Advertisment

ନିର୍ବାଚନୀ ବଣ୍ଡ ଅସାମ୍ବିଧାନିକ: ମୋଦି କହିଲେ- ସମସ୍ତେ ଅନୁତାପ କରିବେ

କଳା ଟଙ୍କା ବିରୋଧରେ ଲଢ଼େଇ କରିବା ନାଁରେ ମୋଦି ସରକାର ନିର୍ବାଚନୀ ବଣ୍ଡ ଲାଗୁ କରିଥିବା କହିଥିଲେ। ହେଲେ ବିଜେପି ନିର୍ବାଚନୀ ବଣ୍ଡ ଜରିଆରେ ସବୁଠାରୁ ଅଧିକ ଚାନ୍ଦା ପାଇଥିଲା। ଏହାକୁ ବିରୋଧୀ ମୁଖ୍ୟ ପ୍ରସଙ୍ଗ କରିଛନ୍ତି।

PM Modi

PM Modi

Advertisment

ରାଜନୀତିକ ଦଳଗୁଡ଼ିକ ନିର୍ବାଚନୀ ବଣ୍ଡ ଜରିଆରେ ନେଉଥିବା ଚାନ୍ଦାକୁ ଅସାମ୍ବିଧାନକ କହିବା ସହ ଏହାକୁ ରଦ୍ଦ କରିଥିଲେ ସୁପ୍ରିମକୋର୍ଟ। ଏହାକୁ ନେଇ ବିରୋଧୀ କେନ୍ଦ୍ରରେ କ୍ଷମତାସୀନ ବିଜେପିକୁ ଟାର୍ଗେଟ କରୁଥିବା ବେଳେ ଆଜି ଏହା ଉପରେ ପ୍ରତିକ୍ରିୟା ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ସମସ୍ତେ ଏଥିପାଇଁ ଅନୁତାପ କରିବେ। କାରଣ ଏଥିରେ ସ୍ୱଚ୍ଛତା ରହିଥିଲା। ଦେଶକୁ ଏହା କଳା ଟଙ୍କା ଆଡ଼କୁ ସଂପୂର୍ଣ୍ଣ ଭାବେ ଠେଲି ଦେଇଥିବା ମୋଦି କହିଛନ୍ତି।

Advertisment

କଳା ଟଙ୍କା ବିରୋଧରେ ଲଢ଼େଇ କରିବା ନାଁରେ ମୋଦି ସରକାର ନିର୍ବାଚନୀ ବଣ୍ଡ ଲାଗୁ କରିଥିବା କହିଥିଲେ। ହେଲେ ବିଜେପି ନିର୍ବାଚନୀ ବଣ୍ଡ ଜରିଆରେ ସବୁଠାରୁ ଅଧିକ ଚାନ୍ଦା ପାଇଥିଲା। ଏହାକୁ ବିରୋଧୀ ମୁଖ୍ୟ ପ୍ରସଙ୍ଗ କରିଛନ୍ତି।

ମୋଦି କହିଛନ୍ତି,“ବଣ୍ଡକୁ ନେଇ ବିରୋଧୀ ମିଥ୍ୟାର ପ୍ରଚାର କରୁଛନ୍ତି। ନିର୍ବାଚନରେ କଳା ଟଙ୍କାର ବ୍ୟବହାର ରୋକିବାକୁ ଏହି ସ୍କିମ ଆସିଥିଲା। ଆମ ଦେଶରେ ଦୀର୍ଘ ବର୍ଷ ହେଲା ଗୋଟିଏ ଆଲୋଚନା ଚାଲିଛି ଯେ ନିର୍ବାଚନରେ କଳା ଟଙ୍କାର ବ୍ୟବହାର ଅତ୍ୟନ୍ତ ବିପଦଜନକ। ଟଙ୍କା ନିର୍ବାଚନରେ ବ୍ୟବହାର ହେଉଛି। କେହି ଏହାକୁ ମନା କରିପାରିବେ ନାହିଁ।

Advertisment

ମୋ ଦଳ ମଧ୍ୟ ଟଙ୍କା ଖର୍ଚ୍ଚ କରୁଛି। ସବୁ ଦଳ ଓ ସବୁ ପ୍ରାର୍ଥୀ ଖର୍ଚ୍ଚ କରୁଛନ୍ତି। ଏହି ଟଙ୍କା ଲୋକଙ୍କ ଠାରୁ ନିଆଯାଉଛି। ମୁଁ କିଛି କରିବାକୁ ଚେଷ୍ଟା କରିଥିଲି। ଆମ ନିର୍ବାଚନ କେମିତି କଳା ଟଙ୍କାରୁ ମୁକ୍ତ ହେବ? ଚାନ୍ଦା ଦେଉଥିବା ଲୋକଙ୍କ କ୍ଷେତ୍ରରେ କେମିତି ସ୍ୱଚ୍ଛତା ରହିବ? ସେକଥା ମୋ ମୁଣ୍ଡରେ ଥିଲା। ଆମେ ଗୋଟିଏ ରାସ୍ତା ବାହାର କରିବାକୁ ଚାହିଁଥିଲୁ। ଆମେ ଗୋଟିଏ ଛୋଟିଆ ବାଟ ପାଇଥିଲୁ। କେବେ କହି ନାହୁଁ ଯେ ଏହା ପୂରା ଠିକ।”

ମୋଦି ଆହୁରି କହିଛନ୍ତି ଯେ ୧୬ଟି କମ୍ପାନୀ ମନି ଲଣ୍ଡରିଂ ମାମଲାରେ ଫସିବା ପରେ ନିର୍ବାଚନୀ ବଣ୍ତ ଜରିଆରେ ଚାନ୍ଦା ଦେଇଥିଲେ। ସେମାନେ ଦେଇଥିବା ମୋଟ ଟଙ୍କାର ୬୩% ଅନ୍ୟ ଦଳଗୁଡ଼ିକୁ ଯାଇଥିବା ମୋଦି କହିଛନ୍ତି।

ବିରୋଧୀଙ୍କୁ ଟାର୍ଗେଟ କରି ମୋଦି କହିଛନ୍ତି, “ବିରୋଧୀଙ୍କୁ ଚାନ୍ଦା ଯୋଗାଇ ଦେବା କାମ ବିଜେପି କରିବ କି ? ୬୩% ଅର୍ଥ ସେମାନଙ୍କ ପାଖକୁ ଯାଇଛି। ତଥାପି ସେମାନେ ଆମ ବିରୋଧରେ ଅଭିଯୋଗ ଆଣୁଛନ୍ତି?

ନିର୍ବାଚନୀ ବଣ୍ଡର ସଫଳତା ଅନେକ। ନିର୍ବାଚନୀ ବଣ୍ଡ ଥିବାରୁ କେଉଁ କମ୍ପାନୀ, କେବେ, କେତେ ଟଙ୍କା ଓ କାହାକୁ ଦେଇଛି ବୋଲି ଜଣାପଡ଼ିଛି। ଏହା ଭଲ କି ଖରାପ, ତା’ ଉପରେ ବିତର୍କ ହେବା ଅଲଗା ପ୍ରସଙ୍ଗ।”

PM Modi Electoral Bonds Scheme Lok Sabha Election 2024
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe