Advertisment

ସଂସଦରେ ପ୍ରଧାନମନ୍ତ୍ରୀଙ୍କ ବକ୍ତବ୍ୟ; ଗରିବୀ ଦୂରିକରଣରେ ଆଗାମୀ ୫ ବର୍ଷ ନିର୍ଣ୍ଣାୟକ ହେବ

ଲୋକସଭା ପରେ ରାଜ୍ୟସଭାରେ ବି ବିରୋଧୀଙ୍କ ପ୍ରବଳ ହଟ୍ଟଗୋଳ ମଧ୍ୟରେ ବକ୍ତବ୍ୟ ରଖିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।

author-image
Debibandita Barick
PM Modi

PM Modi

ଗତକାଲି ଲୋକସଭା ପରେ ଆଜି ରାଜ୍ୟସଭାରେ ନିଜର ବକ୍ତବ୍ୟ ରଖିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ରାଷ୍ଟ୍ରପତିଙ୍କ ଭାଷଣରେ ଧନ୍ୟବାଦ ଦେବା ଅବସରରେ ପ୍ରଧାନମନ୍ତ୍ରୀ ନିଜର ବକ୍ତବ୍ୟ ରଖିଛନ୍ତି। ଏହି ସମୟରେ ବିରୋଧୀଙ୍କ ପ୍ରବଳ ହଟ୍ଟଗୋଳ ମଧ୍ୟରେ ବିଭିନ୍ନ ପ୍ରସଙ୍ଗ ଉଠାଇଛନ୍ତି ପ୍ରଧାନମନ୍ତ୍ରୀ।

Advertisment

ଏଥର ନିର୍ବାଚନକୁ ନେଇ ପ୍ରଧାନମନ୍ତ୍ରୀ କହିଛନ୍ତି, ଜନତା ଆମକୁ ଆଶୀର୍ବାଦ ଦେଇଛନ୍ତି। ସେମାନେ ନିଜର ବୁଦ୍ଧି ଓ ବିବେକ ଖଟାଇ ସରକାର ଚୟନ କରିଛନ୍ତି। ଧର୍ମ ରାଜନୀତି ଛାଡ଼ି ଭରସାର ରାଜନୀତିରେ ବିଜୟର ମୋହର ଲଗାଇଛନ୍ତି ଜନତା।

ଦେଶର ଗରିବୀ ଦୂରିକରଣ କ୍ଷେତ୍ରରେ ପ୍ରଧାନମନ୍ତ୍ରୀ କହିଛନ୍ତି, ଆଗାମୀ ୫ ବର୍ଷ ଗରିବୀ ଦୂରିକରଣ କ୍ଷେତ୍ରରେ ନିର୍ଣ୍ଣାୟକ ଲଢ଼େଇ ହେବ। ଗରିବୀ ମୂଳୋତ୍ପଟନ ସରକାରଙ୍କ ମୁଖ୍ୟ ଲକ୍ଷ୍ୟ ରହିବ। ଚାଷୀଙ୍କ ସର୍ବାଙ୍ଗୀନ ବିକାଶ ପାଇଁ ସରକାର ପ୍ରତିଶ୍ରୁତିବଦ୍ଧ। ବିଭିନ୍ନ ଫସଲର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି କରାଯାଇଛି ବୋଲି ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି।

Advertisment

ଦଳର ନିର୍ବାଚନୀ ଫଳାଫଳକୁ ନେଇ ପ୍ରଧାନମନ୍ତ୍ରୀ କହିଛନ୍ତି, ୬୦ ବର୍ଷ ପରେ ବିଜେପି ତୃତୀୟ ଥର ପାଇଁ ସରକାର ଗଢିଛି। ସରକାର ୧୦ ବର୍ଷ ପୂର୍ଣ୍ଣ କଲା, ଆଗକୁ ଆହୁରି ୨୦ ବର୍ଷ ଯିବାର ଅଛି। ମୋ ଭଳି ଲୋକଙ୍କୁ ସଂସଦରେ ପହଞ୍ଚିବାର ସୁଯୋଗ ମିଳିଛି। ଏହା କେବଳ ବାବା ସାହେବ ଆମ୍ବେଦକରଙ୍କ ପାଇଁ ସମ୍ଭବ ହୋଇ ପାରିଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।

ଏହି ସମୟରେ ବିରୋଧୀ ନାରାବାଜି କରିବା ସହ ବିଭିନ୍ନ ପ୍ରସଙ୍ଗ ଉଠାଇ 'LoP କୋ ବୋଲନେ ଦୋ'(ବିରୋଧୀ ଦଳ ନେତାଙ୍କୁ କହିବାକୁ ଦିଅ) କହିଥିଲେ। ତଥାପି ପ୍ରଧାନମନ୍ତ୍ରୀ ନିଜର ବକ୍ତବ୍ୟ ଜାରି ରଖିଥିଲେ। ଏହାପରେ ବିରୋଧୀ ଦଳ ସାଂସଦମାନେ ବିଭିନ୍ନ ସ୍ଲୋଗାନ ଦେଇ କକ୍ଷତ୍ୟାଗ କରିଥିଲେ। ବିଜେଡି ସାଂସଦମାନେ ମଧ୍ୟ କକ୍ଷତ୍ୟାଗ କରିଥିବା ଦେଖିବାକୁ ମିଳିଥି।

ଏହାକୁ ନେଇ ପ୍ରଧାନମନ୍ତ୍ରୀ ଷାଣିତ ଢଙ୍ଗରେ କହିଥିଲେ, ସେମାନେ(ବିରୋଧୀ) ପଚାରିଥିବା ପ୍ରଶ୍ନର ଜବାବ ଶୁଣିପାରିବେନି, କେବଳ ପଳାୟନ କରିବେ। ସମଗ୍ର ଦେଶ ଦେଖୁଛି, ଯେଉଁମାନେ ମିଥ୍ୟା ପ୍ରଚାର କରୁଛନ୍ତି ସେମାନଙ୍କ ପାଖରେ ସତ୍ୟ ଶୁଣିବାର ଶକ୍ତି ନାହିଁ। ସେମାନେ ଉପର ଗୃହ(ରାଜ୍ୟସଭା)କୁ ଅପମାନ କରୁଛନ୍ତି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। 

PM Narendra Modi Parliament Session Rajya Sabha