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ପୂରା ଘେରି ରହିଛନ୍ତି। ବିଜେଡିର ଛୋଟ ଛୋଟ ନେତା କୋଟି କୋଟି ଟଙ୍କାର ମାଲିକ।  

Advertisment
Odisha Bjp PM Modi