Advertisment

୨୦୨୩ ଅନାସ୍ଥା ପ୍ରସ୍ତାବ ପାଇଁ ପ୍ରସ୍ତୁତ ହେବାକୁ ବିରୋଧୀଙ୍କୁ ବହୁ ପୂର୍ବରୁ କହିଥିଲେ ମୋଦୀ!

ମଣିପୁର ହିଂସା, ସଂସଦରେ ହୋହଲ୍ଲା ଏବଂ ବିରୋଧୀଙ୍କ ଅନାସ୍ଥା ପ୍ରସ୍ତାବ ମଧ୍ୟରେ ଭାଇରାଲ୍ ହେଉଛି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପୂର୍ବ ଭିଡିଓ। ୨୦୨୩ରେ ଏପରି କିଛି ହେବ ବୋଲି ୨୦୧୯ ନିର୍ବାଚନ ପୂର୍ବରୁ ଆକଳନ କରି ସାରିଥିଲେ ପ୍ରଧାନମନ୍ତ୍ରୀ।

author-image
Debibandita Barick
ଅଦ୍ୟତନ ହୋଇଛି
Narendra Modi In Lok Sabha

Narendra Modi In Lok Sabha

ମଣିପୁର ହିଂସା, ସଂସଦରେ ହୋହଲ୍ଲା ଏବଂ ବିରୋଧୀଙ୍କ ଅନାସ୍ଥା ପ୍ରସ୍ତାବ ମଧ୍ୟରେ ଭାଇରାଲ୍ ହେଉଛି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପୂର୍ବ ଭିଡିଓ। ୨୦୨୩ରେ ଏପରି କିଛି ହେବ ବୋଲି ୨୦୧୯ ନିର୍ବାଚନ ପୂର୍ବରୁ ଆକଳନ କରି ସାରିଥିଲେ ପ୍ରଧାନମନ୍ତ୍ରୀ। ଯେଉଁଥିରେ ପ୍ରଧାନମନ୍ତ୍ରୀ ବିରୋଧୀଙ୍କୁ କଟାକ୍ଷ କରି କହିଥିଲେ, "ଏପରି ପ୍ରସ୍ତୁତ ହୁଅ, ଯେପରି ୨୦୨୩ରେ ଆଉ ଏକ ଅନାସ୍ଥା ପ୍ରସ୍ତାବ ଆଣିପାରିବ।"  

Advertisment

ଏଥିସହ ପ୍ରଧାନମନ୍ତ୍ରୀ ସେତେବେଳେ ବିରୋଧୀଙ୍କୁ ଅନାସ୍ଥା ପ୍ରସ୍ତାବ ପାଇଁ ଶୁଭେଚ୍ଛା ମଧ୍ୟ ଜଣାଇଥିଲେ। କହିଥିଲେ ଯେ, ମୋର ବିରୋଧୀଙ୍କୁ ଶୁଭେଚ୍ଛା ରହିବ, ଆପଣମାନେ ଏପରି ପ୍ରସ୍ତୁତି କରନ୍ତୁ, ଯେପରି ୨୦୨୩ରେ ଆଉ ଏକ ଅନାସ୍ଥା ପ୍ରସ୍ତାବ ଆଣିବାରେ ସଫଳ ହୋଇପାରିବେ। କେନ୍ଦ୍ର ମନ୍ତ୍ରୀ ଜିତେନ୍ଦ୍ର ସିଂହ ପ୍ରଧାନମନ୍ତ୍ରୀଙ୍କ 5 ବର୍ଷ ତଳର ଏହି ଭିଡିଓ ପୋଷ୍ଟ କରିଛନ୍ତି, ଯାହା ଏବେ ଭାଇରାଲ୍ ହେଉଛି।

Advertisment

ସମ୍ପ୍ରତି ଗୃହରେ ମଧ୍ୟ ଅନାସ୍ଥା ପ୍ରସ୍ତାବ ପାଇଁ ଏକଜୁଟ ହେଉଛନ୍ତି ବିରୋଧୀ। ମଣିପୁର ହିଂସା ନେଇ ଚାଲି ପାରୁନି ସଂସଦ ମୌସୁମୀ ଅଧିବେଶନ। ମାମଲାରେ ପ୍ରଧାନମନ୍ତ୍ରୀ ବିବୃତ୍ତି ରଖନ୍ତୁ ବୋଲି ଅଡ଼ି ବସିଛନ୍ତି ବିରୋଧୀ। ଏନେଇ ଆଜି(ଜୁଲାଇ ୨୬)ରେ ବିଆରଏସ୍ ଏବଂ କଂଗ୍ରେସ ଅଲଗା ଅଲଗା ଦୁଇଟି ଅନାସ୍ଥା ପ୍ରସ୍ତାବ ନୋଟିସ୍ ମଧ୍ୟ ଦେଇଛନ୍ତି। 

PM Modi Monsoon Session PM Modi Predicted No-trust Motion No-trust Motion