Advertisment

ବିଜେପିମୟ ହେଲା ହିନ୍ଦୀ ହାର୍ଟଲ୍ୟାଣ୍ଡ: ବିକାଶର ରାଜନୀତି କଥା କହିଲେ ମୋଦି

୨୦୧୮ ବିଧାନସଭା ନିର୍ବାଚନରେ ଦେଶର ୩ ହିନ୍ଦୀ ହାର୍ଟଲ୍ୟାଣ୍ଡ- ମଧ୍ୟପ୍ରଦେଶ, ରାଜସ୍ଥାନ ଓ ଛତିଶଗଡ଼ରେ ବିଜୟ ବାନା ଉଡ଼ାଇଥିଲା କଂଗ୍ରେସ।

BJP

BJP

Advertisment

୨୦୧୮ରେ କଂଗ୍ରେସ ଯେଉଁ ସଫଳତା ପାଇଥିଲା, ତା’କୁ ୨୦୨୩ରେ ଦୋହରାଇଛି ବିଜେପି। ୨୦୧୮ ବିଧାନସଭା ନିର୍ବାଚନରେ ଦେଶର ୩ ହିନ୍ଦୀ ହାର୍ଟଲ୍ୟାଣ୍ଡ- ମଧ୍ୟପ୍ରଦେଶ, ରାଜସ୍ଥାନ ଓ ଛତିଶଗଡ଼ରେ ବିଜୟ ବାନା ଉଡ଼ାଇଥିଲା କଂଗ୍ରେସ। ଅବଶ୍ୟ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ବିଦ୍ରୋହ ଯୋଗୁ ମଧ୍ୟପ୍ରଦେଶରେ କଂଗ୍ରେସ ବର୍ଷକ ପରେ ଗାଦିଚ୍ୟୁତ ହୋଇଥିଲା। କିନ୍ତୁ ବିଧାନସଭା ନିର୍ବାଚନରେ ଦଳ ରାଜସ୍ଥାନ ଓ ଛତିଶଗଡ଼ ଭଳି ମଧ୍ୟପ୍ରଦେଶରେ ମଧ୍ୟ ଆବଶ୍ୟକ ସଂଖ୍ୟା ହାସଲ କରିଥିଲା।

Advertisment

ଏହାର ୫ ବର୍ଷ ଅର୍ଥାତ ୨୦୨୩ରେ ବିଜେପିମୟ ହୋଇଛି ହିନ୍ଦୀ ହାର୍ଟଲ୍ୟାଣ୍ଡ। ମଧ୍ୟପ୍ରଦେଶରେ ବିଜେପି କ୍ଷମତା ବଜାୟୀ ରଖିବା ସହ କଂଗ୍ରେସ ହାତରୁ ରାଜସ୍ଥାନ ଓ ଛତିଶଗଡ଼ ଛଡ଼ାଇ ଆଣିବାକୁ ସକ୍ଷମ ହୋଇଛି। ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ସେମି ଫାଇନାଲ ଲଢ଼େଇରେ ବିଜେପି ୩-୧ରେ ଜିତି ଫାଇନାଲ ପାଇଁ ନିଜକୁ ପ୍ରସ୍ତୁତ କରିଛି। କଂଗ୍ରେସ କେବଳ ତେଲେଙ୍ଗାନାରେ ସାନ୍ତ୍ୱନାମୂଳକ ବିଜୟ ପାଇଛି।

ବିଜେପିର ୩-୧ ବିଜୟ ପରେ ଖୁସିରେ ଗଦଗଦ ହୋଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ସେ ସମସ୍ତଙ୍କୁ ଧନ୍ୟବାଦ ଓ କୃତଜ୍ଞତା ଜଣାଇ ବିଜେପି ନିରବଚ୍ଛିନ୍ନ ଭାବେ ସମସ୍ତଙ୍କ କଲ୍ୟାଣ ପାଇଁ କାମ କରିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି।

Advertisment

ମୋଦି କହିଛନ୍ତି, “ଜନତା ଜନାର୍ଦ୍ଦନଙ୍କୁ ନମସ୍କାର। ମଧ୍ୟପ୍ରଦେଶ, ରାଜସ୍ଥାନ ଓ ଛତିଶଗଡ଼ରେ ନିର୍ବାଚନର ରେଜଲ୍ଟ ଦର୍ଶାଉଛି ଯେ ଭାରତର ଜନତାଙ୍କ ଭରସା କେବଳ ସୁଶାନ ଓ ବିକାଶର ରାଜନୀତିକ ଉପରେ ରହିଛି। ସେମାନଙ୍କ ଭରସା ବିଜେପି ଉପରେ ରହିଛି। ବିଜେପି ଉପରେ ଆପଣମାନଙ୍କ ସେହ୍ନ, ବିଶ୍ୱାସ ଓ ଆଶୀର୍ବାଦ ପାଇଁ ମୁଁ ସବୁ ରାଜ୍ୟର ପରିବାର ବିଶେଷ କରି ମା’, ଭଉଣୀ ଓ ଝିଅମାନଙ୍କୁ, ଆମର ଯୁବ ଭୋଟର୍ସଙ୍କୁ ହୃଦୟରୁ ଧନ୍ୟବାଦ ଜଣାଉଛି। ମୁଁ ସେମାନଙ୍କୁ ଭରସା ଦେଉଛି ଯେ ଆପଣମାନଙ୍କ କଲ୍ୟାଣ ପାଇଁ ଆମେ ସବୁବେଳେ ନିରବଚ୍ଛନ ଭାବେ କାମ କରି ଚାଲିବୁ।

ଏହି ଅବସରରେ ପାର୍ଟିର ସମସ୍ତ ପରିଶ୍ରମୀ କର୍ମକର୍ତ୍ତାଙ୍କୁ ବିଶେଷ ଭାଗେ ଧନ୍ୟବାଦ ଜଣାଉଛି। ଆପଣମାନେ ସମସ୍ତେ ଅଦ୍ଭୂତ ଉଦାହରଣ ସୃଷ୍ଟି କରିଛନ୍ତି। ବିଜେପିର ବିକାଶ ଓ ଗରିବ କଲ୍ୟାଣ ନୀତିକୁ ଆପଣମାନେ ହିଁ ଲୋକଙ୍କ ପାଖରେ ପହଞ୍ଚାଇଛନ୍ତି। ଏହାର ପ୍ରଶଂସା ଯେତେ କଲେ ବି କମ ପଡ଼ିବ।

ଆମେ ବିକଶିକ ଭାରତର ଲକ୍ଷ୍ୟ ନେଇ ଆଗକୁ ବଢ଼ୁଛୁ। ଆମେ ରହିବା ନାହିଁ କିମ୍ବା ଥକିବା ନାହିଁ। ଭାରତକୁ ବିଜୟୀ କରିବାର ଅଛି। ଆଜି ସେହି ଦିଗରେ ଆମେ ମିଳିତ ଭାବେ ଶକ୍ତ ପଦକ୍ଷେପ ନେଇଛୁ।”

ତେଲେଙ୍ଗାନାରେ ବିଜେପି ୧୦ରୁ କମ ଆସନ ଜିତିଥିଲେ ମଧ୍ୟ ପ୍ରଧାନମନ୍ତ୍ରୀ ମୋଦି ସେଠାକାର ଲୋକଙ୍କୁ ମଧ୍ୟ ଧନ୍ୟବାଦ ଜଣାଇଛନ୍ତି।

PM Modi Election Election Results
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe