Advertisment

କ’ଣ ପାଇଁ ପ୍ରଧାନମନ୍ତ୍ରୀ ହେବାର ସୁଯୋଗ ପାଇନାହାନ୍ତି ଶରଦ ପାୱାର? କାରଣ କହିଲେ ମୋଦି

ଏନସିପିର ଅଜିତ ପାୱାର ଓ ୮ ଜଣ ବିଧାୟକ ହଠାତ୍‌ ଶରଦ ପାୱାରଙ୍କୁ ଛାଡ଼ି ମହାରାଷ୍ଟ୍ରର କ୍ଷମତାସୀନ ଏକନାଥ ସିନ୍ଦେ ଓ ବିଜେପି ସରକାର ସହ ହାତ ମିଳାଇଥିଲେ।

author-image
Hemant Lenka
PM Modi

PM Modi

ଏନସିପି ସୁପ୍ରିମୋ ଶରଦ ପାୱାର ଦୀର୍ଘଦିନ ହେଲା ରାଜନୀତିରେ ଥିଲେ ମଧ୍ୟ କ’ଣ ପାଇଁ ପ୍ରଧାନମନ୍ତ୍ରୀ ହେବାର ସୁଯୋଗ ପାଇ ନାହାନ୍ତି, ତା’ର କାରଣ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି। ତାଙ୍କ କହିବା କଥା ଯେ ଶରଦ ପାୱାର କଂଗ୍ରେସର ବଂଶବାଦ ରାଜନୀତି ଯୋଗୁ ପ୍ରଧାନମନ୍ତ୍ରୀ ହେବାର ସୁଯୋଗ ପାଇ ନାହାନ୍ତି।

Advertisment

ଗତମାସରେ ଏନସିପିରେ ବିଭାଜନ ହେବା ପରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଏପରି ବୟାନ ଆଜି ଆସିଛି। ଏନସିପିର ଅଜିତ ପାୱାର ଓ ୮ ଜଣ ବିଧାୟକ ହଠାତ୍‌ ଶରଦ ପାୱାରଙ୍କୁ ଛାଡ଼ି ମହାରାଷ୍ଟ୍ରର କ୍ଷମତାସୀନ ଏକନାଥ ସିନ୍ଦେ ଓ ବିଜେପି ସରକାର ସହ ହାତ ମିଳାଇଥିଲେ।

ଅଜିତ ପାୱାରଙ୍କୁ ଉପ ମୁଖ୍ୟମନ୍ତ୍ରୀ ମଧ୍ୟ ମିଳିଛି। ଏହାପରେ ଶରଦ ପାୱାରଙ୍କୁ ଗୋଟିଏ ମଞ୍ଚରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ ଦେଖିବାକୁ ମିଳିଛି। ବିରୋଧୀ ଇଣ୍ଡିଆ ମେଣ୍ଟ ଗଠନ କରିଥିବା ବେଳେ ଶରଦ ପାୱାର ଏହାର ସକ୍ରିୟ ସଦସ୍ୟ। କିନ୍ତୁ ମୋଦି ଓ ଶରଦ ପାୱାରଙ୍କ ଭେଟଘାଟ ରାଜନୀତିକ ହଟଚମଟ ସୃଷ୍ଟି କରିଥିଲା।

Advertisment

ଏସବୁ ଭିତରେ ଏନଡିଏ ସାଂସଦଙ୍କ ସହ ପ୍ରଧାନମନ୍ତ୍ରୀ ମୋଦି ବୈଠକ କରିଥିଲେ। ଏହି ସମୟରେ ସେ ଶରଦ ପାୱାରଙ୍କ କଥା କହିଛନ୍ତି। ଏଥିସହ ସେ କହିଛନ୍ତି ଯେ କଂଗ୍ରେସ ଓ ଶରଦ ପାୱାର ପ୍ରିୟାପ୍ରୀତି ତୋଷଣ ନୀତିରେ ବିଶ୍ୱାସ କରନ୍ତି। ଏଥିପାଇଁ ସେମାନେ ଅନେକ ଦକ୍ଷ ଲୋକଙ୍କୁ ଆଗକୁ ଛାଡ଼ନ୍ତି ନାହିଁ।

ଉଦ୍ଧବ ଠାକରେଙ୍କ ଶିବସେନାକୁ ସମାଲୋଚନା କରି ମୋଦି କହିଛନ୍ତି, ବିଜେପି ସେମାନଙ୍କ ସହ ମେଣ୍ଟ ଭାଙ୍ଗି ନଥିଲା। ବିନା କାରଣରେ ବିବାଦ ସୃଷ୍ଟି କରାଯାଇଥିଲା। ତଥାପି ଆମେ ସବୁ ସହିଥିଲୁ।

ବେଳେବେଳେ ଆମେ ଏହାକୁ ଅଣଦେଖା କରିଥିଲୁ। ଗୋଟିଏ ପଟେ ଆପଣ କ୍ଷମତାରେ ରହିବେ ଓ ଅନ୍ୟ ପଟେ ସମାଲୋଚନା କରିବେ? ଏହି ଦୁଇଟି ଜିନିଷ କେମିତି ଗୋଟିଏ ସମୟରେ ଚାଲିବ ବୋଲି ମୋଦି ପ୍ରଶ୍ନ କରିଥିବା ଜଣାପଡ଼ିଛି।

ସେ ଏନଡିଏ ସାଂସଦମାନଙ୍କୁ ଆହୁରି କହିଛନ୍ତି ଯେ କ୍ଷମତାରେ ଥିବା ବେଳେ ଯେଉଁମାନେ ଭୁଲ କାମ କରିଥିଲେ, ସେମାନଙ୍କ ଟିକେଟକୁ ସେ ନିଜେ କାଟିଥିଲେ। ୨୦୨୦ ବିହାର ବିଧାନସଭାରେ ଜେଡିୟୁ (୪୩) ବିଜେପି(୭୪) ତୁଳନାରେ କମ ଆସନ ପାଇଥିଲା। ତଥାପି ଆମେ ନୀତୀଶ କୁମାରଙ୍କୁ ମୁଖ୍ୟମନ୍ତ୍ରୀ କରିଥିଲୁ।

ଏନଡିଏ ପାଇଁ ମେଣ୍ଟ ଗୁରୁତ୍ୱ ବହନ କରେ। ସମସ୍ତେ ଏକାଠି ରହିବେ ଓ ପରସ୍ପରକୁ ସମ୍ମାନ କରିବେ। କଂଗ୍ରେସ ଭଳି ବିଜେପି ଅହଂକାରୀ ନୁହେଁ। ତେଣୁ ଏନଡିଏ ଆସନ୍ତାବର୍ଷ ନିର୍ବାଚନ ବିପୁଳ ବହୁମତ ସହ ଜିତବ ବୋଲି ମଧ୍ୟ ମୋଦି କହିଛନ୍ତି।

PM Modi Sharad Pawar