Advertisment

ବ୍ରିକ୍ସ ରାଷ୍ଟ୍ରମୁଖ୍ୟଙ୍କୁ ମୋଦିଙ୍କ ଉପହାର, ରହିଛି ଝାରଖଣ୍ଡ ଓ ମହାରାଷ୍ଟ୍ରର କଳାକୃତି

ନିକଟରେ ରୁଷରେ ଅନୁଷ୍ଠିତ ବ୍ରିକ୍ସ ଶିଖର ସମ୍ମିଳନୀରେ ସଦସ୍ୟ ରାଷ୍ଟ୍ରର ମୁଖ୍ୟଙ୍କୁ ମହାରାଷ୍ଟ୍ର ଓ ଝାରଖଣ୍ଡର କଳାକୃତି ଉପହାର ଦେଇଛନ୍ତି ପ୍ରଧାନମନ୍ତ୍ରୀ ମୋଦି।

author-image
Debibandita Barick
ଅଦ୍ୟତନ ହୋଇଛି
Prime Minister Narendra Modi with Russian President Vladimir Putin and Iranian President Masoud Peze

Prime Minister Narendra Modi with Russian President Vladimir Putin and Iranian President Masoud Peze

ନିକଟରେ ସରିଥିବା ବ୍ରିକ୍ସ ଶିଖର ସମ୍ମିଳନୀର ସଦସ୍ୟ ରାଷ୍ଟ୍ରମୁଖ୍ୟଙ୍କୁ ଭାରତର କଳାକୃତି ଏବଂ ହସ୍ତତନ୍ତ ଉପହାର କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।ଯେଉଁଥିରେ ଝାରଖଣ୍ଡର କଳାକୃତି ଏବଂ ମହାରାଷ୍ଟ୍ରର ହସ୍ତତନ୍ତ ରହିଛି।

Advertisment

ସରକାରୀ ସୂତ୍ରରୁ ପ୍ରକାଶ ରିପୋର୍ଟ ଅନୁସାରେ, ପ୍ରଧାନମନ୍ତ୍ରୀ ରୁଷ ଗସ୍ତ ସମୟରେ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ଝାରଖଣ୍ଡ କଳାକୃତିର ଉପହାର ଦେଇଥିବାବେଳେ ମହାରାଷ୍ଟ୍ରର ହସ୍ତତନ୍ତ ଇରାନ ଏବଂ ଉଜବେକିସ୍ତାନର ରାଷ୍ଟ୍ରମୁଖ୍ୟଙ୍କୁ ଉପହାର ଦେଇଛନ୍ତି।

ପ୍ରଧାନମନ୍ତ୍ରୀ ମୋଦି ଇରାନର ରାଷ୍ଟ୍ରପତି ମାସୁଦ ପେଜଶକିଆନଙ୍କୁ ଏକ 'ମଦର ଅଫ୍ ମୋତି' (MOP)ର ଫୁଲଦାନୀ ଉପହାର କରିଛନ୍ତି। ଏହି ଫୁଲଦାନୀ ମହାରାଷ୍ଟ୍ରର ଉପକୂଳବର୍ତ୍ତୀ ଅଞ୍ଚଳର କାରିଗରମାନଙ୍କ କୁଶଳୀ କାରିଗରୀର ନିଦର୍ଶନ। ସେହିପରି ମହାରାଷ୍ଟ୍ରର ୱାର୍ଲି ଜନଜାତିର ଏକ ପ୍ରତୀକାତ୍ମକ କଳାକୃତି, ପାରମ୍ପାରିକ ୱାର୍ଲି ପେଣ୍ଟିଂକୁ ଉଜବେକିସ୍ତାନର ରାଷ୍ଟ୍ରପତି ଶବକତ ମିର୍ଜିୟୋଏଭଙ୍କୁ ଉପହାର କରିଛନ୍ତି।

Advertisment

ଏହି କଳାକୃତି ଓ ହସ୍ତତନ୍ତ ଭାରତର ସାଂସ୍କୃତିକ ମହତ୍ତ୍ୱକୁ ଆଲୋକପାତ କରିଥାଏ, ଯାହା ପ୍ରାୟ 5 ହଜାର ବର୍ଷ ପୁରୁଣା ଏବଂ ଏହାର ସ୍ୱତନ୍ତ୍ର ଶୈଳୀ ଓ ସୌନ୍ଦର୍ଯ୍ୟ ପାଇଁ ଏବେ ସାରା ବିଶ୍ୱରେ ପ୍ରସିଦ୍ଧ।

ପ୍ରକାଶ ଥାଉକି, ଅକ୍ଟୋବର ୨୨ରୁ ୨୪ ରୁଷର କାଜାନରେ ୧୬ତମ ବ୍ରିକ୍ସ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା। ପ୍ରଧାନମନ୍ତ୍ରୀ ଏହି ସମ୍ମିଳନୀରେ ଯୋଗ ଦେଇଥିଲେ। 

PM Modi BRICS Summit PM Modi Gift