Advertisment

ଟିଏମସି ରକ୍ତର ଖେଳ ଖେଳିଛି ବୋଲି କହିଲେ ପ୍ରଧାନମନ୍ତ୍ରୀ ମୋଦି

ଟିଏମସି ଭୋଟରଙ୍କୁ ଭୟଭୀତ କରୁଛି ଓ ସେମାନଙ୍କ ଜୀବନକୁ ନର୍କରେ ପରିଣତ କରିଛି ବୋଲି ମୋଦି କହିବାକୁ ପଛାଇ ନାହାନ୍ତି।

PM Modi

PM Modi

Advertisment

ପଞ୍ଚାୟତ ନିର୍ବାଚନ ବେଳେ ପଶ୍ଚିମବଙ୍ଗରେ ଦେଖାଯାଇଥିବା ହିଂସାକାଣ୍ଡ ପ୍ରସଙ୍ଗ ଆଜି ଉଠାଇଛନ୍ତି ପ୍ରଧାନମନ୍ତ୍ରୀ ମୋଦି। ପଶ୍ଚିମବଙ୍ଗର କ୍ଷମତାସୀନ ମମତା ବାନାର୍ଜୀଙ୍କ ଟିଏମସି ପଞ୍ଚାୟତ ନିର୍ବାଚନ ବେଳେ ରକ୍ତର ଖେଳ ଖେଳିଥିଲା ବୋଲି ମୋଦି ଅଭିଯୋଗ କରିଛନ୍ତି।

Advertisment

ଭିଡିଓ କନଫରେନ୍ସିଂରେ ପଶ୍ଚିମବଙ୍ଗର କ୍ଷେତ୍ରୀୟ ପଞ୍ଚାୟତି ରାଜ ପରିଷଦକୁ ସମ୍ବୋଧନ କରିବା ବେଳେ ମୋଦି କହିଛନ୍ତି, “ଟିଏମସି ଖୁନୀ ଖେଲ ଖେଲା ହୈ।” ଏହାର ଅର୍ଥ ଟିଏମସି ରକ୍ତର ଖେଳ ଖେଳିଛି ବୋଲି ମୋଦି କହିଛନ୍ତି।

ଟିଏମସି ଭୋଟରଙ୍କୁ ଭୟଭୀତ କରୁଛି ଓ ସେମାନଙ୍କ ଜୀବନକୁ ନର୍କରେ ପରିଣତ କରିଛି ବୋଲି ମୋଦି କହିବାକୁ ପଛାଇ ନାହାନ୍ତି।

Advertisment

ସେ କହିଛନ୍ତି, “ବିଜେପି ପ୍ରାର୍ଥୀ ଯେମିତି ନାମାଙ୍କନ ଦାଖଲ କରିପାରିବେ ନାହିଁ, ତାକୁ ନିଶ୍ଚିତ କରିବା ପାଇଁ ସେମାନେ (ଟିଏମସି) ଯାହା ବି ଦରକାର ସେସବୁ କରୁଛନ୍ତି। ସେମାନେ କେବଳ ବିଜେପି କର୍ମୀ ନୁହନ୍ତି, ବରଂ ଭୋଟରଙ୍କୁ ମଧ୍ୟ ଡରାଉଛନ୍ତି। ବୁଥଗୁଡ଼ିକୁ ଦଖଲ କରିବା ପାଇଁ କଣ୍ଟ୍ରାକ୍ଟ ଦିଆଯାଉଛି।

ରାଜ୍ୟରେ ଏମିତି ରାଜନୀତି କରିବା ସେମାନଙ୍କ ଶୈଳୀ। ଟିଏମସି ଭୋଟ ଗଣତି ଦିନ ଗୁଣ୍ତାମାନଙ୍କୁ ଟଙ୍କା ଦେଇଥିଲା ଓ ସେମାନଙ୍କୁ ବୁଥ ଦଖଲ କରିବା ପାଇଁ କହିଥିଲା। ଗଣତି ବେଳେ ଟିଏମସି ଅଫିସରୁ ବିଜେପି କର୍ମୀଙ୍କୁ ବଳପୂର୍ବକ ବାହାର କରି ଦେଇଥିଲା। ସେମାନଙ୍କୁ ଭୋଟ ଗଣତି ଦେଖିବାକୁ ମଧ୍ୟ ଦେଇ ନଥିଲା। ଏସବୁ ସତ୍ତ୍ୱେ ବିଜେପି ଜିତିବାରୁ ଦଳର ସଦସ୍ୟଙ୍କ ବିରୋଧରେ ସେମାନେ ରାଲି ମଧ୍ୟ କରିଥିଲେ।”

ଜୁଲାଇ ୮ରେ ପଶ୍ଚିମବଙ୍ଗରେ ପଞ୍ଚାୟତ ନିର୍ବାଚନ ହୋଇଥିଲା। ଜୁଲାଇ ୧୧ରେ ୬୩,୨୨୯ ଗ୍ରାମ ପଞ୍ଚାୟତ ଆସନ ପାଇଁ ହୋଇଥିବା ଭୋଟ ଗଣତି ହୋଇଥିଲା। ଟିଏମସି ପ୍ରାୟ ୩୦ ହଜାର ଆସନ ଜିତିଥିବା ବେଳେ ବିଜେପି ୮ ହଜାର ଓ କଂଗ୍ରେସ ୨୦୨୨ ଆସନ ଜିତିଥିଲା।

ତେବେ ଭୋଟିଂ ଓ ଗଣତି ବେଳେ ରାଜ୍ୟରେ ବ୍ୟାପକ ହିଂସା ଦେଖାଯାଇଥିଲା। ବାଲଟ ବକ୍ସ ଲୁଟ ଓ ରିଗିଂ ଅଭିଯୋଗ ମଧ୍ୟ ଆସିଥିଲା। ଏହାକୁ ନେଇ ପ୍ରବଳ ଉତ୍ତେଜନା ସୃଷ୍ଟି ହୋଇଥିଲା। ଏବେ ପ୍ରଧାନମନ୍ତ୍ରୀ ମୋଦି ଉକ୍ତ ହିଂସା କଥା ଉଠାଇ ଟିଏମସିକୁ ଟାର୍ଗେଟ କରିଛନ୍ତି।

Bjp Congress PM Modi
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe