Advertisment

ଅନାସ୍ଥା ପ୍ରସ୍ତାବ: ମଣିପୁର ସମ୍ପର୍କରେ କହିଲେ ମୋଦି

ମୋଦି ମୋଟ ୨ ଘଣ୍ଟା ୧୩ ମିନିଟର ଭାଷଣ ଦେଇଥିବା ବେଳେ ବିଭିନ୍ନ ପ୍ରସଙ୍ଗ ଉଠାଇଥିଲେ।

Manipur

Manipur

Advertisment

ମଣିପୁର ମେ’ ୩ ତାରିଖରୁ ଜଳୁଥିବା ବେଳେ ସଂସଦରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏଯାଏ ବିବୃତି ରଖି ନଥିଲେ। ତାଙ୍କ ବିବୃତି ଦାବି କରି ବିରୋଧୀ ଅନାସ୍ଥା ପ୍ରସ୍ତାବ ଆଣିଥିଲେ। ଫଳରେ ଆଜି ମୋଦି ଅନାସ୍ଥା ପ୍ରସ୍ତାବ ଉପରେ ଭାଷଣ ଦେବା ବେଳେ ଶେଷ ଆଡ଼କୁ କିଛି ମିନିଟ ପାଇଁ ମଣିପୁର କଥା ଉଠାଇଥିଲେ। 

Advertisment

ମୋଦି ମୋଟ ୨ ଘଣ୍ଟା ୧୩ ମିନିଟର ଭାଷଣ ଦେଇଥିବା ବେଳେ ବିଭିନ୍ନ ପ୍ରସଙ୍ଗ ଉଠାଇଥିଲେ। ସେ ମଣିପୁର ଉପରେ ନିଜ ଭାଷଣର ୯୭ ମିନିଟ ପରେ ମତ ରଖିଥିଲେ। ମୋଦି କେବଳ ବିରୋଧୀଙ୍କୁ ସମାଲୋଚନା କରିବାରେ ଲାଗିବାରୁ ସେମାନେ କକ୍ଷତ୍ୟାଗ କରିଥିଲେ।

ବିରୋଧୀ ମେଣ୍ଟ କକ୍ଷତ୍ୟାଗ କରୁଥିବା ବେଳେ ମୋଦି ସଂସଦରେ ପ୍ରଥମଥର ମଣିପୁର ପ୍ରସଙ୍ଗ ସଂସଦରେ ଉଠାଇଥିଲେ। ଏଥିସହ ବିରୋଧୀ କକ୍ଷ ତ୍ୟାଗ କରିବାରୁ ଏହାକୁ ମଧ୍ୟ ସେ ସମାଲୋଚନା କରିଥିଲେ। ପ୍ରଶ୍ନ ଉଠାଇ ଏହାକୁ ନ ଶୁଣିବା ବିରୋଧଙ୍କ ଅଭ୍ୟାସ। ସେମାନେ ଧୈର୍ଯ୍ୟ ରଖିବା ଦରକାର ବୋଲି ମଧ୍ୟ ମୋଦି କହିଛନ୍ତି।

Advertisment

ବିରୋଧୀ ଗୃହରୁ ଚାଲିଯିବା ପରେ ମୋଦି କହିଛନ୍ତି, “ହିଂସା କ୍ଷତିଗ୍ରସ୍ତ ମଣିପୁରରେ ଶୀଘ୍ର ଶାନ୍ତି ପ୍ରତିଷ୍ଠା ହେବ। ରାଜ୍ୟର ମହିଳାମାନଙ୍କ ସହ ପୂରା ଦେଶ ଛିଡ଼ା ହୋଇଛି। ଆମ ପାଇଁ ଉତ୍ତରପୂର୍ବ ଛାତିର କଲିଜା। ମଣିପୁରରେ ମହିଳାଙ୍କ ବିରୋଧରେ ଅତି ଭୟଙ୍କର କାଣ୍ଡ ଘଟିଛି।

ଏହା ଅକ୍ଷମଣୀୟ। ଦୋଷୀକୁ କଠୋର ଦଣ୍ଡ ଦେବା ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ସବୁ ପ୍ରକାରର ପଦକ୍ଷେପ ନେଉଛନ୍ତି। ମୁଁ ଦେଶବାସୀଙ୍କୁ ପ୍ରତିଶ୍ରୁତି ଦେବାକୁ ଚାହୁଁଛନ୍ତି ଯେ ମଣିପୁରରେ ଶାନ୍ତି ପ୍ରତିଷ୍ଠା ହେବ। ମଣିପୁର ନୂଆ ବିଶ୍ୱାସ ସହ ଆଗକୁ ବଢ଼ିବ। ମୁଁ ମଣିପୁର ଲୋକ ଓ ମଣିପୁରର ମହିଳାମାନଙ୍କୁ କହିବାକୁ ଚାହୁଁଛି ଯେ ପୂରା ଦେଶ ଆପଣମାନଙ୍କ ସହ ରହିଛି। ଏହି କଠିନ ପରିସ୍ଥିତିର ସମଧାନ ମିଳିତ ଭାବେ ଆମେ ଠାବ କରିବା ଓ ପୁଣିଥରେ ରାଜ୍ୟରେ ଶାନ୍ତି ପ୍ରତିଷ୍ଠା ହେବ।”

କଂଗ୍ରେସକୁ ମଧ୍ୟ ଏହି ପ୍ରସଙ୍ଗରେ ସମାଲୋଚନା କରିବାକୁ ମୋଦି ପଛାଇ ନାହାନ୍ତି। ସେ କହିଛନ୍ତି, “କଂଗ୍ରେସ କେବେ ହେଲେ ଉତ୍ତରପୂର୍ବର ଭାବାବେଗକୁ ବୁଝିବାକୁ ଚେଷ୍ଟା କରିନି। ମୁଁ ଉତ୍ତରପୂର୍ବ ରାଜ୍ୟକୁ ୫୦ରୁ ଅଧିକ ଥର ଯାଇଛି। ଏହା ତଥ୍ୟ ନୁହେଁ, ଏହା ଉତ୍ତରପୂର୍ବ ପ୍ରତି ପ୍ରତିବଦ୍ଧତା।

ଏମାନେ(ବିରୋଧୀ) ସେହି ଲୋକ ଯେଉଁମାନେ ବନ୍ଦେ ମାତରମକୁ ଭାଗଭାଗ କରିଥିଲେ। ଭାରତ ତେରେ ତୁକଡେ ହୋଙ୍ଗେ ନାରା ଦେଉଥିବା ଗ୍ୟାଙ୍ଗର ଏମାନେ ସଦସ୍ୟ। ସିଲିଗୁଡ଼ି ନିକଟରେ ଥିବା ଛୋଟ କରିଡର ଭାଙ୍ଗି ଦେଲେ ଉତ୍ତରପୂର୍ବ ଅଲଗା ହେଇଯିବା କଥା କହୁଥିବା ଲୋକଙ୍କୁ ସେମାନେ ସହଯୋଗ କରନ୍ତି।

ଉତ୍ତରପୂର୍ବ ରାଜ୍ୟରେ ସୃଷ୍ଟି ହୋଇଥିବା ସବୁ ସମସ୍ୟାର ମୂଳରେ କଂଗ୍ରେସ। ଉତ୍ତରପୂର୍ବ ରାଜ୍ୟର ଲୋକମାନେ ଏଥିପାଇଁ ଦାୟୀ ନୁହନ୍ତି। କଂଗ୍ରେସର ରାଜନୀତି ସବୁରି ମୂଳରେ ରହିଛି।”

Parliament No Confidence Motion PM Modi Manipur Incident
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe