Advertisment

'ଆମେ ତୁଷ୍ଟୀକରଣ ନୁହେଁ, ସନ୍ତୁଷ୍ଟୀକରଣ ମନ୍ତ୍ରରେ ଚାଲିଛୁ'

ରାଷ୍ଟ୍ରପତିଙ୍କ ଭାଷଣର ଧନ୍ୟବାଦ ସଭାକୁ ଅଭିଭାଦନ ଜଣାଇ ପ୍ରଧାନମନ୍ତ୍ରୀ ବିରୋଧୀଙ୍କୁ ଟାର୍ଗେଟ କରିବା ସହ ଆଗାମୀ ଭିଜନ ଉପରେ ଗୁରୁତ୍ୱାରୋପ କରିଛନ୍ତି।

ଅଦ୍ୟତନ ହୋଇଛି
PM Modi

PM Modi

Advertisment

ଲୋକସଭା ଅଧିବେଶନରେ ଅଭିଭାଦନ ରଖିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ରାଷ୍ଟ୍ରପତିଙ୍କ ଭାଷଣର ଧନ୍ୟବାଦ ସଭାକୁ ଅଭିଭାଦନ ଜଣାଇ ପ୍ରଧାନମନ୍ତ୍ରୀ ବିରୋଧୀଙ୍କୁ ଟାର୍ଗେଟ କରିବା ସହ ଆଗାମୀ ଭିଜନ ଉପରେ ଗୁରୁତ୍ୱାରୋପ କରିଛନ୍ତି। 

Advertisment

ପ୍ରଧାନମନ୍ତ୍ରୀଙ୍କ ଭାଷଣ ସମୟରେ ବିରୋଧୀ ପ୍ରବଳ ହୋହଲ୍ଲା ଏବଂ ମଣିପୁର ମଣିପୁର ସ୍ଲୋଗାନ ଦେଇଥିଲେ। ଏହାରି ମଧ୍ୟରେ ପ୍ରଧାନମନ୍ତ୍ରୀ ବକ୍ତବ୍ୟ ରଖି ନବନିର୍ବାଚିତ ସାଂସଦମାନଙ୍କୁ ପ୍ରଶଂସା କରିବା ସହ ଭାରତ ସଫଳତାର ସହ ନିର୍ବାଚନ କରାଇ ବିଶ୍ୱକୁ ମାର୍ଗ ଦେଖାଇଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।

ବିରୋଧୀଙ୍କୁ ଟାର୍ଗେଟ କରି ପ୍ରଧାନମନ୍ତ୍ରୀ କହିଛନ୍ତି, ଦେଶ ଦୀର୍ଘ ସମୟ ପର୍ଯ୍ୟନ୍ତ ତୁଷ୍ଟୀକରଣ ମଡେଲ ଦେଖିସାରିଛି। ଆମେ ତୁଷ୍ଟୀକରଣ ନୁହେଁ, ସନ୍ତୁଷ୍ଟୀକରଣ ମନ୍ତ୍ରରେ ଚାଲିଛୁ। ସମାଜର ଶେଷ ବ୍ୟକ୍ତି ପର୍ଯ୍ୟନ୍ତ ବିକାଶ ପହଞ୍ଚିବା ହିଁ ସନ୍ତୁଷ୍ଟିକରଣ। ୨୦୧୪ ପୂର୍ବରୁ କିଛି ହୋଇପାରିବନି ବୋଲି ଶବ୍ଦ ଶୁଣିବାକୁ ମିଳୁଥିଲା, ସରକାରଙ୍କ ଉପରେ ଜନତାଙ୍କ ବିଶ୍ୱାସ ନଥିଲା, ଅବିଶ୍ୱାସ ଭରି ରହିଥିଲା, ଦୈନିକ ନୂଆ ନୂଆ ଘୋଟାଲା ଖବରର ଶିରୋନାମା ପାଲଟୁଥିଲା, ଦିଲ୍ଲୀରୁ ୧ ଟଙ୍କା ଗଲେ, ତଳ ସ୍ତରରେ ୧୫ ପଇସା ପହଞ୍ଚୁଥିଲା। ଏବେ ଆଉ ସେପରି ହେଉନାହିଁ।

Advertisment

ସମସ୍ତଙ୍କୁ ନ୍ୟାୟ, କାହା ପ୍ରତି ଅନ୍ୟାୟ ହେବନି ସିଦ୍ଧାନ୍ତରେ ଆମେ ଚାଲିଛୁ। 'କିଛି ହୋଇପାରିବନି' ଜାଗାରେ ଏବେ 'ସବୁ ହୋଇପାରିବ'ର ବିଶ୍ୱାସ ଦେଇଛୁ। ଜମ୍ମୁ କଶ୍ମୀରରେ କିଛି ହୋଇ ପାରିବନି ବୋଲି କୁହାଯାଉଥିଲା। କିନ୍ତୁ ଆମେ ଧାରା ୩୭୦ ହଟାଇଲୁ, କଶ୍ମୀର ଏବେ ଗଣତନ୍ତ୍ରର ବାର୍ତ୍ତାବହ ପାଲଟିଛି।

୨୦୧୪ ପୂର୍ବରୁ ବାହ୍ୟ ଶକ୍ତି ଡରରେ ହାତରେ ହାତ ଛନ୍ଦି ବସୁଥିଲେ। ଏବେ ଭାରତ ଘରେ ପଶି ସର୍ଜିକାଲ ଷ୍ଟ୍ରାଇକ୍ କରୁଛି। ବର୍ତ୍ତମାନର ଭାରତ କିଛି ବି କରିଦେବ ବୋଲି ଏକ ବାର୍ତ୍ତା ଦିଆଯାଇଛି ବୋଲି ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି।

ପ୍ରଧାନମନ୍ତ୍ରୀ ଆହୁରି କହିଛନ୍ତି ଯେ, ଦେଶବାସୀ ଆମ ନୀତି ଓ ନିଷ୍ଠାକୁ ଦେଖିଛନ୍ତି। ନିର୍ବାଚନ ପ୍ରଚାର ସମୟରେ ଆମେ ବିକଶିତ ଭାରତ ନିର୍ମାଣ ଲକ୍ଷ୍ୟ ନେଇ ଲୋକଙ୍କ ପାଖକୁ ଯାଇଥିଲୁ, ଲୋକ ଆମ ଲକ୍ଷ୍ୟକୁ ସ୍ୱୀକୃତି ଦେଇ ଆମକୁ ବିଜୟୀ କରାଇଲେ, ଦେଶ ବିକଶିତ ହେଲେ, ଆଗାମୀ ପିଢ଼ିଙ୍କ ସ୍ୱପ୍ନ ପୂରଣ ହେବ। ଲୋକଙ୍କ ବିଶ୍ୱାସ ସ୍ୱରୂପ ଆମେ ତୃତୀୟ ଥର ବିଜୟୀ ହେଲୁ। ଆମ ପାଇଁ ଦେଶମ ପ୍ରଥମ, ଭାରତ ଆମ ପାଇଁ ସବୁଠୁ ଆଗରେ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। 

ସେହିପରି ଦେଶର ଅର୍ଥ ବ୍ୟବସ୍ଥା ପ୍ରସଙ୍ଗ ଉଠାଇ ପ୍ରଧାନମନ୍ତ୍ରୀ କହିଛନ୍ତି, ୧୦ ବର୍ଷରେ ଦେଶର ଅର୍ଥଶକ୍ତିକୁ ଦଶମ ସ୍ଥାନରୁ ପଞ୍ଚମ ସ୍ଥାନକୁ ଆଣିଛୁ। ଆଗାମୀ ଦିନରେ ଅର୍ଥଶକ୍ତିକୁ ୩ ନମ୍ବରକୁ ଆଣିବାକୁ ଲକ୍ଷ୍ୟ ରଖିଛୁ।

Narendra Modi PM Modi Parliament Session
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe