Advertisment

ମୋହନ ସରକାରଙ୍କ ବର୍ଷପୂର୍ତ୍ତି ଉତ୍ସବର ଅତିଥି ହେବେ ପ୍ରଧାନମନ୍ତ୍ରୀ ମୋଦି ଓ ସ୍ୱରାଷ୍ଟ୍ର ମନ୍ତ୍ରୀ ଶାହ!

ମୋହନ ମାଝୀ ସରକାରଙ୍କ ବର୍ଷପୂର୍ତ୍ତି ପାଳନ ଅବସରରେ ପ୍ରଧାନମନ୍ତ୍ରୀ ଅତିଥି ହେବେ କି ବୋଲି ପ୍ରଶ୍ନର ସେ କୌଣସି ସିଧାସଳଖ ଉତ୍ତର ଦେଇନାହାନ୍ତି। ସେ କହିଛନ୍ତି ଯେ ଏନେଇ କିଛି ଚୂଡ଼ାନ୍ତ ହୋଇନାହିଁ। ଏହି ଅବସରରେ ପ୍ରଧାନମନ୍ତ୍ରୀ ମୋଦି ଓ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ଆସିଲେ ଭଲ ହେବ। ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ସହ ଯୋଗାଯୋଗ ଚାଲିଛି।

author-image
Debendra Prusty
Prime Minister Narendra Modi

Prime Minister Narendra Modi

ଆସନ୍ତା ଜୁନ୍‌ ୧୨ ତାରିଖରେ ଓଡ଼ିଶାର ମୋହନ ମାଝୀଙ୍କ ବିଜେପି ସରକାର କ୍ଷମତାରେ ଏକ ବର୍ଷ ପୂରଣ କରିବ। ଓଡ଼ିଶାରେ ଏହା ହେଉଛି ବିଜେପିର ପ୍ରଥମ ସରକାର। ସରକାରର ପ୍ରଥମ ବର୍ଷ ପୂର୍ତ୍ତି ପାଳନ ଅବସରରେ ଜୁନ୍‌ ୧୨ ତାରିଖରୁ ଜୁନ୍‌ ୧୯ ତାରିଖ ଯାଏଁ ସପ୍ତାହ ବ୍ୟାପୀ ଅନେକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ଓଡ଼ିଶା ଗସ୍ତରେ ଆସିପାରନ୍ତି ବୋଲି ସୂଚନା ପ୍ରଦାନ କରିଛନ୍ତି ରାଜ୍ୟ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ।

Advertisment

ରାଜସ୍ୱ ମନ୍ତ୍ରୀ ପୂଜାରୀ ଗଣମାଧ୍ୟମକୁ ଦେଇଥିବା ସୂଚନା ଅନୁସାରେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ଓଡ଼ିଶା ସରକାରଙ୍କ ସହିତ ସଂପର୍କରେ ଅଛନ୍ତି। ରାଜ୍ୟ ବିଜେପି ସରକାରର ପ୍ରଥମ ବର୍ଷର ହାସଲ ନେଇ ସମୀକ୍ଷା କରାଯାଉଛି। ବର୍ଷପୂର୍ତ୍ତି କେବଳ ଏକ ରାଜନୀତିକ ହାସଲ ନୁହେଁ, ଏହା ଏକ ଉତ୍ତରଦାୟିତ୍ୱର ଅବସର ମଧ୍ୟ। ଏହି ବର୍ଷକ ଭିତରେ ମୋହନ ମାଝୀଙ୍କ ସରକାର ଓଡ଼ିଶାବାସୀଙ୍କ ପାଇଁ କି କି କାର୍ଯ୍ୟ କରିଛନ୍ତି ତାହାର ମଧ୍ୟ ସମୀକ୍ଷା ହେବ।

ସୂଚନା ଅନୁସାରେ ରାଜ୍ୟ ସରକାର ଓଡ଼ିଶାର ଭୋଟରମାନଙ୍କୁ ଦେଇଥିବା ୨୧ଟି ପ୍ରତିଶ୍ରୁତିରୁ ୧୧ଟି ପ୍ରତିଶ୍ରୁତି ଏହି ବର୍ଷକ ମଧ୍ୟରେ ପୂରଣ କରିଛନ୍ତି। ବାକି ୧୦ ପ୍ରତିଶ୍ରୁତି ଆଗାମୀ ବର୍ଷ ପୂରଣ କରିବାକୁ ଚେଷ୍ଟା କରାଯିବ। ଏହା ବ୍ୟତିତ ଦଳ ଯେଉଁ ପ୍ରତିଶ୍ରୁତି ଦେଇନାହିଁ, ମାତ୍ର ଲୋକେ ତାହା ଚାହାନ୍ତି ତାହା ମଧ୍ୟ କାର୍ଯ୍ୟକାରୀ ହେବ। ରାଜସ୍ୱ ମନ୍ତ୍ରୀ କହିଛନ୍ତି ଯେ ଗଣତନ୍ତ୍ରରେ ଅଭିଭାବକ ହେଲେ ଜନ ସାଧାରଣ। ଛାତ୍ରଛାତ୍ରୀ ଯେପରି ବର୍ଷକ ପାଠ ପଢ଼ିବା ପରେ ବାର୍ଷିକ ପରୀକ୍ଷା ଦିଏ ଓ ପରୀକ୍ଷାରେ କେତେ ମାର୍କ ରଖିଲା ତାହାର ପ୍ରଗତିପତ୍ର ସ୍କୁଲରୁ ଆଣି ବାପମା’ଙ୍କୁ ଦେଖାଏ ସେହିପରି ରାଜ୍ୟ ସରକାରଙ୍କର ପ୍ରଗତିପତ୍ର ଜନ ସାଧାରଣ ଜାଣିବା କଥା। ସରକାର ତାହା ଦେବେ। ଏହା ଏକ ଉତ୍ତରଦାୟୀ ସରକାର।

Advertisment

ମୋହନ ମାଝୀ ସରକାରଙ୍କ ବର୍ଷପୂର୍ତ୍ତି ପାଳନ ଅବସରରେ ପ୍ରଧାନମନ୍ତ୍ରୀ ଅତିଥି ହେବେ କି ବୋଲି ପ୍ରଶ୍ନର ସେ କୌଣସି ସିଧାସଳଖ ଉତ୍ତର ଦେଇନାହାନ୍ତି। ସେ କହିଛନ୍ତି ଯେ ଏନେଇ କିଛି ଚୂଡ଼ାନ୍ତ ହୋଇନାହିଁ। ଏହି ଅବସରରେ ପ୍ରଧାନମନ୍ତ୍ରୀ ମୋଦି ଓ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ଆସିଲେ ଭଲ ହେବ। ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ସହ ଯୋଗାଯୋଗ ଚାଲିଛି। କିଛି ଠିକ ହୋଇନାହିଁ। ତେବେ, ସେ କହିଛନ୍ତି ଯେ ଏହା କେବଳ ଉତ୍ସବ ମନେଇବାର ସମୟ ନୁହେଁ। ଏହି ବର୍ଷ ରାଜ୍ୟ ସରକାରଙ୍କ ସଫଳତା ଓ ବିଫଳତାର ସମକ୍ଷା ହୋଇ ଲୋକଙ୍କୁ ଜଣେଇବାର ସମୟ। ସେ ଦିଗରେ ମଧ୍ୟ ପ୍ରଚେଷ୍ଟା ଚାଲିଛି।

Odisha Bjp Narendra Modi Amit Shah Mohan Majhi