Advertisment

ପ୍ରଧାନମନ୍ତ୍ରୀ ମୋଦିଙ୍କ ଦଶହରା ସମ୍ବୋଧନ: ଜାତିବାଦ ଓ ଆଞ୍ଚଳିକବାଦର ମୂଳପୋଛ ପାଇଁ ଆହ୍ୱାନ

ପ୍ରଧାନମନ୍ତ୍ରୀ ମୋଦି ସମସ୍ତଙ୍କୁ ୧୦ଟି ପ୍ରତିଜ୍ଞା ନେବାକୁ କହିଛନ୍ତି। ଏହା ମଧ୍ୟରେ ସମସ୍ତେ ଅତି କମରେ ଗୋଟିଏ ଗରିବ ପରିବାରର ସାମାଜିକ ଓ ଆର୍ଥିକ ସ୍ଥିତିକୁ ସୁଧାରିବା ପାଇଁ ପଦକ୍ଷେବା ଦରକାର ବୋଲି ରହିଛି।

PM Modi

PM Modi

Advertisment

ପବିତ୍ର ଦଶହରାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରଚଳିତ ଥିବା ସାମାଜିକ ବ୍ୟାଧି ଯଥା ଜାତିବାଦ ଓ ଆଞ୍ଚଳିକବାଦର ମୂଳପୋଛ କରିବାକୁ ଆହ୍ୱାନ ଦେଇଛନ୍ତି। ଦିଲ୍ଲୀର ରାମ ଲୀଲା ମୈଦାନରେରେ ଦଶହରା ଉପଲକ୍ଷେ ଆୟୋଜିତ ରାବଣ ପୋଡ଼ି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ମୋଦି ଯୋଗ ଦେଇଥିଲେ।

Advertisment

ଏଠାରେ ଉପସ୍ଥିତ ଲୋକଙ୍କୁ ସମ୍ବୋଧନ କରି ମୋଦି ଏପରି କହିଛନ୍ତି। ଏଥିସହ ଅତିକମରେ ଗୋଟିଏ ଗରିବ ପରିବାକୁ ସାମାଜିକ ଓ ଆର୍ଥିକ ସ୍ତରରେ ଉପରକୁ ନେବା ପାଇଁ ସମସ୍ତେ ପ୍ରତିଜ୍ଞା କରନ୍ତୁ ବୋଲି ମୋଦି ପରାମର୍ଶ ଦେଇଛନ୍ତି।

ସେ କହିଛନ୍ତ, “ଆଜି କେବଳ ରାବଣ ପୋଡ଼ିରେ ଗୋଟିଏ କୁଶପୁତ୍ତଳିକା ଦାହ କରନ୍ତୁ ନାହିଁ, ବରଂ ଜାତିବାଦ ଓ ଆଞ୍ଚଳିକବାଦ ଆଳରେ ମା’ ଭାରତୀଙ୍କୁ ଭାଗଭାଗ କରିବାକୁ ଚେଷ୍ଟା କରୁଥିବା ଫୋର୍ସକୁ ମଧ୍ୟ ଜଳାଇ ଦିଅନ୍ତୁ। ବିଜୟାଦଶମୀର ପର୍ବକୁ ଦେଶର ସମସ୍ତ ଖରାପ ପରମ୍ପରା ଉପରେ ଦେଶଭକ୍ତିର ବିଜୟର ପ୍ରତୀକ ଭାବେ ପାଳନ କରିବା ଉଚିତ।”

Advertisment

ପ୍ରଧାନମନ୍ତ୍ରୀ ମୋଦି ସମସ୍ତଙ୍କୁ ୧୦ଟି ପ୍ରତିଜ୍ଞା ନେବାକୁ କହିଛନ୍ତି। ଏହା ମଧ୍ୟରେ ସମସ୍ତେ ଅତି କମରେ ଗୋଟିଏ ଗରିବ ପରିବାରର ସାମାଜିକ ଓ ଆର୍ଥିକ ସ୍ଥିତିକୁ ସୁଧାରିବା ପାଇଁ ପଦକ୍ଷେବା ଦରକାର ବୋଲି ରହିଛି। ସମାଜରେ ଥିବା ଖରାପ ପରମ୍ପରା ଓ ଭେଦଭାବକୁ ଶେଷ କରିବା ପାଇଁ ଆମେ ପ୍ରତିଜ୍ଞା ନେବା।

ବିକାଶର ରାସ୍ତାରେ ଆମେ ନୂଆ ଶକ୍ତି ଓ ନୂଆ ସଂକଳ୍ପକୁ ଆଧାର କରି ଆଗକୁ ବଢ଼ିବା। ଯେତେବେଳେ ସମସ୍ତଙ୍କର ବିକାଶ ହେବ ସେତେବେଳେ ଦେଶର ବିକାଶ ହେବ। ଆମେ ସମସ୍ତେ ମିଳିତ ଭାବେ ଶ୍ରେଷ୍ଠ ଭାରତ ଗଠନ କରିବା ମୋଦି ଆହ୍ୱାନ ଦେଇଛନ୍ତି।

ଅଯୋଧ୍ୟାରେ ଚାଲିଥିବା ରାମ ମନ୍ଦିର ନିର୍ମାଣ ସମ୍ପର୍କରେ ମଧ୍ୟ ମୋଦି ମତ ରଖିଛନ୍ତି। ସେ କହିଛନ୍ତି, “ଆଯୋଧ୍ୟାର ରାମ ଜନ୍ମଭୂମିରେ ଭଗବାନ ରାମଙ୍କ ମନ୍ଦିର ନିର୍ମାଣ ହେଉଥିବା ଆମେ ଦେଖିବାକୁ ପାଉଛୁ। ଏହା ଆମ ପାଇଁ ସୌଭାଗ୍ୟର ବିଷୟ। ମନ୍ଦିର କାମ ଆଉ କିଛି ମାସ ମଧ୍ୟରେ ଶେଷ ହୋଇଯିବ। ଏହା ଲୋକଙ୍କ ଧୈର୍ଯ୍ୟର ପ୍ରତୀକ ଭାବେ ଉଭା ହେବ।”

PM Modi
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe