Advertisment

ସନ୍ଦେଶଖାଲିକୁ ମୁଖ୍ୟ ପ୍ରସଙ୍ଗ କଲେ, ଟିଏମସିକୁ ଧୋଇଲେ ମୋଦି

ସନ୍ଦେଶଖାଲିରେ ନିଲମ୍ବିତ ଟିଏମସି ନେତା ଶେଖ ଶାହଜାହାଁ ମହିଳାମାନଙ୍କୁ ଯୌନ ନିର୍ଯାତନା ଦେବା ସହ ସେମାନଙ୍କ ଜମି ହଡ଼ପ କରିଥିବା ଅଭିଯୋଗ ହୋଇଛି। ଦୀର୍ଘ ବର୍ଷ ହେଲା ଶାହଜାହାଁ ଏପରି କାରନାମା ଚଳାଇଥିବା ବେଳେ ପୂରା ଘଟଣା ସାମ୍ନାକୁ ଆସିଛି।

PM Modi

PM Modi

Advertisment

ବେଙ୍ଗଲରେ ଜନସଭା କରି କ୍ଷମତାସୀନ ଟିଏମସି ଉପରେ ଜୋରଦାର ଢଙ୍ଗରେ ବର୍ଷିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ବିଶେଷ କରି ସନ୍ଦେଶଖାଲି ଘଟଣାକୁ ମୁଖ୍ୟ ପ୍ରସଙ୍ଗ କରି ମୋଦି କହିଛନ୍ତି ଯେ ଟିଏମସି ମୁଖ୍ୟ ଅଭିଯୁକ୍ତଙ୍କୁ ବଞ୍ଚାଇବାକୁ ଚେଷ୍ଟା କରୁଥିବା ସେ ଅଭିଯୋଗ କରିଛନ୍ତି।

Advertisment

ସନ୍ଦେଶଖାଲିରେ ନିଲମ୍ବିତ ଟିଏମସି ନେତା ଶେଖ ଶାହଜାହାଁ ମହିଳାମାନଙ୍କୁ ଯୌନ ନିର୍ଯାତନା ଦେବା ସହ ସେମାନଙ୍କ ଜମି ହଡ଼ପ କରିଥିବା ଅଭିଯୋଗ ହୋଇଛି। ଦୀର୍ଘ ବର୍ଷ ହେଲା ଶାହଜାହାଁ ଏପରି କାରନାମା ଚଳାଇଥିବା ବେଳେ ପୂରା ଘଟଣା ସାମ୍ନାକୁ ଆସିଛି।

ଏବେ ଏହି ଘଟଣାକୁ ମୁଖ୍ୟ ପ୍ରସଙ୍ଗ କରି ପ୍ରଧାନମନ୍ତ୍ରୀ ମୋଦି ଟିଏମସି ସରକାରଙ୍କୁ ମନଇଚ୍ଛା ସମାଲୋଚନା କରିଛନ୍ତି। ସନ୍ଦେଶଖାଲିର ଅଭିଯୁକ୍ତଙ୍କୁ ମମତା ବାନାର୍ଜୀଙ୍କ ସରକାର ଘଣ୍ଟ ଘୋଡ଼ାଉଛି। ଏହି ମାଟିର ମହିଳାମାନଙ୍କୁ ନିର୍ଯାତନା ଦିଆଯାଇଛି ଓ ସନ୍ଦେଶଖାଲିରେ ଯାହା ଘଟିଛି, ତାହା ଅତ୍ୟନ୍ତ ଲଜ୍ଜାର ବିଷୟ ବୋଲି ମୋଦି କହିଛନ୍ତି।

Advertisment

ପ୍ରଧାନମନ୍ତ୍ରୀ ମୋଦି ବରାସତରେ କହିଛନ୍ତି, “ଟିଏମସି ଶାସନରେ ଏହି ମାଟିର ମହିଳାମାନେ ନିର୍ଯାତିତ ହେଉଛନ୍ତି। ସନ୍ଦେଶଖାଲିରେ ଯାହା ବି ଘଟିଛି, ତାହା ସମସ୍ତଙ୍କ ମୁଣ୍ଡକୁ ଲଜ୍ଜାରେ ନୁଆଁଇ ଦେଇଛି। କିନ୍ତୁ ଟିଏମସି ସରକାର ଆପଣମାନଙ୍କ ପ୍ରସଙ୍ଗକୁ ଖାତିର କରୁ ନାହିଁ। ବେଙ୍ଗଲବାସୀଙ୍କ ଅଭିଯୁକ୍ତଙ୍କୁ ଟିଏମସି ବଞ୍ଚାଇବାକୁ ଉଦ୍ୟମ କରୁଛି।”

ଟିଏମସି ସରକାର ମହିଳାମାନଙ୍କୁ ସୁରକ୍ଷା ଦେଇ ନାହାନ୍ତି କିମ୍ବା ସେମାନଙ୍କ କଲ୍ୟାଣ ପାଇଁ କିଛି କରି ନାହାନ୍ତି ବୋଲି ମୋଦି କହିଛନ୍ତି। ସେ କହିଛନ୍ତି, “ଟିଏମସି ସରକାର କେବେ ହେଲେ ମହିଳାଙ୍କୁ ସୁରକ୍ଷା ଦେଇ ପାରିବ ନାହିଁ। ହେଲେ କେନ୍ଦ୍ରରେ କ୍ଷମତାସୀନ ବିଜେପି ସରକାର ଦୁଷ୍କର୍ମ ଭଳି ଜଘନ୍ୟ ଅପରାଧ ପାଇଁ ଆଜୀବନ ଜେଲ ଦଣ୍ଡର ବ୍ୟବସ୍ଥା କରିଛି।

ମହିଳାମାନଙ୍କ ଯନ୍ତ୍ରଣା ଜାଣିବା ପାଇଁ ମହିଳା ହେଲଲାଇନ କରାଯାଇଛି। କିନ୍ତୁ ଟିଏମସି ସରକାର ଏହାକୁ ବେଙ୍ଗଲରେ କାର୍ଯ୍ୟକାରୀ କରିବାକୁ ଦେଉ ନାହାନ୍ତି। ଟିଏମସି ସରକାର କେବେ ହେଲେ ମହିଳାମାନଙ୍କ କଲ୍ୟାଣ କରିପାରିବ ନାହିଁ।

ରାଜ୍ୟର ମହିଳାମାନଙ୍କ ଉପରେ ଟିଏମସି ନେତାମାନେ ଅତ୍ୟାଚାର କରିଛନ୍ତି। ନିଜର ନେତାମାନଙ୍କ ଉପରେ ଟିଏମସିର ପୂରା ଭରସା ରହିଛି। କିନ୍ତୁ ବେଙ୍ଗଲର ମହିଳାମାନଙ୍କ ଉପରେ ଦଳର ଭରସା ନାହିଁ।

ବେଙ୍ଗଲ ଓ ଦେଶର ମହିଳାମାନେ ଏବେ କ୍ରୋଧିତ। ସନ୍ଦେଶଖାଲିରେ ସୃଷ୍ଟି ହୋଇଥିବା ଝଡ଼ ବେଙ୍ଗଲର ସବୁ ପ୍ରାନ୍ତରେ ପହଞ୍ଚିବ। ଏହାପରେ ପୂରା ରାଜ୍ୟରେ ଟିଏମସିର ପତନ ହେବ।”

PM Modi Sandeshkhali Case
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe