Advertisment

ଅନୁଗୋଳରେ ବର୍ଷିଲେ ମୋଦି, କହିଲେ- ଏଥର ବିଜେଡି ସରକାର ଯିବା ଥୟ

ଅନୁଗୋଳରେ ସିଧାସଳଖ ବିଜେଡି ସରକାରକୁ ଟାର୍ଗେଟ କରି ବର୍ଷିଛନ୍ତି ପ୍ରଧାନମନ୍ତ୍ରୀ ମୋଦି।

ଅଦ୍ୟତନ ହୋଇଛି
PM Modi

PM Modi

Advertisment

ପୁରୀରେ ରୋଡ ଶୋ’ ପରେ ଅନୁଗୋଳରେ ବିଶାଳ ଜନସଭାକୁ ସମ୍ବୋଧନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଅନୁଗୋଳରେ ସିଧାସଳଖ ବିଜେଡି ସରକାରକୁ ଟାର୍ଗେଟ କରି ବର୍ଷିଛନ୍ତି ପ୍ରଧାନମନ୍ତ୍ରୀ ମୋଦି। ଏପରିକି ଏଥର ବିଜେଡି ସରକାର ଯିବା ଥୟ ବୋଲି କହିବା ସହ ଅନୁଗୋଳ ବାସିନ୍ଦାଙ୍କୁ ଆସନ୍ତା ୧୦ ତାରିଖରେ ବିଜେପି ମୁଖ୍ୟମନ୍ତ୍ରୀଙ୍କ ଶପଥ ଗ୍ରହଣ ଉତ୍ସବକୁ ନିମନ୍ତ୍ରଣ ଦେଇଛନ୍ତି। ପ୍ରଧାନମନ୍ତ୍ରୀଙ୍କୁ ପାଖରୁ ଦେଖିବାକୁ ଅସହ୍ୟ ଖରାରେ ବି ପ୍ରବଳ ଲୋକ ଗହଳି ଦେଖିବାକୁ ମିଳିଛି। ଆସନ୍ତୁ, ଜାଣିବା ଅନୁଗୋଳ ସଭାରେ କ’ଣ କହିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

Advertisment
  •  ଓଡ଼ିଶା କଳାର ଧାମ, ପ୍ରତି ପରିବାରରେ କଳା ରହିଛି ।
  • ଜୀବନର ଲମ୍ବା ସମୟ ପାର୍ଟିର ସଂଗଠନରେ ଲଗାଇଛି।
  • ସକାଳ ଦଶଟାରେ ଏ ଭିଡ଼ ଦେଖି ମୁଁ ଅଭିଭୂତ ।
  • ସକାଳ ୭ଟାରେ ପୁରୀରେ ଆଶ୍ଚର୍ଯ୍ୟଜନକ ଭିଡ଼ ଦେଖିଲି।
  • ପ୍ରଭୁ ଜଗନ୍ନାଥ ଯେକୌଣସି ଲୋକର ଆଶା ପୂରଣ କରନ୍ତି।
  • ଓଡ଼ିଶାର ସୁଖ ସମୃଦ୍ଧି ପାଇଁ ପ୍ରଭୁ ଜଗନ୍ନାଥଙ୍କ ଆଶିଷ ମାଗିଲି।
  • ସମସ୍ତଙ୍କୁ ଭୋଟ ଦେବାକୁ ଅପିଲ କଲେ ପ୍ରଧାନମନ୍ତ୍ରୀ।
  • ସାରା ଦେଶବାସୀ ମୋଦି ସରକାରଙ୍କୁ ୩ୟ ଥର ଆଣିବାକୁ ଚାହୁଁଛନ୍ତି।
  • ନିର୍ବାଚନୀ ପର୍ବରେ ନବଯୁବକଙ୍କ ଉତ୍ସାହ ସର୍ବତ୍ର ଦେଖିବାକୁ ମିଳୁଛି।
  • ଓଡ଼ିଶାର ପୁରପଲ୍ଲୀରେ ଗୋଟିଏ ନାରା ସବୁଠି ଗୁଞ୍ଜରିତ ହେଉଛି।
  • ଓଡ଼ିଶାରେ ପ୍ରଥମ ଥର ହେବ ଡବଲ ଇଂଜିନ ସରକାର।
  • ବିଜେଡି ଉପରେ ୨୫ ବର୍ଷ ଭରସା କରିସାରିଲେଣି।
  • ବିଗତ ୨୫ ବର୍ଷରେ ଓଡ଼ିଶା ଲୋକଙ୍କୁ କ’ଣ ମିଳିଲା।
  • ଆଜି ବି ଚାଷୀ, ଯୁବବର୍ଗ କଷ୍ଟରେ ରହିଛନ୍ତି ।
  • କାମଧନ୍ଦା ପାଇଁ ଆଜି ହଜାର ହଜାର ଯୁବକ ବାହାରକୁ ଯାଉଛନ୍ତି।
  • ପ୍ରାକୃତିକ ସଂପଦରେ ଭରପୁର ଓଡ଼ିଶାରେ ଏ ଜୀବନଯୁଦ୍ଧ କାହିଁକି।
  • ଓଡ଼ିଶାର ଗରିବୀ ଦେଖି ମୋ ହୃଦୟକୁ ବହୁତ କଷ୍ଟ ହେଉଛି।
  • ମୋ’ ଓଡ଼ିଶାକୁ କିଏ ଏମିତି ବରବାଦ କରିଦେଲା ।
  • ଓଡ଼ିଶା ବରବାଦିର କାରଣ ହେଲା ବିଜେଡି ସରକାର।
  • ବିଜେଡି ସରକାର ପୂରା ଭ୍ରଷ୍ଟାଚାରୀଙ୍କ ଦ୍ୱାରା ଘେରି ରହିଛି।
  • କିଛି ନିର୍ଦ୍ଦିଷ୍ଟ ଭ୍ରଷ୍ଟାଚାରୀ ମୁଖ୍ୟମନ୍ତ୍ରୀଙ୍କ ନିବାସକୁ ପୂରା ଘେରି ରହିଛନ୍ତି।
  • ଓଡ଼ିଶାକୁ ଡିଏମ୍‌ଏଫ୍ ଭାବେ ୨୬ ହଜାର କୋଟି ଟଙ୍କା ଦେଇଛୁ।
  • ବିଜେଡି ଶାସନରେ ଜଗନ୍ନାଥ ସଂସ୍କୃତି ବି ସୁରକ୍ଷିତ ନୁହେଁ।
  • ଗତ ୬ ବର୍ଷ ହେଲାଣି ରତ୍ନଭଣ୍ଡାର ଚାବିର ପତ୍ତା ମିଳୁନି।
  • ଆମ ଘରର ଚାବି ହଜିଲେ ଆମେ ପ୍ରଭୁ ଜଗନ୍ନାଥଙ୍କୁ ଡାକୁ।
  • ପ୍ରଭୁ ଜଗନ୍ନାଥଙ୍କ ଆଶୀର୍ବାଦରେ ଆମ ଘର ଚାବି ମିଳିଯାଏ।
  • ୬ ବର୍ଷ ହେଲାଣି କିନ୍ତୁ ରତ୍ନଭଣ୍ଡାର ଚାବି ମିଳୁନାହିଁ।
  • ଏହା ପଛରେ ମୁଖ୍ୟମନ୍ତ୍ରୀଙ୍କୁ ଘେରି ରହିଥିବା ଲୋକ ଦାୟୀ।
  • ଯାଞ୍ଚ ରିପୋର୍ଟରେ କଣ ଥିଲା, ଯାହା ପାଇଁ ବିଜେଡି ରିପୋର୍ଟ ଚାପିଛି।
  • ବିଜେଡିର ଚୁପ୍‌ ରହିବା ନେଇ ସନ୍ଦେହ ବଢ଼ିବାରେ ଲାଗିଛି।
  • ଓଡ଼ିଶାରେ ବିଜେପି ସରକାର ଆସିବା କ୍ଷଣି କ୍ଷିର-ପାଣି ଅଲଗା ହେବ।
  • ବିଜେପି ସରକାର ଯାଞ୍ଚ ରିପୋର୍ଟକୁ ସାର୍ବଜନୀନ କରିବ।
  • ଓଡ଼ିଶାର ବିକାଶ ଓଡ଼ିଶା ମାଟିର ପୁଅ ହିଁ କେବଳ କରିପାରିବ।
  • ବିଜେପିକୁ ଭୋଟ ଦିଅନ୍ତୁ, ମୋଦି ଆଜି ଗ୍ୟାରେଣ୍ଟି ଦେଉଛି।
  • ଓଡ଼ିଶାର ପୁଅ କିମ୍ବା ଝିଅକୁ ଓଡ଼ିଶାର ମୁଖ୍ୟମନ୍ତ୍ରୀ କରାଯିବ ।
  • ୧୦ ଜୁନ୍‌ରେ ଓଡ଼ିଶାରେ ଡବଲ ଇଂଜିନ ସରକାରର ଶପଥ ଗ୍ରହଣ ।
  • ଏ ସରକାର ଯିବା ନିଶ୍ଚିତ ବୋଲି କହିଲେ ପ୍ରଧାନମନ୍ତ୍ରୀ ।
  • ବିଜେଡିକୁ ମୌକା ଦେଇଛନ୍ତି, ଏବେ ଯିବା ସମୟ ଆସିଯାଇଛି ।
  • ମନ୍ଥର ବିଜେଡିକୁ ଛାଡ଼ି ଦ୍ରୁତ ବେଗବାନ ବିଜେପିକୁ ସୁଯୋଗ ଦିଅନ୍ତୁ ।
  • ବିଜେଡି ସରକାରର ଅଧିକାଂଶ ପ୍ରକଳ୍ପ ଅଧୁରା ପଡ଼ିରହିଛି ।
  • ବିଜେଡି ନେତା ଧାନଚାଷୀଙ୍କୁ ମଣ୍ଡିରେ ଲୁଟୁଛନ୍ତି ।
  • ବିଜେପି ସରକାର ଆସିଲେ ଓଡ଼ିଶାରେ ଧାନ ୩୧ଶହ ହେବ ।
  • ୪୮ ଘଣ୍ଟା ମଧ୍ୟରେ ଚାଷୀଙ୍କୁ ଧାନ ପଇସା ବ୍ୟାଙ୍କ ଖାତାରେ ମିଳିଯିବ ।
  • କଟନୀଛଟନୀରୁ ମୁକ୍ତି ଦେବାକୁ ମଣ୍ଡିରେ ଇଲେକ୍ଟ୍ରି ମେଶିନ ଲାଗିବ ।
  • ବିଜେଡିର କଳାକାରନାମାର ଚିଠା ସାମ୍ନାକୁ ଆସିଗଲାଣି
  • ବିଜେଡି ସରକାର ବନଜାତ ଦ୍ରବ୍ୟର ପ୍ରକୃତ ମୂଲ୍ୟ ମଧ୍ୟ ଦେଉନି ।
  • ଆଦିବାସୀଙ୍କ ପାଇଁ ପେସା ଆଇନ ମଧ୍ୟ ଲାଗୁ କରୁନି ନବୀନ ସରକାର ।
  • ବିଜେଡି ସରକାର ପାଇଁ ଘର ଚଳାଇବା ମହିଳାଙ୍କ ପାଇଁ ମୁସ୍କିଲ ହେଉଛି ।
  • ଆପଣଙ୍କ ଘର ପାଇଁ ମୋଦି ସରକାର ଚାଉଳ ଦେଉଛି ।
  • ଏଠି କିନ୍ତୁ ବିଜେଡି ସରକାର ସେଥିରେ ନିଜ ଫଟୋ ଲଗାଇ ଛାଡ଼ୁଛନ୍ତି ।
  • ମହିଳାଙ୍କ ପାଇଁ ସୁଭଦ୍ରା ଯୋଜନା ଲାଗୁ କରିବାକୁ ନିଷ୍ପତ୍ତି ହୋଇଛି ।
  • ପିଏମ୍‌ ସୂର୍ଯ୍ୟକିରଣ ଯୋଜନାରେ ବିଜୁଳି ବିଲ୍‌ ସଂପୂର୍ଣ୍ଣ ମାଗଣା ହେବ ।
  • ବ୍ୟବହାର ପରେ ବାକି ବିଜୁଳି ବିକି ଆପଣଙ୍କ ପରିବାର ସମୃଦ୍ଧ ହେବ ।
  • ସାଂସଦ ସହ ବିଧାୟକଙ୍କୁ ଜିତାଇ, ରାଜ୍ୟରେ ବିଜେପି ସରକାର କରନ୍ତୁ ।
PM Modi Angul Loksabha Election 2024 Odisha Assembly Election 2024 General Elections 2024
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe