Advertisment

ବାରାଣସୀରେ ମୋଦି ଓ ଯୋଗୀଙ୍କ ବିଶାଳ ରୋଡ ଶୋ’, କାଲି ନାମାଙ୍କନ

ଆସନ୍ତାକାଲିର ନାମାଙ୍କନ ପୂର୍ବରୁ ଆଜି ନିଜ ନିର୍ବାଚନ ମଣ୍ଡଳୀର ବାରାଣସୀରେ ମୋଦି ବିଶାଳ ରୋଡ ଶୋ’ କରିଛନ୍ତି।

PM Modi

PM Modi

Advertisment

ଆସନ୍ତାକାଲି ବାରାଣସୀ ଲୋକସଭା ଆସନ ପାଇଁ ନାମାଙ୍କନ ଦାଖଲ କରିବେ ପ୍ରଧାନମନ୍ତ୍ରୀ ମୋଦି। ଦିନ ୧୧.୩୦ରେ ସେ ନାମାଙ୍କନ ଦାଖଲ କରିବାର କାର୍ଯ୍ୟକ୍ରମ ରହିଛି। ଏହାପୂର୍ବରୁ ସେ ପୂଜାର୍ଚ୍ଚନା କରିବା ସହ ନିଜ କାର୍ଯ୍ୟକର୍ତ୍ତାଙ୍କୁ ଭେଟିବେ।

Advertisment

ଆସନ୍ତାକାଲିର ନାମାଙ୍କନ ପୂର୍ବରୁ ଆଜି ନିଜ ନିର୍ବାଚନ ମଣ୍ଡଳୀର ବାରାଣସୀରେ ମୋଦି ବିଶାଳ ରୋଡ ଶୋ’ କରିଛନ୍ତି। ରୋଡ ଶୋ’ ପୂର୍ବରୁ ସେ ପ୍ରଥମେ ପଣ୍ଡିତ ମଦନ ମୋହନ ମାଲବ୍ୟଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଥିଲା। ଏହାପରେ ରୋଡ ଶୋ’ରେ ବାହାରି ଥିଲେ।

ରୋଡ ଶୋ’ ବେଳେ ବିଜେପି କାର୍ଯ୍ୟକର୍ତ୍ତା ଓ ସମର୍ଥକମାନେ ପ୍ରଧାନମନ୍ତ୍ରୀଙ୍କୁ ବିଭିନ୍ନ ସାଂସ୍କୃତି କାର୍ଯ୍ୟକ୍ରମ ଜରିଆରେ ସ୍ୱାଗତ କରିଥିଲେ। ଶେହନାଇ, ଶଙ୍କନାଦ ଓ ଡମ୍ଭୁର ଶବ୍ଦରେ ପୂରା ପରିବେଶ ପ୍ରକମ୍ପିତ ହୋଇ ଉଠିଥିଲା। କିଛି କାର୍ଯ୍ୟକର୍ତ୍ତା ରୋଡ ଶୋ’ ବେଳେ ବୈଦିକ ମନ୍ତ୍ର ପାଠ ମଧ୍ୟ କରିଥିଲେ।

Advertisment

ପ୍ରଧାନମନ୍ତ୍ରୀଙ୍କ ରୋଡ ଶୋ’ ବେଳେ ତାଙ୍କ ସହ ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମଧ୍ୟ ରହିଥିଲେ। ଏହି ରୋଡ ଶୋ’ରେ ହଜାର ହଜାର କର୍ମକର୍ତ୍ତା ସାମିଲ ହୋଇ ବିଜେପିର ଶକ୍ତି ପ୍ରଦର୍ଶନ କରିଥିଲେ। ପ୍ରଶାସନ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ ମଧ୍ୟ କଡ଼ାକଡ଼ି କରାଯାଇଥିଲା।

ରୋଡ ଶୋ’ ବନାରସ ହିନ୍ଦୁ ବିଶ୍ୱବିଦ୍ୟାଳୟ ଗେଟ ପାଖରୁ ଆରମ୍ଭ ହୋଇ କାଶୀ ବିଶ୍ୱନାଇ ଧାମର ୪ନଂ ଗେଟ ଅର୍ଥାତ ୬ କିମି ଧରି ମୋଦି ରୋଡ ଶୋ’ କରିଥିଲେ। ଗେରୁଆ ବସ୍ତ୍ର ପରିଧାନ କରି ଶତାଧିକ ମହିଳା ମୋଦିଙ୍କ ରୋଡ ଶୋ’ରେ ଆଗରେ ଚାଲିଥିଲେ। ଏହା ପଛରେ ଗାଡ଼ି ଉପରେ ଛିଡ଼ା ହୋଇ ମୋଦି ଆଗକୁ ବଢ଼ିଥିଲେ।

ଆଜି ରାତିରେ ମୋଦି BLW ଗେଷ୍ଟ ହାଉସରେ ରହିବେ। ସେ କାଶୀ ବିଶ୍ୱନାଥ ଧାମରୁ ଉକ୍ତ ଗେଷ୍ଟ ହାଉସକୁ ଯିବେ। ତାଙ୍କ କନଭୟ ଯିବା ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା ମଧ୍ୟ କରାଯାଇଛି।

ଜୁନ ୧ରେ ବାରାଣସୀରେ ଭୋଟିଂ ହେବ। ମୋଦି କ୍ରମାଗତ ତୃତୀୟ ଥର ପାଇଁ ଏଠାରୁ ନିର୍ବାଚନ ଲଢ଼ିବାକୁ ଯାଉଛନ୍ତି।

PM Modi CM Yogi Adityanath Varanasi Lok Sabha Election 2024
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe