Advertisment

ପୁରୀରେ ମୋଦି ମ୍ୟାଜିକ; ବଡ଼ଦାଣ୍ଡ ପାଲଟିଲା ଜନ ସମୁଦ୍ର

ମୋଦି, ମୋଦି ନାରାରେ କମ୍ପିଲା ବଡ଼ଦାଣ୍ଡ। ପୁରୀରେ ଦେଖିବାକୁ ମିଳିଲା ମୋଦି ମ୍ୟାଜିକ । ବଡ଼ଦାଣ୍ଡ ପାଲଟିଲା ଜନ ସମୁଦ୍ର। ନିଜ ପ୍ରିୟ ପ୍ରଧାନମନ୍ତ୍ରୀଙ୍କୁ ଦେଖିବାକୁ ଆଜି ସକାଳୁ ବଡ଼ଦାଣ୍ଡର ଉଭୟ ପାର୍ଶ୍ୱରେ ଦେଖିବାକୁ ମିଳିଥିଲା ପ୍ରବଳ ଲୋକ ଗହଳି।

ଅଦ୍ୟତନ ହୋଇଛି
PM Modi

PM Modi

Advertisment

ମୋଦି, ମୋଦି ନାରାରେ କମ୍ପିଲା ବଡ଼ଦାଣ୍ଡ। ପୁରୀରେ ଦେଖିବାକୁ ମିଳିଲା ମୋଦି ମ୍ୟାଜିକ । ବଡ଼ଦାଣ୍ଡ ପାଲଟିଲା ଜନ ସମୁଦ୍ର। ନିଜ ପ୍ରିୟ ପ୍ରଧାନମନ୍ତ୍ରୀଙ୍କୁ ଦେଖିବାକୁ ଆଜି ସକାଳୁ ବଡ଼ଦାଣ୍ଡର ଉଭୟ ପାର୍ଶ୍ୱରେ ଦେଖିବାକୁ ମିଳିଥିଲା ପ୍ରବଳ ଲୋକ ଗହଳି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ସକାଳୁ ପୁରୀ ରେ ପହଞ୍ଚି ମହାପ୍ରଭୁଙ୍କ ଦର୍ଶନ କରିବା ପରେ କରିଛନ୍ତି ବିଶାଳ ରୋଡ ଶୋ’ ।

Advertisment

ଗତ ରାତିରେ ଭୁବନେଶ୍ୱରରେ ପହଞ୍ଚଥିବା ପ୍ରଧାନମନ୍ତ୍ରୀ ମୋଦି ରାଜଭବନରେ ରାତ୍ରୀ ଯାପନ କରିଥିଲେ। ଆଜି ସକାଳ ୭ଟା ସୁଦ୍ଧା ସେ ପୁରୀ ତାଳବଣିଆ ହେଲିପ୍ୟାଡରେ ପହଞ୍ଚିଥିଲେ। ସେଠାରୁ ସିଧାସଳଖ ସେ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ପୂଜାର୍ଚ୍ଚନା କରିଥିଲେ। ଏହାପରେ ପୂର୍ବାହ୍ନ ୮ଟା ପରେ ଆରମ୍ଭ ହୋଇଥିଲା ପ୍ରଧାନମନ୍ତ୍ରୀଙ୍କ ରୋଡ ଶୋ’ ।

ପ୍ରଧାନମନ୍ତ୍ରୀଙ୍କୁ ପାଖରୁ ଦେଖିବାକୁ ବଡ଼ଦାଣ୍ଡରେ ଦେଖିବାକୁ ମିଳିଥିବା ଅସମ୍ଭବ ଭିଡ଼ । ବଡ଼ ଦାଣ୍ଡ ପାଲଟି ଯାଇଥିଲା ଜନ ସମୁଦ୍ର। ପ୍ରଧାନମନ୍ତ୍ରୀଙ୍କ ସହ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ, ପୁରୀର ବିଜେପି ଲୋକସଭା ପ୍ରାର୍ଥୀ ଡ.ସମ୍ବିତ ପାତ୍ର ବି ରୋଡ ଶୋ’ରେ ସାମିଲ ହୋଇଥିଲେ । ମୁହଁରେ ମୋଦିଙ୍କ ମୁଖା ତଥା ହାତରେ ମୋଦିଙ୍କ ପ୍ଲାକାର୍ଡ ଧରି ଲୋକେ ପ୍ରଧାମନ୍ତ୍ରୀଙ୍କୁ ସ୍ୱାଗତ ଜଣାଇଥିଲେ। ଉଭୟ ପାର୍ଶ୍ୱରେ ଥିବା ଲୋକଙ୍କ ମୋଦି ମୋଦି ନାରାରେ ଚତୁଃର୍ଦିଗ ପ୍ରକମ୍ପିତ ହେଉଥିବା ବେଳେ ମୋଦି ମଧ୍ୟ ହାତ ହଲାଇ ଲୋକଙ୍କୁ ଅଭିବାଦନ ଜଣାଇଥିଲେ। ନିଜ ପ୍ରିୟ ପ୍ରଧାନମନ୍ତ୍ରୀଙ୍କୁ ଦେଖିବାକୁ ଲୋକଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ପରିଲକ୍ଷିତ ହୋଇଥିଲା।

Advertisment

ପ୍ରାୟ ଘଣ୍ଟାଏରୁ ଊର୍ଦ୍ଧ୍ୱ ସମୟ ଧରି ଏହି ରୋଡ ଶୋ’ ଚାଲିଥିବା ବେଳେ ବାଟରେ ଦେଖିବାକୁ ମିଳୁଥିଲା ଓଡ଼ିଶାର ସଂସ୍କୃତିର ଝଲକ । କେଉଁଠି କଳାକାରମାନେ ପ୍ରଧାନମନ୍ତ୍ରୀଙ୍କ ସ୍ୱାଗତ ନିମନ୍ତେ ଗୋଟି ପୁଅ ନୃତ୍ୟ ତ କେଉଁଠି ଓଡ଼ିଶୀ ନୃତ୍ୟ ପରିବେଷଣ କରୁଥିଲେ। ଏହାପରେ ମୋଦି ନିର୍ବାଚନୀ ପ୍ରଚାର ନିମନ୍ତେ ଅନୁଗୋଳ ଅଭିମୁଖେ ଯାଇଥିବା ଜଣାଯାଇଛି।

ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ନିମନ୍ତେ ଆଜି ୬୩ ପ୍ଲାଟୁନ୍‌ ପୁଲିସ୍‌ ଫୋର୍ସ ମୁତୟନ ହୋଇଛନ୍ତି। ଯେଉଁଥିରେ ୩ ଏସ୍‌ପି ରାଙ୍କର ଅଫିସର ମୁତୟନ ହୋଇଛନ୍ତି। ଏଥିସହ ୮ ଜଣ ଆଡିସିନାଲ୍‌ ଏସ୍‌ପି, ୨୨ ଜଣ ଡିଏସ୍‌ପି, ୪୨ ଜଣ ଇନ୍ସପେକ୍ଟର, ୧୦୯ ଜଣ ସବ୍‌ ଇନ୍ସପେକ୍ଟର, ୩୪ ଜଣ ହାବିଲ୍‌ଦାର, ୨୦୨ ଜଣ କନ୍‌ଷ୍ଟେବଲ, ୨୫୦ ହୋମ୍‌ଗାର୍ଡ ଆଦି ନିୟୋଜିତ ହୋଇଛନ୍ତି।

ପ୍ରଧାନମନ୍ତ୍ରୀ ପୁରୀରେ ପହଞ୍ଚିବାର ଘଣ୍ଟାଏ ପୂର୍ବରୁ ମନ୍ଦିରରେ ସାଧାରଣ ଦର୍ଶନ ବନ୍ଦ ରହିବା ସହ ଟ୍ରାଫିକ କଟକଣା ମଧ୍ୟ ଜାରି କରାଯାଇଥିଲା। ରୋଡ ଶୋ’ ପାଇଁ ମରିଚିକୋଟ ଛକରୁ ମେଡିକାଲ ଛକ ଯାଏଁ ଓ ତାଳବଣିଆ ଛକରୁ ଶ୍ରୀମନ୍ଦିର ପର୍ଯ୍ୟନ୍ତ କଟକଣା ଜାରି କରାଯାଇଥିବା ସୂଚନା ଦେଇଛନ୍ତି ପୁରୀ ଏସ୍‌ପି ପିନାକ ମିଶ୍ର।

PM Modi 2024 General Election Loksabha Election 2024 Odisha Assembly Election 2024
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe