Advertisment

ପ୍ରଧାନମନ୍ତ୍ରୀ ମୋଦି ବିଶ୍ୱର ୧ନଂ ଲୋକପ୍ରିୟ ନେତା

ବିଶ୍ୱସ୍ତରୀୟ ନେତାଙ୍କ ଲୋକପ୍ରିୟତାକୁ ଟ୍ରାକ କରୁଥିବା ଆମେରିକୀୟ ସଂସ୍ଥା ମର୍ଣ୍ଣିଂ କନସଲ୍ଟ ଏପରି ରିପୋର୍ଟ ଦେଇଛି।

author-image
Hemant Lenka
PM Modi

PM Modi

ପୂରା ବିଶ୍ୱରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପୁଣିଥରେ ସବୁଠାରୁ ଲୋକପ୍ରିୟ ନେତା ହେବାର ରେକର୍ଡ କରିଛନ୍ତି। ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କ ଠାରୁ ଆରମ୍ଭ କରି ବ୍ରିଟେନ ପ୍ରଧାନମନ୍ତ୍ରୀ ଋଷି ସୁନକଙ୍କ ଭଳି ବଡ଼ବଡ଼ ଦେଶର ନେତାଙ୍କୁ ପଛରେ ପକାଇ ମୋଦି ୧ନଂ ସ୍ଥାନରେ ରହିଛନ୍ତି।

Advertisment

ବିଶ୍ୱସ୍ତରୀୟ ନେତାଙ୍କ ଲୋକପ୍ରିୟତାକୁ ଟ୍ରାକ କରୁଥିବା ଆମେରିକୀୟ ସଂସ୍ଥା ମର୍ଣ୍ଣିଂ କନସଲ୍ଟ ଏପରି ରିପୋର୍ଟ ଦେଇଛି। ପୂର୍ବରୁ ମଧ୍ୟ ସଂସ୍ଥା ଦେଇଥିବା ରିପୋର୍ଟରେ ମୋଦି ହିଁ ୧ନଂ ସ୍ଥାନରେ ରହିଥିଲେ।

ରିପୋର୍ଟରେ କୁହାଯାଇଛି ଯେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଆପ୍ରୁଭାଲ ରେଟିଂ ପଏଣ୍ଟ ୭୬% ରହିଛି। ତାଲିକାର ଦ୍ୱିତୀୟ ସ୍ଥାନରେ ଥିବା ସ୍ୱିଜରଲ୍ୟାଣ୍ଡର ରାଷ୍ଟ୍ରପତି ଆଲାଇନ ବ୍ରେସେଟଙ୍କ ଠାରୁ ମୋଦିଙ୍କୁ ରେଟିଂ ପଏଣ୍ଟ ୧୨% ଅଧିକ। ତାଙ୍କ ରେଟିଂ ପଏଣ୍ଟ ୬୪% ରହିଛି।

Advertisment

ପୂର୍ବରୁ ଦ୍ୱିତୀୟ ସ୍ଥାନରେ ଥିବା ମେକ୍ସିକୋ ରାଷ୍ଟ୍ରପତି ଆଣ୍ଡ୍ରେସ ମାନ୍ୟୁଏଲ ଲୋପେଜ ଓବ୍ରାଡୋ ଗୋଟିଏ ସ୍ଥାନ ତଳକୁ ଖସି ତୃତୀୟରେ ରହିଛନ୍ତି। ତାଙ୍କ ରେଟିଂ ପଏଣ୍ଟ ୬୧% ରହିଛି।

ସେପ୍ଟେମ୍ବର ୬ରୁ ୧୨ ମଧ୍ୟରେ ସଂଗ୍ରହ କରାଯାଇଥିବା ତଥ୍ୟକୁ ଆଧାର କରି ରିପୋର୍ଟ ପ୍ରକାଶ କରାଯାଇଥିବା ସଂସ୍ଥା କହିଛି। ପୂର୍ବରୁ ମଧ୍ୟ ସଂସ୍ଥା ପ୍ରକାଶ କରୁଥିବା ରିପୋର୍ଟରେ ସବୁବେଳେ ମୋଦି ହିଁ ୧ନଂ ସ୍ଥାନରେ ରହି ଆସୁଛନ୍ତି। ଏଥର ମୋଦିଙ୍କ ଡିସଆପ୍ରୁଭାଲ ବା ଗ୍ରହଣୀୟ ନୁହନ୍ତି ପଏଣ୍ଟ ସଂଖ୍ୟା ମାତ୍ର ୧୮%। ଏହା ବିଶ୍ୱର ସବୁ ନେତାଙ୍କ ଠାରୁ କମ।

ଟପ୍ ୧୦ରେ ଥିବା କାନାଡା ପ୍ରଧାନମନ୍ତ୍ରି ଜଷ୍ଟିନ ଟ୍ରୁଡୋଙ୍କ ଡିସ ଆପ୍ରୁଭାଲ ପଏଣ୍ଟ ସବୁଠାରୁ ଅଧିକ ୫୮% ରହିଛି। ତାଙ୍କ ଆପ୍ରୁଭାଲ ପଏଣ୍ଟ ହେଉଛି ୩୭%।

ତାଲିକାରେ ମୋଟ ୨୨ ଜଣ ନେତା ରହିଛନ୍ତି। ଶେଷ ରାଜନେତା ଜଣଙ୍କ ହେଲେ ଦକ୍ଷିଣ କୋରିଆର ରାଷ୍ଟ୍ରପତି ୟୋନ ସୁକ ୟେଓଲ। ତାଙ୍କ ଆପ୍ରୁଭାଲ ରେଟିଂ ୨୦% ରହିଛି। ତାଙ୍କ ସହ ସମାନ ଆପ୍ରୁଭାଲ ରେଟିଂ ପଏଣ୍ଟ ସହ ଚେକ ଗଣରାଜ୍ୟର ରାଷ୍ଟ୍ରପତି ପିଟର ପାଭେଲ ମଧ୍ୟ ସବୁଠାରୁ ଶେଷରେ ଅଛନ୍ତି।

ବିଶ୍ୱ ଲୋକପ୍ରିୟତା ତାଲିକାର ୪ର୍ଥ ସ୍ଥାନରେ ବ୍ରାଜିଲର ଲୁଲା ଡା ସିଲିଭା, ୫ମରେ ଅଷ୍ଟ୍ରେଲିଆର ଆନ୍ଥୋନୀ ଆଲବାନେସ, ୬ଷ୍ଠରେ ଇଟାଲୀର ଜର୍ଜିଆ ମେଲୋନି, ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ୪୦% ରେଟିଂ ପଏଣ୍ଟ ସହ ୭ମ ସ୍ଥାନରେ, ୮ମରେ ସ୍ପେନର ପେଣ୍ଡ୍ରୋ ସାଞ୍ଜେଜ ଓ ୯ମରେ ଆୟର୍ଲ୍ୟାଣ୍ତର ଲିଓ ଭାରାଡକର ରହିଛନ୍ତି।

୨୦୨୧ ନଭେମ୍ବର ମାସରେ ମଧ୍ୟ ମୋଦି ଏହି ତାଲିକାରେ ୧ ନଂ ସ୍ଥାନରେ ଥିଲେ। ତାଙ୍କ ରେଟିଂ ପଏଣ୍ଟ ୬୬% ଥିଲା। ହେଲେ ଏବେ ତାଙ୍କ ଲୋକପ୍ରିୟତା ୭୬%କୁ ବୃଦ୍ଧି ପାଇଛି। ମର୍ଣ୍ଣିଂ କନସଲ୍ଟ ଅଷ୍ଟ୍ରେଲିଆ, ବ୍ରାଜିଲ, କାନାଡା, ଫ୍ରାନ୍ସ, ଜର୍ମାନୀ, ଇଣ୍ଡିଆ, ଇଟାଲୀ, ଜାପାନ, ମେକ୍ସିକୋ, ଦକ୍ଷିଣ କୋରିଆ, ସ୍ପେନ, ବ୍ରିଟେନ ଓ ଆମେରିକା ଭଳି ଦେଶର ନେତାମାନଙ୍କ ଲୋକପ୍ରିୟତାକୁ ଟ୍ରାକ କରି ରିପୋର୍ଟ ପ୍ରକାଶ କରିଛି।

ସମାନ ସଂସ୍ଥା ୨୦୨୦ ମେ’ ମାସରେ ପ୍ରଧାନମନ୍ତ୍ରୀଙ୍କ ଲୋକପ୍ରିୟତା ୮୪%ରେ ପହଞ୍ଚିଥିବା କହିଥିଲା। ୨୦୨୧ ମେ’ ମାସରେ ଏହା ୬୩%କୁ ଖସିଥିଲା।

PM Modi