Advertisment

ରାହୁଲଙ୍କ ଉପରେ ବର୍ଷିଲେ ମୋଦି

ଗତକାଲି ସଂସଦରେ ଲୋକସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କ ହିନ୍ଦୁ ବିରୋଧୀ ମନ୍ତବ୍ୟକୁ ନେଇ ମୋଦି ତାଙ୍କୁ ଖୁବ୍ ଧୋଇଛନ୍ତି।

ଅଦ୍ୟତନ ହୋଇଛି
Prime Minister

Prime Minister

Advertisment

ସଂସଦରେ କଂଗ୍ରେସ ଓ ରାହୁଲ ଗାନ୍ଧୀଙ୍କୁ ମୋଦିଙ୍କ ଧୁଲେଇ। ଆଜି ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ଦେବା ବେଳେ ଲୋକସଭାରେ ରାହୁଲଙ୍କ ନାଁ ନେଇ ତାଙ୍କୁ ଭୀଷଣ ସମାଲୋଚନା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।

Advertisment

ଗତକାଲି ସଂସଦରେ ଲୋକସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କ ହିନ୍ଦୁ ବିରୋଧୀ ମନ୍ତବ୍ୟକୁ ନେଇ ମୋଦି ତାଙ୍କୁ ଖୁବ୍ ଧୋଇଛନ୍ତି। କହିଛନ୍ତି ହିନ୍ଦୁଙ୍କ ଉପରେ ମିଛ ଆରୋପର ଷଡ଼ଯନ୍ତ୍ର ଲଗାଯାଉଛି। ଗତକାଲି ସଂସଦରେ ଭରପୁର ମିଛ କଥା କୁହାଗଲା। ସମ୍ବିଧାନର ଗରିମା ସହ ଖେଳ ସଂସଦ ପାଇଁ ଦୁର୍ଭାଗ୍ୟଜନ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ। କାଲି ଯାହା ହୋଇଛି, ତାକୁ ଗମ୍ଭୀରତାର ସହ ନେବାକୁ ପଡ଼ିବ। ଏଭଳି ହରକତକୁ ବାଳକବୁଦ୍ଧି କହି ନଜରଅନ୍ଦାଜ କରାଯିବା କଥା ନୁହେଁ ବୋଲି କହିଛନ୍ତି ମୋଦି।

ସେହିଭଳି ଗତ ନିର୍ବାଚନରେ କଂଗ୍ରେସର ପରାଜୟକୁ ନେଇ ମଧ୍ୟ ତୀବ୍ର ସମାଲୋଚନା କରିଛନ୍ତି ମୋଦି। କହିଛନ୍ତି ୨୦୨୪ ପରଠୁ କଂଗ୍ରେସ ଦଳ ଏବେ ପରଜୀବୀ ପାଲଟି ଯାଇଛି। ଅନ୍ୟପଟେ ୨୦୨୪ ନିର୍ବାଚନରେ ଓଡ଼ିଶାର ବିଜେପିର ଅପୂର୍ବ ସଫଳତା କଥା ମନେ ପକାଇ ଏହାକୁ ଜଗନ୍ନାଥଙ୍କ ଭରପୁର ଆଶୀର୍ବାଦ ବୋଲି ମଧ୍ୟ କହିଛନ୍ତି।

Advertisment
Bjp Congress
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe