Advertisment

ମଲ୍ଲିକାର୍ଜୁନ ଖଡେଗଙ୍କ ମନ୍ତବ୍ୟକୁ 'ଟୁକଡେ-ଟୁକଡେ ଗ୍ୟାଙ୍ଗ'ର ଭାଷା କହି ପ୍ରବଳ ବର୍ଷିଲେ ପ୍ରଧାନମନ୍ତ୍ରୀ

ରାଜସ୍ଥାନର ଜୟପୁରରେ ଏକ ରାଜନୈତିକ କାର୍ଯ୍ୟକ୍ରମରେ ଖଡଗେ କହିଥିଲେ, "ପ୍ରଧାନମନ୍ତ୍ରୀ ରାଜସ୍ଥାନରେ ଆସି ଜମ୍ମୁ କଶ୍ମୀର କଥା କହୁଛନ୍ତି। ରାଜସ୍ଥାନ ସହ ଧାରା ୩୭୦ ଉଚ୍ଛେଦର କି ସମ୍ପର୍କ ଅଛି?"

author-image
Debibandita Barick
PM Modi

PM Modi

ଜମ୍ମୁ କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ଉପରେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ ଦେଇଥିବା ମନ୍ତବ୍ୟ ଉପରେ ପ୍ରବଳ ବର୍ଷିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। "ଟୁକଡେ-ଟୁକଡେ ଗ୍ୟାଙ୍ଗ"ର ଭାଷା କହି କଂଗ୍ରେସକୁ କଡ଼ା ଭାଷାରେ ସମାଲୋଚନା କରିଛନ୍ତି।  

Advertisment

ରାଜସ୍ଥାନର ଜୟପୁରରେ ଏକ ରାଜନୈତିକ କାର୍ଯ୍ୟକ୍ରମରେ ଖଡଗେ କହିଥିଲେ, "ପ୍ରଧାନମନ୍ତ୍ରୀ ରାଜସ୍ଥାନରେ ଆସି ଜମ୍ମୁ କଶ୍ମୀର କଥା କହୁଛନ୍ତି। ରାଜସ୍ଥାନ ସହ ଧାରା ୩୭୦ ଉଚ୍ଛେଦର କି ସମ୍ପର୍କ ଅଛି?" ଏହି ସମୟରେ ଖଡଗେ ଧାରା ୩୭୦କୁ ୩୭୧ କହିଥିଲେ। ପରେ ଭୁଲବଶତଃ ପାଟିରୁ ସ୍ଲିପ୍ କରିଯାଇଥିଲା ବୋଲି ଦଳ ପକ୍ଷରୁ ସ୍ପଷ୍ଟୀକରଣ ଦିଆଯାଇଥିଲା। 

ସେ ଯାହା ବି ହେଉ, ଖଡଗେଙ୍କ ଏହି ମନ୍ତବ୍ୟକୁ ନେଇ ଆଜି ପ୍ରଧାନମନ୍ତ୍ରୀ ପ୍ରବଳ ବର୍ଷିଛନ୍ତି। ବିହାରର ନୱଦାର ଏକ ରାଲିକୁ ସମ୍ବୋଧିତ କରିବା ସମୟରେ ପ୍ରଧାନମନ୍ତ୍ରୀ କହିଛନ୍ତି,  "ସେ କାହିଁକି ଜମ୍ମୁ କଶ୍ମୀର ପ୍ରସଙ୍ଗକୁ ପ୍ରାସଙ୍ଗିକ ନୁହେଁ ବୋଲି ଭାବୁଛନ୍ତି। ସେ କଂଗ୍ରେସର ରାଷ୍ଟ୍ରୀୟ ଅଧ୍ୟକ୍ଷ, ଏହା ଏକ ଛୋଟିଆ ପଦ ନୁହେଁ, ତଥାପି ରାଜସ୍ଥାନରେ କଶ୍ମୀର ବିଷୟରେ କଥା ହେବାର କାରଣ କ'ଣ ବୋଲି ପଚାରୁଛନ୍ତି। ମୁଁ ଏହା ଶୁଣି ଲଜ୍ଜିତ ଅନୁଭବ କରୁଛି।" 

Advertisment

"ଜମ୍ମୁ କଶ୍ମୀର କଣ ଭାରତର ନୁହେଁ କି? କଂଗ୍ରେସ ଧ୍ୟାନର ସହ ଶୁଣିବା ଉଚିତ୍... ବିହାରର ଅନେକ ସାହସୀ ଯୋଦ୍ଧା ଦେଶ ମାତୃଭୂମି ପାଇଁ ବଳିଦାନ ଦେଇଛନ୍ତି। ଜମ୍ମୁ କଶ୍ମୀରକୁ ରକ୍ଷା କରିବା ପାଇଁ ଭାରତ ପତାକାକୁ ଦେହରେ ଘୋଡାଇ ଫେରିଛନ୍ତି(ଶହୀଦ ହୋଇଛନ୍ତି)। ସେହିପରି ରାଜସ୍ଥାନରେ ମଧ୍ୟ ଅନେକ ଯୋଦ୍ଧା ବଳିଦାନ ଦେଇଛନ୍ତି। ହେଲେ ସେମାନେ କହୁଛନ୍ତି ଦେଶର ଗୋଟିଏ କୋଣ ସହ ଅନ୍ୟ କୋଣର ପ୍ରାସଙ୍ଗିକତା କ'ଣ?" 

ଏହା ହେଉଛି "ଟୁକଡେ-ଟୁକଡେ" ଗ୍ୟାଙ୍ଗର ଭାଷା। ଆପଣାନେ ଏପରି ଲୋକଙ୍କୁ କ୍ଷମା କରି ପାରିବ କି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। 

ପ୍ରକାଶ ଥାଉକି, ବିହାରରେ ପ୍ରଥମ ପର୍ଯ୍ୟାୟରେ ନିର୍ବାଚନ ହେବାକୁ ଯାଉଛି। ଏଥିପାଇଁ ଜୋରସୋରରେ ପ୍ରଚାର ପ୍ରସାର ଚାଲିଛି। ପ୍ରଥମ ପର୍ଯ୍ୟାୟରେ ନୱଡା, ଗୟା, ଔରଙ୍ଗାବାଦ ଏବଂ ଜାମୁଇ ଲୋକସଭା ଆସନରେ ଭୋଟିଂ ହେବ। 

Mallikarjun Kharge PM Narendra Modi