Advertisment

ଅନାସ୍ଥା ପ୍ରସ୍ତାବ: କଂଗ୍ରେସର ଅଧୀର ରଞ୍ଜନ ଚୌଧୁରୀଙ୍କୁ କଟାକ୍ଷ କଲେ ମୋଦି

ଏଥର କାହିଁକି ଅଧୀର ଭାଇ ଚୁପ୍‌ ବସିଛନ୍ତି? କାହିଁକି କଂଗ୍ରେସ ତାଙ୍କୁ ସୁଯୋଗ ଦେଲାନି ବୋଲି ମୋଦି କହିଛନ୍ତି।

adhir ranjan chowdhury

adhir ranjan chowdhury

Advertisment

ଅନାସ୍ଥା ପ୍ରସ୍ତାବ ବିତର୍କ ବେଳେ ଆଜି ପ୍ରଧାନମନ୍ତ୍ରୀ ମୋଦି କଂଗ୍ରେସ ସାଂସଦ ଅଧୀର ରଞ୍ଜନ ଚୌଧୁରୀଙ୍କୁ କଟାକ୍ଷ କରିଛନ୍ତି। ମୋଦି ଭାଷଣ ଦେବା ବେଳେ ଶ୍ରୀ ଚୌଧୁରୀ ମଝିରେ ମଝିରେ ଏହାକୁ ବିରୋଧ କରୁଥିଲେ। ଏଥିରେ ସ୍ମିତ ହାସ୍ୟ ଦେଇ ମୋଦି କହିଛନ୍ତି, “ଗଲାଥର(୨୦୧୮ ଅନାସ୍ଥା ପ୍ରସ୍ତାବ) ଅଧୀର ରଞ୍ଜନ ଗର୍ଜୁଥିଲେ।

Advertisment

ଏଥର କାହିଁକି ଅଧୀର ଭାଇ ଚୁପ୍‌ ବସିଛନ୍ତି? କାହିଁକି କଂଗ୍ରେସ ତାଙ୍କୁ ସୁଯୋଗ ଦେଲାନି? ସେ ଚୁପ୍‌ ଚାପ୍‌ ବସିଛନ୍ତି। କିଛି କହୁନାହାନ୍ତି ଅଧୀର ବାବୁ। ବୋଧେ କୋଲକାତାରୁ କିଛି ଫୋନ୍‌ ଆସିଥିବ। ଅଧୀର ବାବୁଙ୍କ ପ୍ରତି ଆମେ ସମବେଦନା ଜଣାଉଛୁ। ଗତକାଲି ଅମିତ ଭାଇ(ଅମିତ ଶାହ) ମଧ୍ୟ ଅଧୀର ଭାଇଙ୍କ ସମ୍ପର୍କରେ କହିଥିଲେ।” ଏହା ଶୁଣି ଗୃହରେ ଉପସ୍ଥିତ ସବୁ ସାଂସଦ ଠୋ ଠୋ ହୋଇ ହସିଥିଲେ। 

ବିରୋଧୀଙ୍କୁ କଟାକ୍ଷ କରି ସେ କହିଛନ୍ତି, “ବିପକ୍ଷ ଦଳ ଫିଲ୍‌ଡିଂ ସଜାଇଲା। କିନ୍ତୁ ଛକା ଓ ଚୌକା ଏପଟୁ ଲାଗିଲା। ଆପଣ ନୋ ବଲ୍ ନୋ ବଲ୍ ହେଉଥାନ୍ତୁ। ଏଠୁ ସେଞ୍ଚୁରୀ ହେଇଚାଲିଛି। ବିପକ୍ଷଙ୍କୁ ମୁଁ ଏତିକି କହିବେ ଯେ ଆପଣମାନେ ପ୍ରସ୍ତୁତ ହୋଇ କାହିଁକି ଆସୁନାହାନ୍ତି?

Advertisment

୨୦୧୮ରେ ଅନାସ୍ଥା ଆଣିଥିଲେ। ଏହାପରେ ଆଉ ୫ ବର୍ଷ ସମୟ ଦେଲି। ୫ ବର୍ଷ ପରେ ବି ଆପଣ ପ୍ରସ୍ତୁତ ହୋଇପାରିଲେନି। କି ଅବସ୍ଥା। ବିରୋଧୀ ଦଳ ଗୁଡ଼ିକ ସେମାନଙ୍କ ଭବିଷ୍ୟତ କଥା ଚିନ୍ତା କରୁଛନ୍ତି। ସେମାନେ ଭାରତର ଭବିଷ୍ୟତ କଥା ଚିନ୍ତା କରୁ ନାହାନ୍ତି। 

PM Modi Parliament No Confidence Motion
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe