Advertisment

ଓଡ଼ିଶା ଲୋକ ନବୀନଙ୍କୁ ଟାଟା, ବାଏ ବାଏ କହିଲେଣି: ଅମିତ ଶାହ

ଗଞ୍ଜାମର ସୋରଡ଼ା ସଭାରେ ନବୀନ ପଟ୍ଟନାୟକଙ୍କୁ କଡ଼ା ସମାଲୋଚନା କରିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ।

Advertisment

ଗଞ୍ଜାମର ସୋରଡ଼ା ସଭାରେ ନବୀନ ପଟ୍ଟନାୟକଙ୍କୁ କଡ଼ା ସମାଲୋଚନା କରିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ । ସେ କହିଛନ୍ତି, ଓଡ଼ିଶାର ଗରିବଙ୍କୁ ମୋଦିଜୀଙ୍କ ସରକାର ପ୍ରତି ମାସରେ ପ୍ରତି ବ୍ୟକ୍ତିକୁ ୫ କେଜି ଲେଖାଏଁ ଚାଉଳ ଦେଉଛନ୍ତି। ହେଲେ ନବୀନ ବାବୁ ସେହି ଚାଉଳକୁ ଥଳିରେ ପୂରାଇ ନିଜର ଫଟୋ ଲଗାଇ ଦେଉଛନ୍ତି। ଆଉ କହୁଛନ୍ତି, ଏହି ଚାଉଳ ମୁଁ ଦେଉଛି। ଆରେ ନବୀନ ବାବୁ ଯଦି ଚାଉଳ ଦେବାର ଅଛି, ତାହାହେଲେ ସେହି ଥଳିରେ ଆଉ ଅଢ଼େଇ କିଲୋ ଚାଉଳ ପୂରାଇ ଦେଇଥିଲେ ଗରିବଙ୍କ ଭଲ ହୋଇଥାଆନ୍ତା। ଏଥିରୁ ଜଣାପଡ଼ୁଛି କେନ୍ଦ୍ରରେ ଚାଉଳ ବାଲା ସରକାର ଚାଲିଥିବା ବେଳେ ନବୀନ ବାବୁ ‘ଥୈଲାବାଲା’(ଥଳି) ବାଲା ସରକାର ଚଳାଉଛନ୍ତି। ହେଲେ ଏଥର କିନ୍ତୁ ନବୀନ ବାବୁ ଆସିବାର ନାହିଁ। ଓଡ଼ିଆ ଲୋକ ତାଙ୍କୁ ଟାଟା, ବାଏ ବାଏ କରିଦେଲେଣି। 

Advertisment
Ganjam Bjp Odisha Amit Shah
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe