Advertisment

୨୦୪୭ ବିକଶିତ ଭାରତ ଯୋଜନା କଥା କହିଲେ, ଲୋକଙ୍କୁ ନ ଡରିବାକୁ ପରାମର୍ଶ ଦେଲେ ମୋଦି

ନ୍ୟୁଜ ଏଜେନ୍ସି ଏନଆଇଏକୁ ସାକ୍ଷାତକାର ଦେଇ ପ୍ରଧାନମନ୍ତ୍ରୀ ମୋଦି ବିରୋଧୀଙ୍କ ଉପରେ ପ୍ରଶ୍ନ ଉଠାଇଛନ୍ତି। ବିଜେପି ଯଦି ଲୋକସଭା ନିର୍ବାଚନ ଜିତିବ, ତା’ହେଲେ ସମ୍ବିଧାନକୁ ବଦଳାଇବ ବୋଲି ବିରୋଧୀ ଗୋଟିଏ ଭୟ ଲୋକଙ୍କ ମଧ୍ୟରେ ପ୍ରଚାର କରୁଥିବା ମଧ୍ୟ ମୋଦି କହିଛନ୍ତି।

author-image
Hemant Lenka
ଅଦ୍ୟତନ ହୋଇଛି
PM Modi

PM Modi

ଭାରତକୁ ୨୦୪୭ ସୁଦ୍ଧା ବିକଶିତ ରାଷ୍ଟ୍ରରେ ପରିଣତ କରିବା ପାଇଁ ପ୍ରସ୍ତୁତ ହୋଇଥିବା ଯୋଜନା ସମ୍ପର୍କରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି। ଏଥିସହ ଯେତେବେଳେ ସେ ବଡ଼ ଯୋଜନା କଥା କହୁଛନ୍ତି ସେତେବେଳେ ଲୋକମାନେ ଆଦୌ ଡରନ୍ତୁ ନାହିଁ ବୋଲି ପରାମର୍ଶ ଦେଇଛନ୍ତି।

Advertisment

ନ୍ୟୁଜ ଏଜେନ୍ସି ଏନଆଇଏକୁ ସାକ୍ଷାତକାର ଦେଇ ପ୍ରଧାନମନ୍ତ୍ରୀ ମୋଦି ବିରୋଧୀଙ୍କ ଉପରେ ପ୍ରଶ୍ନ ଉଠାଇଛନ୍ତି। ବିଜେପି ଯଦି ଲୋକସଭା ନିର୍ବାଚନ ଜିତିବ, ତା’ହେଲେ ସମ୍ବିଧାନକୁ ବଦଳାଇବ ବୋଲି ବିରୋଧୀ ଗୋଟିଏ ଭୟ ଲୋକଙ୍କ ମଧ୍ୟରେ ପ୍ରଚାର କରୁଥିବା ମଧ୍ୟ ମୋଦି କହିଛନ୍ତି।

ସେ କହିଛନ୍ତି, “ ଯେତେବେଳେ ମୁଁ କହୁଛି ମୋ ପାଖରେ ବଡ଼ ଯୋଜନା ସବୁ ରହିଛି ସେତେବେଳେ କେହି ବି ଭୟଭୀତ ହୁଅନ୍ତୁ ନାହିଁ। ମୁଁ କେବେ ହେଲେ କାହାକୁ ଡରାଇବା ପାଇଁ କିମ୍ବା କାହାର କ୍ଷତି କରିବା ପାଇଁ ନିଷ୍ପତ୍ତି ନିଏ ନାହିଁ। ମୁଁ ଦେଶର ସର୍ବାଙ୍ଗୀନ ବିକାଶ ପାଇଁ ନିଷ୍ପତ୍ତି ନେଇଥାଏ।

Advertisment

ଅତିରିକ୍ତ ଭାବେ ସରକାରମାନେ କୁହନ୍ତି ଯେ ଆମେ ସବୁ କିଛି କରି ଦେଇଛୁ। କିନ୍ତୁ ମୁଁ ଏଥିରେ ବିଶ୍ୱାସ କରେ ନାହିଁ। ମୁଁ ସବୁ କିଛି ଠିକ ଦିଗରେ କରିବା ପାଇଁ ଚେଷ୍ଟା କରୁଛି। ତଥାପି ଆହୁରି ଅନେକ କିଛି କରିବାର ଅଛି। ମୋ ଦେଶର ଅନେକ ଆବଶ୍ୟକତା ରହିଛି। କେମିତି ମୁଁ ସବୁ ପରିବାରର ସ୍ୱପ୍ନ ପୂରଣ କରିବି, ସେକଥା ମୋ ମନରେ ଚାଲିଛି। ଏଥିପାଇଁ ମୁଁ ସବୁବେଳେ କହୁଛି ଯେ ଏସବୁ ଟ୍ରେଲର।

ଦ୍ୱିତୀୟ କଥା ହେଲେ ୨୦୪୭ର ଭିଜନ। ପ୍ରଥମତଃ ମୁଁ ଦୀର୍ଘ ସମୟ ଧରି ଗୁଜରାଟର ମୁଖ୍ୟମନ୍ତ୍ରୀ ରହିଛି। ମୋର ସବୁ କିଛିର ଅଭିଜ୍ଞତା ଅଛି। ଯଦି ନିର୍ବାଚନ ବାରମ୍ବାର ହେଉଛି ତା’ହେଲେ ଆଚରଣବିଧି ଲାଗୁ ହେଉଛି। ଯେଉଁ ରାଜ୍ୟର ନିର୍ବାଚନ ହେଉ ପଛେ ମୋ ରାଜ୍ୟରୁ ୩୦ରୁ ୪୦ ଜଣ ବରିଷ୍ଠ ଓ ଭଲ ଅଧିକାରୀ ପର୍ଯ୍ୟବେକ୍ଷକ ଭାବେ ନିର୍ବାଚନ କାମରେ ଯାଉଥିଲେ। ସେମାନଙ୍କୁ ୪୦ରୁ ୫୦ ଦିନ ବାହାରେ ରହିବାକୁ ପଡ଼ୁଥିଲା। 

ଏପରି ସ୍ଥିତିରେ ମୁଁ କେମିତି ସରକାର ଚଳାଇବି, ସେନେଇ ଚିନ୍ତା କରିଥାଏ। କାରଣ ଦେଶରେ ଏମିତି ନିର୍ବାଚନ ହେଉଥିବ ଓ ମୋ ପର୍ଯ୍ୟବେକ୍ଷକମାନେ ବାହାରକୁ ଯାଉଥିବେ। ଏହାପରେ ମୁଁ ଭାବିଲି ଯେ ଯଦି ମୋର ଗୋଟିଏ ନିର୍ବାଚନ ହେବ, ତା’ହେଲେ ଉକ୍ତ ସମୟକୁ ମୁଁ ଛୁଟି ଭାବେ ନେବି ନାହିଁ। ପରବର୍ତ୍ତୀ ସରକାର ପାଇଁ ମୁଁ ଅଗ୍ରୀମ ଭାବେ ଅଧିକାରୀମାନଙ୍କୁ କାମ ଦେଇ ପାରିବି। ସେହି ସମୟରେ ମଧ୍ୟ ମୁଁ ପରବର୍ତ୍ତୀ ୧୦୦ ଦିନ ପାଇଁ ଯୋଜନା ପ୍ରସ୍ତୁତ କରୁଥିଲି।”

୨୦୪୭ ବିକଶିକ ଭାରତ ଯୋଜନା ଉପରେ ଚାଲିଥିବା କାମ ଉପରକୁ ମଧ୍ୟ ପ୍ରଧାନମନ୍ତ୍ରୀ ମୋଦି ସମ୍ୟକ ପରଦା ହଟାଇଛନ୍ତି। ଦୁଇ ବର୍ଷ ହେଲାଣି ଏହା ଉପରେ କାମ ଚାଲିଛି ଓ ସେ ନିଜ ପାଇଁ ଆଗାମୀ ୧୦୦ ଦିନ କାର୍ଯ୍ୟ ଯୋଜନା ମଧ୍ୟ ସ୍ଥିର କରିଥିବା କହିଛନ୍ତି।

ମୋଦି କହିଛନ୍ତି, “ଗତ ୨ ବର୍ଷ ହେଲାଣି ମୁଁ ୨୦୪୭ ଯୋଜନା ଉପରେ କାମ କରୁଛି। ଏଥିପାଇଁ ସମଗ୍ର ଦେଶର ଲୋକଙ୍କୁ ପ୍ରସ୍ତାବ ମାଗିଛି। ଆସନ୍ତା ୨୫ ବର୍ଷ ମଧ୍ୟରେ ଭାରତକୁ ସେମାନେ କେମିତି ଦେଖିବାକୁ ଚାହୁଁଛନ୍ତି, ସେଥିପାଇଁ ମୁଁ ୧୫ ଲକ୍ଷ ଲୋକଙ୍କ ମତାମତ ଆଣିଛି। ମୁଁ ବିଶ୍ୱବିଦ୍ୟାଳୟ, ବିଭିନ୍ନ ଏନଜିଓ ସହ ଯୋଗାଯୋଗ କରିଥିଲି। ୧୫ରୁ ୨୦ ଲକ୍ଷ ଲୋକ ଏଥିପାଇଁ ପ୍ରସ୍ତାବ ଦେଇଛନ୍ତି।

ଏହାପରେ ମୁଁ କୃତ୍ରିମ ଗୁଇନ୍ଦାର ସହାୟତା ନେଇଛି। ମୁଁ ଗୋଟିଏ ଟିମ ଗଠନ କରିଛି। ଆଗାମୀ ସରକାରରେ ଏସବୁ କେମିତି ହେବ, ତା’ର ଯୋଜନା କରିଛି। ମୁଁ ସେମାନଙ୍କ ସହ ବିସିଥିଲି ଓ ସେମାନେ ୨.୫ ଘଣ୍ଟା ଧରି ମୋତେ ସବୁ କିଛି ବୁଝାଇଥିଲେ।

୨୦୪୭ରେ ଆମେ ସ୍ୱାଧୀନତାର ୧୦୦ ବର୍ଷ ପାଳନ କରିବା। ବାସ୍ତବିକ ଭାବେ ଉକ୍ତ ସମୟରେ ନୂଆ ଉତ୍ସାହ ଓ ନୂଆ ସଂକଳ୍ପ ଆସିବ। ପ୍ରତିଟି ଅନୁଷ୍ଠାନରେ ପ୍ରତ୍ୟେକ ଲୋକ ଗୋଟିଲ ଲକ୍ଷୃ ରଖିବା ଦରକାର। ମୁଁ ଉକ୍ତ ଗାଁର ମୁଖିଆ ଓ ୨୦୪୭ ସୁଦ୍ଧା ମୋତେ ମୋ ଗାଁ ପାଇଁ ଅନେକ କିଛି କରିବାର ଅଛି।”

ମୋଦି ଆହୁରି କହିଛନ୍ତି, “ଆପଣ ଯଦି ୨୦୨୪ ନିର୍ବାଚନକୁ ଦେଖିବେ, ତା’ହେଲେ ଦେଶ ପାଖରେ ଗୋଟିଏ ବଡ଼ ସୁଯୋଗ ରହିଛି। ଦେଶରେ କଂଗ୍ରେସ ସରକାରର ମଡେଲ ଓ ବିଜେପି ସରକାରର ମଡେଲ ରହିଛି।

ସେମାନେ ୫ରୁ ୬ ଦଶନ୍ଧି ଧରି କାମ କରିଥିବା ବେଳେ ମୁଁ ୧୦ ବର୍ଷ କାମ କରିଛି। ଏହାର ତୁଳନା କରାଯାଉ। ୧୦ ବର୍ଷ ମଧ୍ୟରୁ ଆମକୁ ୨ ବର୍ଷ କରୋନା ସହ ଲଢ଼ିବାକୁ ପଡ଼ିଲା। ଏହାପରେ ମଧ୍ୟ ଅନେକ ପ୍ରଭାବ ପଡ଼ିଛି। ତଥାପି ବିକାଶର ଧାରା ତୀବ୍ର ହୋଇଛି। ”

Bjp PM Modi Lok Sabha Election 2024