Pm Modi
କଂଗ୍ରେସ ସାଂସଦ ରାହୁଲ ଗାନ୍ଧି ନିର୍ବାଚନ ପ୍ରଚାର ବେଳେ ପ୍ରୟୋଗ କରୁଥିବା ଶବ୍ଦକୁ ‘ଅପମାନ’ ସୂଚକ ଥିଲା ବୋଲି ଅଭିଯୋଗକୁ କେନ୍ଦ୍ର କରି ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କ ଉପରେ ବର୍ଷିଛନ୍ତି।
ରାହୁଲ ପ୍ରୟୋଗ କରୁଥିବା ଶବ୍ଦ ଅତ୍ୟନ୍ତ ଅସଭ୍ୟ ଓ ଅପମାନ ସୂଚନ ବୋଲି ମୋଦି ସୋଶାଲ ମିଡିଆରୁ ଜାଣିବାକୁ ପାଇଛନ୍ତି। ଏପରି ଶବ୍ଦ ଶୁଣି ଲୋକମାନେ ଦୁଃଖ ପ୍ରକାଶ କରିବା ସହ କ୍ରୋଧିତ ମଧ୍ୟ ହେଉଥିବା ମୋଦି କହିଛନ୍ତି।
ତେବେ ଲୋକଙ୍କୁ ରାହୁଲ ଗାନ୍ଧିଙ୍କ ଅପମାନ ସୂଚକ ଭାଷା ଶୁଣି ଆଦୌ ଦୁଃଖିତ କିମ୍ବା କ୍ରୋଧିତ ନ ହେବାକୁ ମୋଦି ପରାମର୍ଶ ଦେଇଛନ୍ତି। ସେ ରାହୁଲ ଗାନ୍ଧିଙ୍କୁ ସମାଲୋଚନା କରିବାକୁ ମଧ୍ୟ ପଛାଇ ନାହାନ୍ତି।
ମଧ୍ୟପ୍ରଦେଶର ମୋରେନାରେ ଆୟୋଜିତ ବିଜେପି ବିଜୟ ସଂକଳ୍ପ ରାଲିରେ ମୋଦି ଯୋଗ ଦେଇଥିଲେ। ଏହି ସମୟରେ କଂଗ୍ରେସ ଶେହଜାଦଙ୍କ ‘ଅପମାନ’ ସୂଚନ ବୟାନ ଶୁଣି କେହି ବି ଦୁଃଖ ପ୍ରକାଶ କରନ୍ତୁ ନାହିଁ ବୋଲି ମୋଦି କହିଛନ୍ତି। ସେ ବିଜେପକୁ କାମଦାର ଓ କଂଗ୍ରେସକୁ ନାମଦାର କହି କହିଛନ୍ତି।
ସେ କହିଛନ୍ତି, “ମୁଁ ସମସ୍ତଙ୍କୁ ହାତ ଯୋଡ଼ି ନିବେଦନ କରୁଛି ଯେ କେହି ବି କଂଗ୍ରେସ ଶେହଜାଦ ମୋ ସମ୍ପର୍କରେ ଦେଇଥିବା ଅପମାନ ସୂଚକ ଭାଷା ଶୁଣି ଦୁଃଖିତ କିମ୍ବା କ୍ରୋଧିତ ହୁଅନ୍ତୁ ନାହିଁ। କାରଣ ଆମେମାନେ କାମଦାର। ସେ ଜଣେ ନାମଦାର। କାମଦାରମାନଙ୍କୁ ବର୍ଷ ବର୍ଷ ଧରି ନାମଦାରମାନେ ଅପମାନିତ କରି ଆସିଛନ୍ତି। ଏଥିରେ କିଛି ନୂଆ ନାହିଁ।
ତେଣୁ ଲୋକମାନେ ତାଙ୍କ ଉପରେ ସମୟ ନଷ୍ଟ ନ କରି ଆଗକୁ ବଢ଼ନ୍ତୁ। ସେ(ରାହୁଲ ଗାନ୍ଧି) ବହୁତ ନିରାଶ ହୋଇ ପଡ଼ିଛନ୍ତି। ଆଗକୁ ମଧ୍ୟ ଆମକୁ ଆହୁରି ଅପମାନିତ କରିବେ ବୋଲି କହି ଚାଲିଛନ୍ତି। ଆମେ ସାଧାରଣ ଲୋକ। ମୁଁ ଗୋଟିଏ ଗରିବ ପରିବାରରୁ ଆସିଛି। ତେଣୁ ଏସବୁ ମୋ ପାଇଁ ଆଦୌ ନୂଆ ନୁହେଁ।”
ରାହୁଲଙ୍କ ବୟାନକୁ ପ୍ରଧାନମନ୍ତ୍ରୀ ମୋଦି ଗୁରୁତ୍ୱ ନ ଦେବାକୁ କହୁଛନ୍ତି। କିନ୍ତୁ ନିର୍ବାଚନ କମିଶନ ଏପରି ବୟାନକୁ ଗୁରୁତ୍ୱର ସହ ନେଇଛନ୍ତି। ନିର୍ବାଚନ କମିଶନ ଆଜି ରାହୁଲ ଗାନ୍ଧି ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମଙ୍ଗଳସୂତ୍ର ବୟାନ ପାଇଁ ଉଭୟ କଂଗ୍ରେସ ଓ ବିଜେପିକୁ କାରଣ ଦର୍ଶାଅ ନୋଟିସ ଜାରି କରିଛନ୍ତି। ଉଭୟ ଦଳର ମୁଖ୍ୟଙ୍କୁ ଏପ୍ରିଲ ୨୯ ତାରିଖ ଦିନ ୧୧ଟା ସୁଦ୍ଧା ନୋଟିସର ଜବାବ ଦେବାକୁ କୁହାଯାଇଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploadimage/library/16_9/16_9_0/Pm_Modi_1714050225.jpg)