Advertisment

ମୋଦିଙ୍କୁ କେବେ ଧମକାଇ କିମ୍ବା ଡରାଯାଇ ପାରିବ ନାହିଁ: ପୁଟିନ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କାର୍ଯ୍ୟ ଦକ୍ଷତା ଏବଂ ତାଙ୍କ କଠୋର ଆଭିମୁଖ୍ୟକୁ ଭୂରି ଭୂରି ପ୍ରଶଂସା କରିଛନ୍ତି ଋଷୀୟ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ।

ଅଦ୍ୟତନ ହୋଇଛି
Modi & Putin

Modi & Putin

Advertisment

ପୁଣି ମୋଦିଙ୍କୁ ପ୍ରଶଂସାରେ ପୋତି ପକାଇଲେ ପୁଟିନ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କାର୍ଯ୍ୟ ଦକ୍ଷତା ଏବଂ ତାଙ୍କ କଠୋର ଆଭିମୁଖ୍ୟକୁ ଭୂରି ଭୂରି ପ୍ରଶଂସା କରିଛନ୍ତି ରୁଷୀୟ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ। ମୋଦିଙ୍କୁ କେବେ ଧମକାଇ କିମ୍ବା ଡରାଯାଇ ପାରିବ ନାହିଁ ବୋଲି ପୁଟିନ କହିଛନ୍ତି।

Advertisment

୧୪ଶ ଭିଟିବି ଇନଭେଷ୍ଟମେଣ୍ଟ ଫୋରମ୍ 'ରୁଷିଆ କଲିଂ'ରେ ପୁଟିନ କହିଛନ୍ତି, ମୋଦିଙ୍କୁ ଡରାଇବା, ଧମକାଇବା କିମ୍ବା ଭୟଭୀତ କରିବା ସହଜ ନୁହେଁ। ମୁଁ କେବେ କଳ୍ପନା କରିପାରୁନି ଯେ, ଭାରତ ତଥା ଭାରତୀୟଙ୍କ ଜାତୀୟ ସ୍ୱାର୍ଥ ବିରୋଧରେ କୌଣସି ବି କାର୍ଯ୍ୟ, ପଦକ୍ଷେପ କିମ୍ବା ନିଷ୍ପତ୍ତି ମୋଦିଙ୍କୁ ଡରାଇ, ଧମକାଇ ନିଆଯାଇ ପାରିବ। 

ଭାରତର ଜାତୀୟ ସ୍ୱାର୍ଥ ରକ୍ଷା କରିବାବେଳେ ପ୍ରଧାନମନ୍ତ୍ରୀ ମୋଦିଙ୍କ କଠୋର ଆଭିମୁଖ୍ୟକୁ ଖୁବ୍ ପ୍ରଶଂସା କରିଛନ୍ତି ପୁଟିନ। ପୁଟିନ ଆହୁରି କହିଛନ୍ତି, “ମୁଁ କେବଳ ବାହାରୁ କ’ଣ ଘଟୁଛି ତାହା ଦେଖେ, ସତ କହିବାକୁ ଗଲେ, ମୁଁ ଭାରତର ଜାତୀୟ ସ୍ୱାର୍ଥ ରକ୍ଷା ପାଇଁ ତାଙ୍କ କଠୋର ଆଭିମୁଖ୍ୟ ଦେଖି ଖୁବ୍ ଆଶ୍ଚର୍ଯ୍ୟ ହୋଇଯାଏ।

Advertisment

ଏହାପୂର୍ବରୁ, ଋଷ ରାଷ୍ଟ୍ରପତି ପୁଟିନ, ପ୍ରଧାନମନ୍ତ୍ରୀ ମୋଦିଙ୍କ 'ମେକ୍ ଇନ୍ ଇଣ୍ଡିଆ' ପଦକ୍ଷେପକୁ ପ୍ରଶଂସା କରିଥିଲେ। ଏହି କାର୍ଯ୍ୟକ୍ରମ ମାଧ୍ୟମରେ କିପରି ଘରୋଇ ଶିଳ୍ପର ଅଭିବୃଦ୍ଧି କରାଯାଇ ପାରିବ ତା’ର ପଦକ୍ଷେପକୁ ପୁଟିନ ପ୍ରଶଂସା କରିଥିଲେ। ଫୋରମକୁ ସମ୍ବୋଧିତ କରି ପୁଟିନ କହିଛନ୍ତି, ପ୍ରଧାନମନ୍ତ୍ରୀ ମୋଦିଙ୍କ ନୀତି ହେଉଛି ଋଷ ଏବଂ ଭାରତ ମଧ୍ୟରେ ସମ୍ପର୍କର ମୁଖ୍ୟ 'ଗ୍ୟାରେଣ୍ଟର୍'।

ପୁଟିନ କହିଛନ୍ତି, "ଦୁଇ ଦେଶ ମଧ୍ୟରେ ସମ୍ପର୍କ ସବୁ ଦିଗରେ କ୍ରମଶଃ ବିକାଶ ହୋଇ ଆସୁଛି ଏବଂ ଏହାର ମୁଖ୍ୟ ଗ୍ୟାରେଣ୍ଟର୍ ହେଉଛି ପ୍ରଧାନମନ୍ତ୍ରୀ ମୋଦିଙ୍କ ଦ୍ୱାରା ପରିଚାଳିତ ନୀତି। ଭାରତ ଏବଂ ରୁଷ ମଧ୍ୟରେ ବାଣିଜ୍ୟ କାରବାର ବୃଦ୍ଧି ପାଉଛି ବୋଲି ଋଷ ରାଷ୍ଟ୍ରପତି କହିଛନ୍ତି।

ସେ କହିଛନ୍ତି, ଗତ ବର୍ଷ ଦୁଇ ଦେଶ ମଧ୍ୟରେ ବାଣିଜ୍ୟ କାରବାର ୩୫୦୦ କୋଟି ଡ଼ଲାର ଥିଲା ଏବଂ ଚଳିତ ବର୍ଷର ପ୍ରଥମାର୍ଦ୍ଧରେ ୩୩୫୦ କୋଟି ଡଲାର କାରବାର ହୋଇଥିଲା। ଏହାର ଅର୍ଥ ଏକ ମହତ୍ୱପୂର୍ଣ୍ଣ ଅଭିବୃଦ୍ଧି ହେବାକୁ ଯାଉଛି। 

PM Modi Putin Putin Praised Modi
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe