Advertisment

ପୁରୁଣା ସଂସଦ ଭବନରେ ପ୍ରଧାନମନ୍ତ୍ରୀଙ୍କ ଅନ୍ତିମ ଅଭିଭାଷଣ, ଅକ୍ଷୂର୍ଣ୍ଣ ରହିବ ପୁରୁଣାର ଗରିମା

ପୁରୁଣା ସଂସଦ ଭବନର ସେଣ୍ଟ୍ରାଲ ହଲରେ ଅଭିଭାଷଣ ରଖିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଦେଶର ସବୁ ସ୍ୱପ୍ନ ସାକାର କରିବାକୁ ଉଭୟ ସଦନର ସଦସ୍ୟଙ୍କୁ ଦେଲେ ଆହ୍ୱାନ।

PM Narendra Modi

PM Narendra Modi

Advertisment

ପୁରୁଣା ସଂସଦ ଭବନରେ ସରିଲା ଶେଷ କାର୍ଯ୍ୟକ୍ରମ। ସେଣ୍ଟ୍ରାଲ ହଲରେ ଅଭିଭାଷଣ ରଖିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଦେଶର ସବୁ ସ୍ୱପ୍ନ ସାକାର କରିବା ପାଇଁ ଉଭୟ ସଦନର ସଦସ୍ୟଙ୍କୁ ଆହ୍ୱାନ ଦେବା ସହ ପୁରୁଣା ସଂସଦର ନୂଆ ନାମକରଣ ପାଇଁ ଦେଲେ ପ୍ରସ୍ତାବ।

Advertisment

ପୁରୁଣା ଭବନର ଶେଷ ଅଭିଭାଷଣରେ ଇତିହାସକୁ ମନେ ପକାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ୧୯୪୭ରେ ଏହି ସେଣ୍ଟ୍ରାଲ ହଲ୍‌ରେ କ୍ଷମତା ହସ୍ତାନ୍ତର ହୋଇଥିଲା ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ୭ ଦଶନ୍ଧି ଭିତରେ ଅନେକ ଆଇନ ତିଆରି ହୋଇଛି, ସଂଶୋଧିତ ବି ହୋଇଛି। ଆବଶ୍ୟକ ବେଳେ ସ୍ୱତନ୍ତ୍ର ଅଧିବେଶନରେ ଆଇନ ପ୍ରଣୟନ ହୋଇଛି। ଧାରା ୩୭୦ ଉଚ୍ଛେଦ ଓ ତିନ୍‌ ତଲାକ ବିଲ୍‌ ପାସ୍‌ ଉଲ୍ଲେଖନୀୟ ଘଟଣା ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।

ଆମେ ନୂଆ ଭବନକୁ ଯାଉଥିଲେ ବି ପୁରୁଣାର ଗରିମା ଅକ୍ଷୂର୍ଣ୍ଣ ରହିବା ଉଚିତ୍। ସବୁବେବେଳେ ପୁରୁଣାର ଗରିମା ଓ ମର୍ଯ୍ୟାଦା ବଜାୟ ରଖିବା ଉଚିତ୍। ପୁରୁଣା ଭବନକୁ 'ସମ୍ବିଧାନ ସଦନ' ଭାବେ ନାମିତ କରିବାକୁ ପ୍ରସ୍ତାବ ଦେଇଛନ୍ତି ପ୍ରଧାନମନ୍ତ୍ରୀ।

Advertisment

ଏଥିସହ ପ୍ରଧାନମନ୍ତ୍ରୀ ଆହୁରି କହିଛନ୍ତି, ଛୋଟ କାନ୍‌ଭାସ୍‌ରେ ବଡ଼ ଚିତ୍ର ଅସମ୍ଭବ ଭଳି ଆମକୁ ବଡ଼ ଚିନ୍ତା ଜରୁରୀ। ଚିନ୍ତାଧାରାର ବିକାଶ ହେଲେ, ଦେଶର ବିକାଶ ହେବ। ଏବେ ଅମୃତକାଳ ଚାଲିଛି। ଆମକୁ ବଡ଼ ବଡ଼ କାମ କରିବାକୁ ପଡ଼ିବ। ଛୋଟ ଛୋଟ କାମରେ ଆମେ ଆଉ ସମୟ ଅପଚୟ କରିବାନାହିଁ। ଦେଶକୁ ଆଗକୁ ନେବାକୁ ଆମକୁ ବଡ଼ ବଡ଼ କାମ କରିବାକୁ ପଡ଼ିବ। ଆମକୁ ଏ ସୁଯୋଗ ହାତଛଡ଼ା କରିବାକୁ ପଡ଼ିବନି। ଦେଶର କୌଣସି ଅଂଶ ଅବିକଶିତ ରହିଯିବା ସାମାଜିକ ନ୍ୟାୟର ପରିପନ୍ଥୀ। ଭାରତ ଯେତେ ସମୃଦ୍ଧ ହେଲେ ବି କୌଣସି ଅଂଶ ପଛୁଆ ରହିଲେ, ଦେଶ ପଛୁଆ ରହିଯିବ। ତେଣୁ ଆମକୁ ସାରା ଭାରତର କୋଣ ଅନୁକୋଣକୁ ବିକଶିତ କରିବାକୁ ପଡ଼ିବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।

ଏବେ ସମୟ ବଦଳିବା ସହ ଭାରତର ଭୂମିକା ମଧ୍ୟ ବଦଳିଛି। ଏବେ ଭାରତ ବିଶ୍ୱର ବିଶ୍ୱାମିତ୍ର ପାଲଟିଛି। ସାରା ଦୁନିଆ ଏବେ ଆମ ଭିତରେ ମିତ୍ରତା ଖୋଜୁଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଏହି ଅବସରରେ ଭାରତର ବିଜ୍ଞାନ ଯାତ୍ରାକୁ ମଧ୍ୟ ମନେ ପକାଇଛନ୍ତି ପ୍ରଧାନମନ୍ତ୍ରୀ ମୋଦି। ସେ କହିଛନ୍ତି, ମିଶନ ଚନ୍ଦ୍ରଯାନ ସଫଳ ହେବା ପରେ ମହାକାଶ ବିଜ୍ଞାନ ପ୍ରତି ଯୁବପିଢିଙ୍କର ଆଗ୍ରହ ବଢିଛି। ଏ ଦିଗରେ ମଧ୍ୟ କାର୍ଯ୍ୟ କରିବାକୁ ପଡିବ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି। 

PM Modi Old Parliament Building New Parliament House
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe