Advertisment

ଲୋକମାନ୍ୟ ତିଲକ ପୁରସ୍କାର ଗ୍ରହଣ କଲେ ପ୍ରଧାନମନ୍ତ୍ରୀ, ହାତ ମିଳାଇଲେ ଶରଦ ପାୱାର

ପୁନେରେ ଲୋକମାନ୍ୟ ତିଲକ ଜାତୀୟ ପୁରସ୍କାର ଗ୍ରହଣ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ମଞ୍ଚରେ ହାତ ମିଳାଇରେ ଶରଦ ପାୱାର।

ଅଦ୍ୟତନ ହୋଇଛି
PM Modi Shakes Hand With Shaead Pawar

PM Modi Shakes Hand With Shaead Pawar

Advertisment

ଗୋଟିଏ ମଞ୍ଚରେ ଏକାଠି ହେଲେ ଶାସକ ଏବଂ ବିରୋଧୀ ଦଳର ଦୁଇ ପୁରୁଖା ନେତା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ବିରୋଧୀ ଦଳ I.N.D.I.A ସଦସ୍ୟ ତଥା ନ୍ୟାସନାଲ୍ କଂଗ୍ରେସ ପାର୍ଟି(NCP) ମୁଖ୍ୟ ଶରଦ ପାୱାର ଗୋଟିଏ ମଞ୍ଚରେ ନଜର ଆସିଥିବା ବେଳେ ଉଭୟ ହାତ ମିଳାଇଥିବା ଦେଖିବାକୁ ମିଳିଛି। ମଙ୍ଗଳବାର ପୁନେରେ ଏକ ପୁରସ୍କାର ବିତରଣ କାର୍ଯ୍ୟକ୍ରମରେ ଏକାଠି ହୋଇଥିଲେ ମୋଦୀ ଏବଂ ପାୱାର। 

Advertisment

ଆଜି ମହାରାଷ୍ଟ୍ରରେ ସମ୍ମାନଜନକ ଲୋକମାନ୍ୟ ତିଲକ ଜାତୀୟ ପୁରସ୍କାର ଗ୍ରହଣ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଏହି କାର୍ଯ୍ୟକ୍ରମରେ NCP ମୁଖ୍ୟ ଶରଦ ପାୱାର ମଧ୍ୟ ଉପସ୍ଥିତ ଥିଲେ। ରାଜନୈତିକ ଶତ୍ରୁତାକୁ ଭୁଲି ଉଭୟ ହାତ ମିଳାଇଥିଲେ ମଧ୍ୟ ପ୍ରଧାନମନ୍ତ୍ରୀଙ୍କୁ କଟାକ୍ଷ କରିବାର ସୁଯୋଗକୁ ହାତ ଛଡା କରିନାହାନ୍ତି ଶରଦ ପାୱାର। ଏହି କାର୍ଯ୍ୟକ୍ରମରେ ପାୱାର ଅଭିଭାଷଣ ରଖି କହିଛନ୍ତି, 'ଶିବାଜୀ ମହାରାଜ କାହାର ଜମି ଛଡ଼ାଇ ନେଇ ନାହାଁନ୍ତି।' ଗତ ବର୍ଷ ଶିବସେନାରେ ହୋଇଥିବା ବିଭାଜନ, ଯାହା ମହାରାଷ୍ଟ୍ରରେ ମହା ବିକାଶ ଅଗାଡି(MVA) ସରକାରର ପତନ ଘଟାଇଥିଲା ତାହାକୁ ଇଙ୍ଗିତ କରିଥାଇପାରନ୍ତି ବୋଲି ଚର୍ଚ୍ଚା ହେଉଛି।

ଅନ୍ୟପଟେ ପ୍ରଧାନମନ୍ତ୍ରୀ ପୁରସ୍କାର ଗ୍ରହଣ କରିବା ପରେ ଏକ ଅଭିଭାଷଣ ରଖି କହିଛନ୍ତି ମୋର ପୁରସ୍କାରକୁ ୧୪୦ କୋଟି ଭାରତୀୟଙ୍କୁ ଉତ୍ସର୍ଗ କରୁଛି। ସ୍ୱାଧୀନତା ସଂଗ୍ରାମୀ ବାଲ ଗଙ୍ଗାଧର ତିଲକଙ୍କ ବିଷୟରେ ମୋଦୀ କହିଛନ୍ତି, ଯେତେବେଳେ ଏହି ପୁରସ୍କାର 'ତିଲକ' ସହିତ ସଂଯୁକ୍ତ ହୁଏ, ସେତେବେଳେ ଦାୟିତ୍ୱ ଦ୍ୱିଗୁଣିତ ହୋଇଯାଏ। ସ୍ୱାଧୀନତା ସଂଗ୍ରାମରେ ତାଙ୍କର ଅବଦାନକୁ ଶବ୍ଦରେ ବର୍ଣ୍ଣନା କରିବା କଷ୍ଟକର। ସେ ଆହୁରି ମଧ୍ୟ କହିଛନ୍ତି, "ଯୁବ ପ୍ରତିଭାଙ୍କୁ ଚିହ୍ନିବାରେ ଲୋକମାନ୍ୟ ତିଲକଙ୍କର ଏକ ଅନନ୍ୟ ଦକ୍ଷତା ଥିଲା। ବୀର ସାବରକର ଏପରି ଏକ ଉଦାହରଣ ଥିଲେ।"

Advertisment

ପୁନେ ସହରକୁ ପ୍ରଶଂସା କରି ପ୍ରଧାନମନ୍ତ୍ରୀ କହିଛନ୍ତି, ପୁନେ ସହର ଜ୍ଞାନ ସହିତ ସମକକ୍ଷ। "ମୁଁ ଏହି ସହରରୁ ସମ୍ମାନିତ ହୋଇ ନିଜକୁ ଭାଗ୍ୟବାନ ମନେ କରୁଛି। ମୁଁ ଏହି ଗୁରୁତ୍ୱପୂର୍ଣ୍ଣ ଦିନରେ ପୁନେର ଦେବ ଭୂମିକୁ ପ୍ରଣାମ କରୁଛି। ଏହି ଭୂମି ହେଉଛି ଛତ୍ରପତି, ଛପକର ବନ୍ଧୁ, ଜ୍ୟୋତିବା ଫୁଲେ, ସାବିତ୍ରୀବାଇ ଫୁଲେଙ୍କ ଜନ୍ମଭୂମି।" ପୁରସ୍କାର ବିତରଣ ଉତ୍ସବରେ ମହାରାଷ୍ଟ୍ର ରାଜ୍ୟପାଳ ରମେଶ ବୈସ, ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ, ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ୍, ଅଜିତ ପାୱାର ଏବଂ କଂଗ୍ରେସ ନେତା ସୁଶୀଲ କୁମାର ସିନ୍ଦେ ମଧ୍ୟ ଉପସ୍ଥିତ ଥିଲେ।

PM Modi Lokmanya Tilak Award Shaead Pawar PM Modi Shakes Hand With Shaead Pawar
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe