Advertisment

ଐତିହାସିକ ମୁହୂର୍ତ୍ତ: ଦେଶବାସୀଙ୍କୁ ଧନ୍ୟବାଦ ଜଣାଇଲେ ମୋଦି

ବର୍ତ୍ତମାନ ସୁଦ୍ଧା ଏନଡିଏ ୨୯୦ଟି ଆସନରେ ଆଗରେ ଥିବା ବେଳେ ଇଣ୍ଡିଆ ୨୩୫ ଓ ଅନ୍ୟାନ୍ୟ ଦଳ ୨୮ଟି ଆସନ ଜିତିବାର ଯଥେଷ୍ଟ ସମ୍ଭାବନା ରହିଛି।

author-image
Hemant Lenka
PM Modi

PM Modi

ବିଜେପି ନେତୃତ୍ୱାଧୀନ ଏନଡିଏକୁ କ୍ରମାଗତ ତୃତୀୟ ଥର ବିଜୟୀ କରାଇଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କୁ ଧନ୍ୟବାଦ ଜଣାଇଛନ୍ତି। ବିଜେପି ଏଥରର ୪୦୦ ପାର ନାରା ଦେଇ ନିର୍ବାଚନ ଲଢ଼ୁଥିଲା। କିନ୍ତୁ ଏନଡିଏ ୩୦୦ ଆସନ ଜିତିବାକୁ ସଂଘର୍ଷ କରୁଛି। ସେହିପରି ବିଜେପି ଏକାକୀ ମଧ୍ୟ ମ୍ୟାଜିକ ନମ୍ବର ୨୭୨ ଆସନ ହାସଲ କରିପାରି ନାହିଁ।

Advertisment

ବର୍ତ୍ତମାନ ସୁଦ୍ଧା ଏନଡିଏ ୨୯୦ଟି ଆସନରେ ଆଗରେ ଥିବା ବେଳେ ଇଣ୍ଡିଆ ୨୩୫ ଓ ଅନ୍ୟାନ୍ୟ ଦଳ ୨୮ଟି ଆସନ ଜିତିବାର ଯଥେଷ୍ଟ ସମ୍ଭାବନା ରହିଛି। ଯଦି ଏନଡିଏ ମେଣ୍ଟରେ ଥିବା କୌଣସି ଦଳ ସମର୍ଥନ ପ୍ରତ୍ୟାହାର କରି ନିଅନ୍ତି, ତା’ହେଲେ ମୋଦି ଆଉ ପ୍ରଧାନମନ୍ତ୍ରୀ ହୋଇପାରିବେ ନାହିଁ। ତଥାପି ମୋଦି ଏନଡିଏ ତୃତୀୟ ଥର ପାଇଁ କ୍ଷମତା ଦଖଲ କରିଥିବା ଦାବି କରିଛନ୍ତି।

ସେ କହିଛନ୍ତି, “ଲୋକମାନେ ଏନଡିଏ ଉପରେ କ୍ରମାଗତ ତୃତୀୟଥର ପାଇଁ ବିଶ୍ୱାସ ସ୍ଥାପନ କରିଛନ୍ତି। ଏହା ଭାରତ ଇତିହାସ ପାଇଁ ଐତିହାସିକ ମୁହୂର୍ତ୍ତ। ଏପରି ଭଲ ପାଇବା ପାଇଁ ମୁଁ ଜନତା ଜନାର୍ଦନଙ୍କ ପାଖରେ ନତମସ୍ତକ ହେଉଛି ଓ ବିଗତ ଗୋଟିଏ ଦଶନ୍ଧି ଧରି ଜାରି ରହିଥିବା ଭଲ କାମ ଆଗକୁ ମଧ୍ୟ ଜାରି ରହିବ ବୋଲି ପ୍ରତିଶ୍ରୁତି ଦେଉଛି। ମୁଁ ଆମର ସମସ୍ତ କାର୍ଯ୍ୟକର୍ତ୍ତାଙ୍କ କଠିନ ପରିଶ୍ରମକୁ ସାଲ୍ୟୁଟ କରୁଛି। ଏହିତ ଶବ୍ଦ ମଧ୍ୟ ସେମାନଙ୍କ ପାଇଁ କମ ପଡ଼ିବ।”

Advertisment

ପ୍ରଧାନମନ୍ତ୍ରୀ ମୋଦି କ୍ରମାଗତ ତୃତୀୟଥର ପାଇଁ ବାରାଣସୀ ଆସନରୁ ବିଜୟୀ ହୋଇଛନ୍ତି। ୨୦୧୪ ଓ ୨୦୧୯ରେ ମୋଦି ୪ ଲକ୍ଷରୁ ଅଧିକ ଭୋଟ ବ୍ୟବଧାନରେ ଜିତିଥିଲେ। କିନ୍ତୁ ଏଥର ସେ ମାତ୍ର ୧.୫ ଲକ୍ଷ ଭୋଟରେ ବିଜୟୀ ହୋଇଛନ୍ତି।

PM Modi Election Election Results LokSabhaElectionResults2024 Lok Sabha Election Results