/odisha-reporter/media/post_attachments/uploadimage/library/16_9/16_9_0/PM_Modi_1755854482.jpg)
PM Modi
ନିର୍ବାଚନ ପାଇଁ ପ୍ରସ୍ତୁତ ହେଉଥିବା ବିହାରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୧୩ ହଜାର କୋଟି ଟଙ୍କା ମୂଲ୍ୟର ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାଶ ଓ ଉଦଘାଟନ କରିଛନ୍ତି। ବିଜୁଳି, ରାସ୍ତା, ସ୍ୱାସ୍ଥ୍ୟ, ସହରୀ ଭିତ୍ତିଭୂମି ଓ ଜଳ ଯୋଗାଣ ସହ ଏହି ୧୩ ହଜାର କୋଟି ଟଙ୍କାର ପ୍ରକଳ୍ପ ଜଡ଼ିତ। ଏହି ସମୟରେ ସେ ବିରୋଧୀଙ୍କୁ କଟାକ୍ଷ କରିବାକୁ ଆଦୌ ଭୁଲି ନାହାନ୍ତି। ବୁଧବାର ସଂସଦରେ ଆଗତ ହୋଇ ଜେପିସି ପାଖକୁ ଯାଇଥିବା ସମ୍ବିଧାନ ସଂଶୋଧନ ବିଲର ଓକିଲାତି କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି।
#WATCH | PM Narendra Modi says, "... If a government employee is imprisoned for 50 hours, then he loses his job automatically, be it a driver, a clerk or a peon. But a CM, a Minister, or even a PM can enjoy staying in the government even from jail... Some time ago, we saw how… pic.twitter.com/1iY1hXr3Xp
— ANI (@ANI) August 22, 2025
ସଂସଦୀୟ ଭାଷାରେ ବୁଧବାର ଗୃହରେ ୧୩୦ତମ ସମ୍ବିଧାନ ସଂଶୋଧନ ବିଲ୍ ଆଗତ କରାଯାଇଥିଲା। ଏହି ବିଲ୍ରେ ବ୍ୟବସ୍ଥା ଅଛି ଯେ ଭାରତୀୟ ଗଣତନ୍ତ୍ରକୁ ସ୍ୱଚ୍ଛ ଓ ନିର୍ମଳ କରିବା ପାଇଁ ଲୋକପ୍ରତିନିଧିମାନେ ସେହିପରି ହେବା ଦରକାର। ସେହି ଉଦ୍ଦେଶ୍ୟରେ ପ୍ରଧାନମନ୍ତ୍ରୀ, ମୁଖ୍ୟମନ୍ତ୍ରୀ ଓ ମନ୍ତ୍ରୀମାନେ ୫ ବର୍ଷର କାରାଦଣ୍ଡ ଭୋଗିବାର ବ୍ୟବସ୍ଥା ଥିବା ଅପରାଧ ଅଭିଯୋଗରେ ଲଗାତାର ୩୦ ଦିନ ଜେଲ୍ରେ ରହିଲେ ତାଙ୍କୁ ପଦରୁ ବହିଷ୍କାର କରାଯିବ।
#WATCH | Gaya Ji, Bihar | PM Narendra Modi flags off two trains. Amrit Bharat Express between Gaya and Delhi, and the Buddhist Circuit Train between Vaishali and Koderma, which will give a boost to tourism and religious travel across key Buddhist sites in the region.
Source: DD pic.twitter.com/IvJLvebVq2
— ANI (@ANI) August 22, 2025
ଏହାକୁ ବିରୋଧୀ ଜୋରଦାର ବିରୋଧ କରୁଥିବାରୁ ପ୍ରଧାନମନ୍ତ୍ରୀ ମୋଦି ଆଜି ସେମାନଙ୍କୁ ସମାଲୋଚନା କରିଛନ୍ତି। ଗୟାରେ ଆୟୋଜିତ ଗୋଟିଏ ସାଧାରଣ ସଭାରେ ପ୍ରଧାନମନ୍ତ୍ରୀ ମୋଦି ବିରୋଧୀଙ୍କୁ ଟାର୍ଗେଟ କରି ଜଣେ ସରକାର କର୍ମଚାରୀ ୫୦ ଘଣ୍ଟା ଜେଲରେ ରହିଗଲେ ନିଲମ୍ବିତ ହେଉଥିବା ବେଳେ କେମିତି ଜେଲରେ ରହି ମୁଖ୍ୟମନ୍ତ୍ରୀମାନେ କାମ କରିବେ ବୋଲି ପ୍ରଶ୍ନ କରିଛନ୍ତି।
#WATCH | PM Narendra Modi says, "... Remember the condition here during the rule of lantern (RJD). This region was in the clutches of red terror. Cities like Gaya Ji were in darkness during the rule of 'lantern' (RJD)... They had pushed the entire state into darkness. There was… pic.twitter.com/bOxR8Zx4tW
— ANI (@ANI) August 22, 2025
ସେ କହିଛନ୍ତି, “ଯଦି ଜଣେ ସରକାରୀ କର୍ମଚାରୀ ୫୦ ଘଣ୍ଟା ପାଇଁ ଜେଲ ଯାଉଛନ୍ତି, ତା’ହେଲେ ସେ ଆପେଆପେ ଚାକିରି ହରାଉଛନ୍ତି। ସେ ଡ୍ରାଇଭର, କ୍ଲର୍କ କିମ୍ବେ ପିଓନ ହୋଇଥାଆନ୍ତୁ ପଛେ, ତାଙ୍କର ଚାକିରି ଚାଲି ଯାଉଛି। କିନ୍ତୁ ଜଣେ ମୁଖ୍ୟମନ୍ତ୍ରୀ, ଜଣେ ମନ୍ତ୍ରୀ ଏପରି କି ଜଣେ ପ୍ରଧାନମନ୍ତ୍ରୀ ଜେଲରେ ଥାଇ ମଧ୍ୟ ସରକାର ଚଳାଉଛନ୍ତି। ଜେଲରୁ କେମିତି ଫାଇଲ ଦସ୍ତଖତ ହେଉଛି ଓ ସରକାର ଜେଲରୁ କେମିତି ନିର୍ଦ୍ଦେଶ ଦେଉଛନ୍ତି, ସେସବୁ କିଛି ଦିନ ତଳେ ଆମେ ସମସ୍ତେ ଦେଖିଥିଲେ ଯେ ଯଦି ନେତାମାନଙ୍କର ଏପରି ବ୍ୟବହାର ଜାରି ରହିବ, ତା’ହେଲେ ଆମେ କେମିତି ଦୁର୍ନୀତି ବିରୋଧରେ ଲଢ଼ିବୁ? ଏନଡିଏ ସରକାର ଦୁର୍ନୀତି ବିରୋଧରେ ଗୋଟିଏ ଆଇନ ଆଣିଛି। ଏହା ଅଧୀନରେ ପ୍ରଧାନମନ୍ତ୍ରୀ ମଧ୍ୟ ରହିଛନ୍ତି। ତଥାପି ବିରୋଧୀ ଏହାକୁ ବିରୋଧ କରୁଛନ୍ତି।”
#WATCH | PM Narendra Modi says, "A Congress CM had said that he will not let people of Bihar enter his state. No one can forget Congress' hate for the people of Bihar. Despite seeing the Congress' misbehaviour with the people of Bihar, the RJD were in deep sleep... NDA is working… pic.twitter.com/DpizhM1ZGZ
— ANI (@ANI) August 22, 2025
ପ୍ରଧାନମନ୍ତ୍ରୀ ଅଭିଯୋଗ କରିଛନ୍ତି ଯେ କଂଗ୍ରେସ, ଆରଜେଡି ଓ ବାମପନ୍ଥୀ ଭଳି ଦଳଗୁଡ଼ିକ ଉତ୍ତରଦାୟିତ୍ୱ ନିଶ୍ଚିତ କରିବାକୁ ଚାହୁଁ ନଥିବାରୁ ନୂଆ ଆଇନକୁ ବିରୋଧ କରୁଛନ୍ତି। ମୋଦି କହିନ୍ତି, “ରାଜେନ୍ଦ୍ର ବାବୁଙ୍କ ଭଳି ଆମର ପୂର୍ବପୁରୁଷମାନେ କେବେ ହେଲେ ଭାବି ନଥିଲେ ଯେ ଜେଲରେ ଥିବା ଲୋକମାନେ ସାମ୍ବିଧାନିକ ପଦପଦବୀରେ ରହିବେ। କଂଗ୍ରେସ, ଆରଜେଡି ଓ ବାମପନ୍ଥୀ ଭଳି ଦଳଗୁଡ଼ିକ ଯାଞ୍ଚ ପାଇଁ ଡରୁଛନ୍ତି। ସେମାନେ ଭୁଲ କରିଥିବାରୁ ପରିଣାମକୁ ଭୟ କରୁଛନ୍ତି। ନିର୍ବାଚନୀ ଲଢ଼େଇ ଜିତିବାରୁ ସେମାନେ ଅନୁପ୍ରବେଶକୁ ସମର୍ଥନ କରୁଛନ୍ତି।
#WATCH | PM Narendra Modi says, "Bihar is the land of Chanakya and Chandragupta Maurya. Bihar has stood as the backbone of the country at all times. Every resolve made on this pious land is the strength of the country and doesn't go in vain. When the Pahalgam terror attack… pic.twitter.com/ODprV05ROC
— ANI (@ANI) August 22, 2025
ଅନୁପ୍ରବେଶକୁ ନେଇ ମୁଁ ପୂର୍ବରୁ ମଧ୍ୟ ଚିନ୍ତା ପ୍ରକଟ କରିଥିଲି। ଆମେ ସେମାନଙ୍କୁ ଏଠାରେ ରହିବାକୁ ଓ ଆମ ଦେଶର ଯୁବକଙ୍କ ଅଧିକାରକୁ ଛଡ଼ାଇ ନେବାକୁ ଅନୁମତି ଦେଇ ପାରିବା ନାହିଁ। ସେମାନଙ୍କୁ ଚିହ୍ନଟ କରିବା ଆମ କାମ। କଂଗ୍ରେସ ଓ ଆରଜେଡି ସେଭଳି ଅନୁପ୍ରବେଶକାରୀଙ୍କୁ ସମର୍ଥନ କରୁଛନ୍ତି। ସେମାନେ ତୁଷ୍ଟୀକରଣ ଓ ଭୋଟ ବ୍ୟାଙ୍କ କଥା ଚିନ୍ତା କରୁଛନ୍ତି। ବିହାରର ଲୋକମାନେ ଅନୁପ୍ରବେଶ ପ୍ରତି ସତର୍କ ରୁହନ୍ତୁ।”
#WATCH | Gaya Ji, Bihar | PM Narendra Modi symbolically hands over keys to a few beneficiaries as part of the Grih Pravesh ceremony of 12,000 rural beneficiaries under PMAY-Gramin and 4,260 beneficiaries under PMAY-Urban.
Source: DD pic.twitter.com/GaefIbH7nd
— ANI (@ANI) August 22, 2025
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
