Advertisment

କଣ୍ଟାବାଞ୍ଜି ଚ୍ୟାଲେଞ୍ଜ ଗ୍ରହଣ କରିବେ ନବୀନ ?

ନବୀନଙ୍କୁ ତୀବ୍ର ସମାଲୋଚନା କରିବା ସହିତ ତାଙ୍କୁ ଏକ ଚ୍ୟାଲେଞ୍ଜ ଦେଇଛନ୍ତି ମୋଦି। କାଗଜ ନ ଦେଖି କଣ୍ଟାବାଞ୍ଜି ନିର୍ବାଚନ ମଣ୍ଡଳୀର ୧୦ଟି ଗାଁ ନାଁ କହିବାକୁ କହିବେ। ସେ କଣ୍ଟାବାଞ୍ଜିର ୧୦ଟି ଗାଁ ନାଁ ବି କହିପାରିବେନି। କାରଣ ସେ ମାଟି ସହିତ ଯୋଡ଼ି ହୋଇ ନାହାନ୍ତି।

author-image
Manoj Swain

ଗତକାଲି ବଲାଙ୍ଗିର ସଂକଳ୍ପ ସମାବେଶ ବା ନିର୍ବାଚନୀ ସଭାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସିଧାସଳଖ ଟାର୍ଗେଟ କରିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ନବୀନଙ୍କୁ ତୀବ୍ର ସମାଲୋଚନା କରିବା ସହିତ ତାଙ୍କୁ ଏକ ଚ୍ୟାଲେଞ୍ଜ ଦେଇଛନ୍ତି ମୋଦି। କାଗଜ ନ ଦେଖି କଣ୍ଟାବାଞ୍ଜି ନିର୍ବାଚନ ମଣ୍ଡଳୀର ୧୦ଟି ଗାଁ ନାଁ କହିବାକୁ କହିବେ। ସେ କଣ୍ଟାବାଞ୍ଜିର ୧୦ଟି ଗାଁ ନାଁ ବି କହିପାରିବେନି। କାରଣ ସେ ଆପଣଙ୍କ ସହ ନାହାନ୍ତି। ସେ ମାଟି ସହିତ ଯୋଡ଼ି ହୋଇ ନାହାନ୍ତି। ସେ ଆପଣଙ୍କ ଦୁଃଖ ବୁଝିପାରିବେନି। ସେଥିପାଇଁ ଧନୀ ଓଡ଼ିଶାର ଲୋକମାନେ ଗରିବ। ଏଠିକାର ସରକାରକୁ ଆପଣଙ୍କର କୌଣସି ଚିନ୍ତା ନାହିଁ। ଏଭଳି ସରକାର ଯିବା ଉଚିତ। ବୋଲି କହିଥିଲେ ପ୍ରଧାନମନ୍ତ୍ରୀ ମୋଦି।  

Advertisment
Naveen Patnaik PM Modi Odisha