‘ଶିକ୍ଷା କ୍ଷେତ୍ରରେ ଓଡ଼ିଶାକୁ ମହତ୍ତ୍ୱପୂର୍ଣ୍ଣ ସ୍ଥାନକୁ ନେବା ପାଇଁ ଚାଲିଛି ପ୍ରୟାସ’

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ସମ୍ବଲପୁର IIMର ନୂଆ କ୍ୟାମ୍ପସର ବିଧିବଦ୍ଧ ଭାବେ ଉଦ୍‌ଘାଟନ କରିଛନ୍ତି।

ପ୍ରଧାନମନ୍ତ୍ରୀ ମୋଦି ସମ୍ବଲପୁର IIM କ୍ୟାମ୍ପସ୍‌ରେ ଉଦ୍‌ବୋଧନ ଦେଉଛନ୍ତି।

  • Published: Saturday, 03 February 2024
  • , Updated: 03 February 2024, 03:27 PM IST

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ସମ୍ବଲପୁର IIMର ନୂଆ କ୍ୟାମ୍ପସର ଉଦ୍‌ଘାଟନ କରିଛନ୍ତି। ଏହି କାର୍ଯ୍ୟକ୍ରମରେ ରାଜ୍ୟପାଳ ରଘୁବର ଦାସ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ, ସ୍ଥାନୀୟ ସାଂସଦ, ବିଧାୟକ ଓ ଅନ୍ୟମାନେ ଯୋଗ ଦେଇଥିଲେ। ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କ’ଣ କହିଛନ୍ତି, ଚୁମ୍ବକରେ ପଢ଼ନ୍ତୁ।  

  • ଆଜି ଓଡ଼ିଶାର ବିକାଶ ଯାତ୍ରା ପାଇଁ ବଡ଼ ମହତ୍ତ୍ୱପୂର୍ଣ୍ଣ ଦିନ
  • ଓଡ଼ିଶା ଲୋକଙ୍କ ପାଇଁ ୭୦ ହଜାର କୋଟିର ପ୍ରକଳ୍ପ ପାଇଁ ବଧାଇ
  • ସମାଜର ସବୁ ବର୍ଗର ଲୋକ ଏଥିରୁ ଲାଭ ପାଇବେ
  • ଏହି ପ୍ରକଳ୍ପ ଓଡ଼ିଶାର ନବଯୁବକଙ୍କୁ ରୋଜଗାର ଯୋଗାଇବ
  • ଆଜି ଆଡଭାନୀଜୀଙ୍କୁ ଭାରତ ରତ୍ନ ପ୍ରଦାନ ନିଷ୍ପତ୍ତି ନିଆଯାଇଛି
  •  ରାଷ୍ଟ୍ର ସେବା ପାଇଁ ଜୀବନ ଉତ୍ସର୍ଗ କରିଥିବା ଲୋକଙ୍କୁ ଦେଶ କେବେ ଭୁଲେନି 
  • ଆଡଭାନୀଙ୍କ ଜୀବନ ଦର୍ଶନ ମୋତେ ଅନୁପ୍ରାଣିତ କରିଛି 
  • ଶିକ୍ଷା କ୍ଷେତ୍ରରେ ଓଡ଼ିଶାକୁ ମହତ୍ତ୍ୱପୂର୍ଣ୍ଣ ସ୍ଥାନକୁ ନେବାକୁ ପ୍ରୟାସ ଚଳାଇଛୁ 
  • ଭାରତର ସବୁ ରାଜ୍ୟ ବିକଶିତ ହେଲେ ଦେଶ ବିକଶିତ ହୋଇପାରିବ
  • ପ୍ରତି କ୍ଷେତ୍ରରେ ଓଡ଼ିଶାକୁ ଅଧିକରୁ ଅଧିକ ସହଯୋଗ ଦେଇଆସୁଛୁ
  • ଗତ ୧୦ ବର୍ଷରେ ପେଟ୍ରୋଲିୟମ କ୍ଷେତ୍ରରେ ଦେଢ଼ ଲକ୍ଷ କୋଟିର ନିବେଶ
  • ରେଳବାଇ କ୍ଷେତ୍ରରେ ବିକାଶ ପାଇଁ ୧୨ ଗୁଣ ଅଧିକ ଅର୍ଥ ଦିଆଯାଇଛି
  • ଓଡ଼ିଶାର ଗ୍ରାମାଞ୍ଚଳରେ ୫୦ ହଜାର କିଲୋମିଟର ରାସ୍ତା ହୋଇଛି
  • ୪ ହଜାର କିଲୋମିଟର ଜାତୀୟ ରାଜପଥ ନିର୍ମାଣ କରାଯାଇଛି
  • ପୁରୀ-ସୋନପୁର ଏକ୍ସପ୍ରେସ ପାଇଁ ସୁବର୍ଣ୍ଣପୁର ଜିଲ୍ଲାକୁ ରେଳ ଗଡ଼ିଲା
  • ସୁବର୍ଣ୍ଣପୁରବାସୀ ଏବେ ପ୍ରଭୁ ଜଗନ୍ନାଥଙ୍କ ଦର୍ଶନ ସୁବିଧାରେ ପାଇବେ
  • ନୂଆ ଖଣି ନିୟମ ଯୋଗୁଁ ଓଡ଼ିଶାକୁ ଅଧିକ ୧୦ ଗୁଣା ଲାଭ ମିଳୁଛି

Related story