Advertisment

ଯୋଗୀଙ୍କ ଭଳି ମୁଖ୍ୟମନ୍ତ୍ରୀ ପାଇ ଗର୍ବିତ: କାହିଁକି ଏମିତି କହିଲେ ମୋଦି?

ମୋଦିଙ୍କ ପ୍ରଶଂସା ସମୟରେ ବିଜେପିର ଅନ୍ୟ ନେତାମାନଙ୍କ ସହ ଯୋଗୀ ମଧ୍ୟ ଷ୍ଟେଜ ଉପରେ ରହିଥିଲେ।

author-image
Hemant Lenka
BJP

BJP

ଲୋକସଭା ନିର୍ବାଚନର ପ୍ରଚାର କରୁଥିବା ପ୍ରଧାନମନ୍ତ୍ରୀ ମୋଦି ଆଜି ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ପ୍ରଶଂସାରେ ପୋତି ପକାଇଛନ୍ତି। ତାଙ୍କ ଭଳି ମୁଖ୍ୟମନ୍ତ୍ରୀ ଯୋଗୁ ଉତ୍ତର ପ୍ରଦେଶର ବିକାଶ ହୋଇ ପାରିଛନ୍ତି। ତାଙ୍କୁ ମୁଖ୍ୟମନ୍ତ୍ରୀ ରୂପରେ ପାଇ ମୋଦି ଗର୍ବିତ ବୋଲି ଆଜି ସର୍ବସମ୍ମୁଖରେ କହିଛନ୍ତି।

Advertisment

ଅଲୀଗଡ଼ରେ ନିର୍ବାଚନ ରାଲିକୁ ସମ୍ବୋଧନ କରି ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି, “ବିଜେପି ପାଇଁ ଆଜି ଉତ୍ତର ପ୍ରଦେଶ ଆତ୍ମନିର୍ଭର ଭାରତ-ଆତ୍ମନିର୍ଭର ସେନାର ପେଣ୍ଠସ୍ଥଳ ପାଲଟିଛି। ଯୋଗୀଙ୍କୁ ଯେଉଁମାନେ ବୁଲଡୋଜର ଭାବେ ଜାଣିଛନ୍ତି, ସେମାନଙ୍କୁ ମୁଁ କହିବାକୁ ଚାହେଁ ଯେ ଯୋଗୀଙ୍କ ସମୟରେ ଯେଉଁଭଳି ଶିଳ୍ପର ବିକାଶ ଘଟିଛି, ସ୍ୱାଧୀନତା ପରେ କେହି ବି ଏଠାରେ ସେମିତି କିଛି କରି ନଥିଲେ।

ତାଙ୍କ ଭଳି ଜଣେ ମୁଖ୍ୟମନ୍ତ୍ରୀଙ୍କୁ ପାଇ ମୁଁ ଗର୍ବ ଅନୁଭବ କରୁଛି। ତାଙ୍କର ଗୋଟିଏ ଜିଲ୍ଲା, ଗୋଟିଏ ଦ୍ରବ୍ୟ ମିସନ ପୂରା ଦେଶରେ ଗୋଟିଏ ନୂଆ ସମ୍ମାନ ତିଆରି କରିଛି। କାଶୀର ଜଣେ ସାଂସଦ ହୋଇଥିବାରୁ ସେ ମୋର ମଧ୍ୟ ମୁଖ୍ୟମନ୍ତ୍ରୀ। ମୋ ପାଖରେ ଏମିତି ଜଣେ ସହଯୋଗୀ ଥିବାରୁ ମୁଁ ଗର୍ବିତ।”

Advertisment

ମୋଦିଙ୍କ ପ୍ରଶଂସା ସମୟରେ ବିଜେପିର ଅନ୍ୟ ନେତାମାନଙ୍କ ସହ ଯୋଗୀ ମଧ୍ୟ ଷ୍ଟେଜ ଉପରେ ରହିଥିଲେ। ପ୍ରଧାନମନ୍ତ୍ରୀ ମୋଦି ଆହୁରି କହିଛନ୍ତି, “ଭାରତକୁ ଦୁର୍ନୀତି ଓ ପରିବାରବାଦ ରାଜନୀତିରୁ ମୁକ୍ତ କରିବାକୁ ସମୟ ଆସି ଯାଇଛି।

ଏଥିପାଇଁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ଆପଣମାନେ ଆମକୁ ଭୋଟ ଦିଅନ୍ତୁ। ଅଲୀଗଡ଼ରେ ଏପ୍ରିଲ ୨୬ ଓ ହାଥରସରେ ମେ’ ୭ରେ ନିର୍ବାଚନ ହେବ। ଆପଣମାନେ ସମସ୍ତେ ବିଜେପି ପ୍ରାର୍ଥୀ ସତୀଶ ଗୌତମ ଓ ଅନୂପ ବାଲ୍ମିକୀଙ୍କୁ ଭୋଟ ଦିଅନ୍ତୁ।”

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କଂଗ୍ରେସ ନେତା ରାହୁଲ ଗାନ୍ଧି ଓ ସମାଜବାଦୀ ପାର୍ଟି ମୁଖ୍ୟ ଅଖିଲେଶ ଯାଦବଙ୍କୁ ଶେହଜାଦ କହି ସମାଲୋଚନା କରିଛନ୍ତି। ସେ କହିଛନ୍ତି, “ଗତଥର ଯେତେବେଳେ ମୁଁ ଅଲୀଗଡ଼ ଆସିଥିଲି ସେତେବେଳେ ମୁଁ ଆପଣମାନଙ୍କୁ କହିଥିଲି ଯେ ସମାଜବାଦୀ ପାର୍ଟି ଓ କଂଗ୍ରେସର ପ୍ରୀୟାପ୍ରୀତି ତୋଷଣ, ଦୁର୍ନୀତି ଓ ଧ୍ରୁବୀକରଣ ରାଜନୀତିରେ ତାଲା ପକାନ୍ତୁ।

ଆପଣମାନେ ଏହାକୁ ବେଶ ଚମତ୍କାର ଭାବେ କରିଛନ୍ତି। ଆପଣମାନଙ୍କ ତାଲା ଯୋଗୁ ଶେହଜାଦମାନେ ଏଯାଏ ଚାବି ପାଇ ନାହାନ୍ତି। ମୁଁ ଏଠାକୁ ପୁଣିଥରେ ଆପଣମାନଙ୍କ ଆଶୀର୍ବାଦ ପାଇଁ ଆସିଛି।”

PM Modi CM Yogi Adityanath Lok Sabha Election 2024