/odisha-reporter/media/post_attachments/uploadimage/library/16_9/16_9_0/PM_Modi_1715614514.jpg)
PM Modi
ଆସନ୍ତାକାଲି ବାରାଣସୀ ଲୋକସଭା ଆସନ ପାଇଁ ନାମାଙ୍କନ ଦାଖଲ କରିବେ ପ୍ରଧାନମନ୍ତ୍ରୀ ମୋଦି। ଦିନ ୧୧.୩୦ରେ ସେ ନାମାଙ୍କନ ଦାଖଲ କରିବାର କାର୍ଯ୍ୟକ୍ରମ ରହିଛି। ଏହାପୂର୍ବରୁ ସେ ପୂଜାର୍ଚ୍ଚନା କରିବା ସହ ନିଜ କାର୍ଯ୍ୟକର୍ତ୍ତାଙ୍କୁ ଭେଟିବେ।
ଆସନ୍ତାକାଲିର ନାମାଙ୍କନ ପୂର୍ବରୁ ଆଜି ନିଜ ନିର୍ବାଚନ ମଣ୍ଡଳୀର ବାରାଣସୀରେ ମୋଦି ବିଶାଳ ରୋଡ ଶୋ’ କରିଛନ୍ତି। ରୋଡ ଶୋ’ ପୂର୍ବରୁ ସେ ପ୍ରଥମେ ପଣ୍ଡିତ ମଦନ ମୋହନ ମାଲବ୍ୟଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଥିଲା। ଏହାପରେ ରୋଡ ଶୋ’ରେ ବାହାରି ଥିଲେ।
ରୋଡ ଶୋ’ ବେଳେ ବିଜେପି କାର୍ଯ୍ୟକର୍ତ୍ତା ଓ ସମର୍ଥକମାନେ ପ୍ରଧାନମନ୍ତ୍ରୀଙ୍କୁ ବିଭିନ୍ନ ସାଂସ୍କୃତି କାର୍ଯ୍ୟକ୍ରମ ଜରିଆରେ ସ୍ୱାଗତ କରିଥିଲେ। ଶେହନାଇ, ଶଙ୍କନାଦ ଓ ଡମ୍ଭୁର ଶବ୍ଦରେ ପୂରା ପରିବେଶ ପ୍ରକମ୍ପିତ ହୋଇ ଉଠିଥିଲା। କିଛି କାର୍ଯ୍ୟକର୍ତ୍ତା ରୋଡ ଶୋ’ ବେଳେ ବୈଦିକ ମନ୍ତ୍ର ପାଠ ମଧ୍ୟ କରିଥିଲେ।
ପ୍ରଧାନମନ୍ତ୍ରୀଙ୍କ ରୋଡ ଶୋ’ ବେଳେ ତାଙ୍କ ସହ ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମଧ୍ୟ ରହିଥିଲେ। ଏହି ରୋଡ ଶୋ’ରେ ହଜାର ହଜାର କର୍ମକର୍ତ୍ତା ସାମିଲ ହୋଇ ବିଜେପିର ଶକ୍ତି ପ୍ରଦର୍ଶନ କରିଥିଲେ। ପ୍ରଶାସନ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ ମଧ୍ୟ କଡ଼ାକଡ଼ି କରାଯାଇଥିଲା।
जनता-जनार्दन का सेवक होने के नाते मेरा यही प्रयास रहा है कि काशीवासियों का जीवन और आसान हो। मुझे विश्वास है कि विकसित उत्तर प्रदेश के साथ-साथ विकसित भारत के संकल्प को पूरा करने में विकसित वाराणसी अपना अमूल्य योगदान देगी। बाबा विश्वनाथ के आशीर्वाद से मैं भी उनकी काशी की सेवा में… pic.twitter.com/7R9cwyJDHA
— Narendra Modi (@narendramodi) May 13, 2024
ରୋଡ ଶୋ’ ବନାରସ ହିନ୍ଦୁ ବିଶ୍ୱବିଦ୍ୟାଳୟ ଗେଟ ପାଖରୁ ଆରମ୍ଭ ହୋଇ କାଶୀ ବିଶ୍ୱନାଇ ଧାମର ୪ନଂ ଗେଟ ଅର୍ଥାତ ୬ କିମି ଧରି ମୋଦି ରୋଡ ଶୋ’ କରିଥିଲେ। ଗେରୁଆ ବସ୍ତ୍ର ପରିଧାନ କରି ଶତାଧିକ ମହିଳା ମୋଦିଙ୍କ ରୋଡ ଶୋ’ରେ ଆଗରେ ଚାଲିଥିଲେ। ଏହା ପଛରେ ଗାଡ଼ି ଉପରେ ଛିଡ଼ା ହୋଇ ମୋଦି ଆଗକୁ ବଢ଼ିଥିଲେ।
ଆଜି ରାତିରେ ମୋଦି BLW ଗେଷ୍ଟ ହାଉସରେ ରହିବେ। ସେ କାଶୀ ବିଶ୍ୱନାଥ ଧାମରୁ ଉକ୍ତ ଗେଷ୍ଟ ହାଉସକୁ ଯିବେ। ତାଙ୍କ କନଭୟ ଯିବା ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା ମଧ୍ୟ କରାଯାଇଛି।
ଜୁନ ୧ରେ ବାରାଣସୀରେ ଭୋଟିଂ ହେବ। ମୋଦି କ୍ରମାଗତ ତୃତୀୟ ଥର ପାଇଁ ଏଠାରୁ ନିର୍ବାଚନ ଲଢ଼ିବାକୁ ଯାଉଛନ୍ତି।
बाबा विश्वनाथ की नगरी की देवतुल्य जनता-जनार्दन का नमन और वंदन!
आज मेरा रोम-रोम काशी के कण-कण का अभिनंदन कर रहा है। रोड शो में आप सबसे जो अपनत्व और आशीर्वाद मिला है, वो अकल्पनीय और अतुलनीय है। मैं अभिभूत और भावविभोर हूं! आपके स्नेह की छांव में 10 वर्ष कैसे बीत गए, पता ही नहीं… pic.twitter.com/FrzzjtlDNG
— Narendra Modi (@narendramodi) May 13, 2024
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
