Advertisment

ଆମ ପାଖରେ ଓଡ଼ିଶା ପାଇଁ ନେତୃତ୍ୱ ସଙ୍କଟ ନାହିଁ: ଅମିତ ଶାହ

‘ଓଡ଼ିଶାରେ ଅଣଓଡ଼ିଆ ଅଫିସରଙ୍କ ଶାସନ ଚାଲିଛି। ଓଡ଼ିଶାରେ ଏବେ ଓଡ଼ିଆ ଅସ୍ମିତା ଓ ଓଡ଼ିଆ ସମ୍ମାନ ମୁଦ୍ଦା ହୋଇଛି। ନବୀନଙ୍କ ପଛରେ ବାହାର ରାଜ୍ୟର ଅଫିସର ଶାସନ ଚଳାଉଛନ୍ତି। ଅଣଓଡ଼ିଆ ଅଫିସର ଶାସନ କରିବା ଓଡ଼ିଶା ଲୋକଙ୍କୁ କଷ୍ଟ ଦେଉଛି।’

author-image
Manoranjan Sial
Amit Shah

Amit Shah

ଆମ ପାଖରେ ଓଡ଼ିଶାକୁ ନେତୃତ୍ୱ ନେବା ପାଇଁ ସଂକଟ ନାହିଁ। ଓଡ଼ିଶା ଗସ୍ତରେ ଆଜି ଏପରି କହିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ। ସେ ଆହୁରି କହିଛନ୍ତି, ଓଡ଼ିଶାରେ ବିକାଶ ହୋଇନି। ନବୀନ ପଟ୍ଟନାୟକଙ୍କୁ ସ୍ୱୀକାର କରିବାକୁ ପଡ଼ିବ। ସ୍ଥିର ସରକାର ଥିବା ଅନ୍ୟ ରାଜ୍ୟ ଭଳି ଓଡ଼ିଶାରେ ବିକାଶ ହୋଇନି। ସ୍ଥିର ସରକାର ସତ୍ତ୍ୱେ ବିକାଶ ହୋଇନଥିବାରୁ ଲୋକ ପରିବର୍ତ୍ତନ ଚାହୁଁଛନ୍ତି। ଓଡ଼ିଶା ପାଇଁ ଆମ ପାଖରେ ଭଲ ଓ ଦକ୍ଷ ନେତୃତ୍ୱ ରହିଛନ୍ତି। ଆମ ପାଖରେ ଅନେକ ସକ୍ଷମ ଓ ଅନୁଭବୀ ଲୋକ ଅଛନ୍ତି। ତାଙ୍କ ପାର୍ଟିରୁ ମଧ୍ୟ ଅନେକ ଦକ୍ଷ ନେତା ଆମ ଦଳକୁ ଆସିଛନ୍ତି। ତେଣୁ ଆମ ପାଖରେ ଓଡ଼ିଶା ବିଜେପି ପାଇଁ ନେତୃତ୍ୱ ସଂକଟ ନାହିଁ ବୋଲି ଅମିତ ଶାହ କହିଛନ୍ତି।

Advertisment

ସେ ଆହୁରି କହିଛନ୍ତି, ଓଡ଼ିଶାରେ ଅଣଓଡ଼ିଆ ଅଫିସରଙ୍କ ଶାସନ ଚାଲିଛି। ଓଡ଼ିଶାରେ ଏବେ ଓଡ଼ିଆ ଅସ୍ମିତା ଓ ଓଡ଼ିଆ ସମ୍ମାନ ମୁଦ୍ଦା ହୋଇଛି। ନବୀନଙ୍କ ପଛରେ ବାହାର ରାଜ୍ୟର ଅଫିସର ଶାସନ ଚଳାଉଛନ୍ତି। ଅଣଓଡ଼ିଆ ଅଫିସର ଶାସନ କରିବା ଓଡ଼ିଶା ଲୋକଙ୍କୁ କଷ୍ଟ ଦେଉଛି। ରାମ ଉତ୍ସବକୁ ରୋକିବା ପ୍ରୟାସ ଲୋକଙ୍କ ଭିତରେ ଆକ୍ରୋଶ ଭରିଛି। ଏଥର ଓଡ଼ିଶାରେ ନିଶ୍ଚିତ ଭାବେ ବିଜେପି ସରକାର ହେବ। ନିଶ୍ଚିତ ଭାବେ ବିଜେପି ମୁଖ୍ୟମନ୍ତ୍ରୀ ଶପଥ ନେବେ ବୋଲି ଶାହ କହିଛନ୍ତି।

ଶ୍ରୀମନ୍ଦିର ପ୍ରସଙ୍ଗରେ ଅମିତ ଶାହ କହିଛନ୍ତି, ବିଜେପି ସରକାର ଆସିବା କ୍ଷଣି ଶ୍ରୀମନ୍ଦିର ୪ ଦ୍ୱାର ଖୋଲାଯିବ। ବିଜେପି ମୁଖ୍ୟମନ୍ତ୍ରୀ ଶପଥ ନେବାର ୬ ଘଣ୍ଟା ମଧ୍ୟରେ ଖୋଲିବ ୪ ଦ୍ୱାର। ୧ ମାସ ମଧ୍ୟରେ ରତ୍ନଭଣ୍ଡାର ଯାଞ୍ଚ ରିପୋର୍ଟ ସାର୍ବଜନୀନ ହେବ ବୋଲି ଶାହ କହିଛନ୍ତି।

Advertisment

ଓଡ଼ିଶା ଗସ୍ତାରେ ଆସିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ। ଗଞ୍ଜାମରେ ତାଙ୍କର ବିଶାଳ ସଭା ହୋଇଥିଲା। ସୋରଡ଼ା ସଭା ପରେ ଶାହ କଟକ ଆସିଥିଲେ। କଟକରେ ବିଶାଳ ରୋଡ୍‌ ଶୋ କରିଥିଲେ।

Bjp General Election 2024 General Election Loksabha Election 2024