Advertisment

ଆଜି ପହଞ୍ଚିବେ ପିଏମ୍ ମୋଦି ଓ ଅମିତ ଶାହ, ସୁରକ୍ଷା ବଳୟରେ ରାଜଧାନୀ

ଆଜିଠୁ ଭୁବନେଶ୍ୱରରେ ଆୟୋଜିତ ହେବାକୁ ଯାଉଛି ସର୍ବଭାରତୀୟ ଡିଜିପି ସମ୍ମିଳନୀ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ ଗୃହମନ୍ତ୍ରୀ ଅମିତ ଶାହ ବି ଏହି ସମ୍ମିଳନୀରେ ଯୋଗ ଦେବେ। ସେଥିନିମନ୍ତେ ଆଜିଠୁ ତିନି ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଗୃହମନ୍ତ୍ରୀ ଅମିତ ଶାହ ।

ଅଦ୍ୟତନ ହୋଇଛି
PM modi & Amit shah

PM modi & Amit shah

Advertisment

ଆଜିଠୁ ଭୁବନେଶ୍ୱରରେ ଆୟୋଜିତ ହେବାକୁ ଯାଉଛି ସର୍ବଭାରତୀୟ ଡିଜିପି ସମ୍ମିଳନୀ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ ଗୃହମନ୍ତ୍ରୀ ଅମିତ ଶାହ ବି ଏହି ସମ୍ମିଳନୀରେ ଯୋଗ ଦେବେ। ସେଥିନିମନ୍ତେ ଆଜିଠୁ ତିନି ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଗୃହମନ୍ତ୍ରୀ ଅମିତ ଶାହ ।

Advertisment

ଅପରାହ୍ନରେ ମୋଦି ଓ ଶାହ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବେ । ଏହାପରେ ବିମାନବନ୍ଦର ନିକଟରେ ଆୟୋଜିତ ଏକ ସଭାରେ ଉଦବୋଧନ ଦେବେ ମୋଦି । ସେଠାରୁ ସିଧାସଳଖ ରାଜଭବନ ଯିବେ । ସନ୍ଧ୍ୟାରେ ବିଜେପି ରାଜ୍ୟ କାର୍ଯ୍ୟାଳୟକୁ ଯିବେ । ସେଠାରେ ପ୍ରାୟ ୨ ଘଣ୍ଟା ରହିବେ। ଦଳର ବରିଷ୍ଠ ପଦାଧିକାରୀଙ୍କ ସମେତ ଜନପ୍ରତିନିଧିଙ୍କ ସହିତ କରିବେ ରୁଦ୍ଧଦ୍ୱାର ବୈଠକ। ଫୋକସରେ ରହିବ ସରକାର ଓ ସଂଗଠନ।

ନୂଆ କରି ସତ୍ତାକୁ ଆସିଥିବା ବିଜେପି ସରକାର କେମିତି ଚାଲିଛି ତାର ସମୀକ୍ଷା କରିବେ ଖୋଦ୍ ମୋଦି। ମନ୍ତ୍ରୀ, ସାଂସଦ ଓ ବିଧାୟକମାନଙ୍କ ଠାରୁ ରିପୋର୍ଟ କାର୍ଡ ନେବେ। ଆଗାମୀ ୨୫ ବର୍ଷ ଯାଏ ସତ୍ତାରେ ରହିବାକୁ ସଂଗଠନର ପ୍ରାଣ ପ୍ରତିଷ୍ଠା କରିବେ ପ୍ରଧାନମନ୍ତ୍ରୀ। ଚଳିତ ଥର କୋଟିଏ ସଭ୍ୟ ସଂଗ୍ରହ କରିବାକୁ ଟାର୍ଗେଟ୍ ଦିଆଯାଇଛି। ସେନେଇ ମଧ୍ୟ ଆଲୋଚନା କରିବେ।

Advertisment

ଆଜିଠୁ ଭୁବନେଶ୍ବରରେ ଆୟୋଜିତ ହେବାକୁ ଥିବା ସର୍ବଭାରତୀୟ ଡିଜିପି ସମ୍ମିଳନୀ ନିମନ୍ତେ ବିଭିନ୍ନ ରାଜ୍ୟର ପୁଲିସ ମୁଖିଆ ଭୁବନେଶ୍ୱରରେ ପହଞ୍ଚି ସାରିଲେଣି। ଏହି ସମ୍ମିଳନୀକୁ ଗୃହମନ୍ତ୍ରୀ ଅମିତ ଶାହ ଉଦଘାଟନ କରିବେ । ପ୍ରଧାନମନ୍ତ୍ରୀ ମୋଦି ଏବଂ ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ୍ ଏହି କଫରେନ୍ସରେ ଯୋଗ ଦେବେ।

ପ୍ରଥମ ଥର ଲାଗି ଓଡ଼ିଶାରେ ହେଉଥିବା ଏହି ସମ୍ମିଳନୀ ପାଇଁ ସୁରକ୍ଷା ବ୍ଲାଙ୍କେଟରେ ରାଜଧାନୀ। ଦେଶର ଆଭ୍ୟନ୍ତରୀଣ ସୁରକ୍ଷା ସହ ସୀମା ସୁରକ୍ଷା, ସାଇବର ଅପରାଧ ଓ ନିଶା କାରବାର ଭଳି ପ୍ରମୁଖ ପ୍ରସଙ୍ଗରେ ତିନି ଦିନ ଧରି ହେବ ଆଲୋଚନା।

ଏଥିନିମନ୍ତେ ଆଜିଠୁ ଆସନ୍ତା ୧ ତାରିଖ ପର୍ଯ୍ୟନ୍ତ ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ଯାନବାହନ ଚଳାଚଳ ଉପରେ କଟକଣା ଜାରି ହୋଇଛି। ଭିଭିଆଇପିଙ୍କ ଗସ୍ତ କରିବା ରାସ୍ତାରେ ଯାନବାହାନ ମନା ହୋଇଛି।

 ରାଜ୍ୟ ଅତିଥି ଭବନରେ ସବୁ ରାଜ୍ୟର ପୁଲିସ ଡିଜିଙ୍କ ରହିବା ବ୍ୟବସ୍ଥା କରାଯାଇଛି । ତେଣୁ ହାଇସିକ୍ୟୁରିଟି ଜୋନରେ ଏବେ ପୁରା ରାଜଧାନୀ। ସହରର ସମସ୍ତ ଏଣ୍ଟ୍ରି ପଏଣ୍ଟରେ ନାକା କରି କଡ଼ା ଯାଞ୍ଚ କରୁଛନ୍ତି ପୁଲିସ ଓ ବିଏସଏଫ। ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟକ୍ରମ ଥିବା ସ୍ଥାନରେ ‘ନୋ ଫ୍ଲାଇଙ୍ଗ ଜୋନ୍’ ଘୋଷଣା କରାଯାଇଛି।

Narendra Modi Amit Shah
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe